ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ କରୁଛି କିଏ? କିଏ ତାଙ୍କୁ ବଳ ଦେଉଛି ଏହାର ଉତ୍ତର ଦେଇଛନ୍ତି ସେଖ ହାସିନା । ସେ କହିଛନ୍ତି ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ହିଁ ମାଷ୍ଟର ମାଇଣ୍ଡ୍ । ସେ ୟୁନୁସଙ୍କ ବିରୋଧରେ ଗଣହତ୍ୟା ଓ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରିବା ଅଭିଯୋଗ ଆଣିଛନ୍ତି ।
ପଦଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍ ହସିନା କହିଛନ୍ତି ୟୁନୁସ ହିଁ କଟ୍ଟରପନ୍ଥୀଙ୍କୁ ବଳ ଦେଉଛନ୍ତି । ସମସ୍ତ ସହାୟତା କରୁଛନ୍ତି । ତେଣୁ ସେମାନେ ଆକ୍ରମଣ କରିବାକୁ ଭୟ କରୁନାହାଁନ୍ତି ।
ନ୍ୟୁୟର୍କରେ ଆୱାମୀ ଲିଗ୍ର କାର୍ଯ୍ୟକ୍ରମକୁ ଆଭାସୀ ମାଧ୍ୟମରେ ସମ୍ବୋଧିତ କରି ହସିନା ମନ୍ଦିର, ଚର୍ଚ୍ଚ ଓ ଇସ୍କନ ଉପରେ ଆକ୍ରମଣ ପାଇଁ ୟୁନୁସଙ୍କୁ ଦାୟୀ କରିଛନ୍ତି।
ମହମ୍ମଦ ୟୁନୁସ ହିଁ ବିଦ୍ରୋହୀ ଛାତ୍ରଙ୍କ ସହ ମିଶି ଏକ ସୁଚିନ୍ତିତ ଯୋଜନା ମାଧ୍ୟମରେ ଗଣହତ୍ୟା କରୁଛନ୍ତି। ସେ ହେଉଛନ୍ତି ଗଣହତ୍ୟାର ମାଷ୍ଟରମାଇଣ୍ଡ।
ଦେଶରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାର ସମ୍ପର୍କରେ ହସିନା କହିଛନ୍ତି, ଆଜି ଶିକ୍ଷକ, ପୁଲିସ ସମସ୍ତଙ୍କୁ ଆକ୍ରମଣ ଓ ହତ୍ୟା କରାଯାଉଛି। ଯେଉଁମାନେ ଦେଶପାଇଁ କାମ କରୁଛନ୍ତି ତାଙ୍କୁ ଆକ୍ରମଣ କରାଯାଉଛି । ଏଥିପାଇଁ ସେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ୟୁନୁସ ସରକାର ହିଂସା ପାଇଁ ଦାୟୀ। ବାଂଲାଦେଶରେ ଇସ୍ଲାମିକ କଠୋରପନ୍ଥୀମାନେ ହିନ୍ଦୁ ସମ୍ପ୍ରଦାୟ ଉପରେ ଆକ୍ରମଣ ଜାରି ରଖିଛନ୍ତି ।
ସେଠାରେ ତିନି ଜଣ ହିନ୍ଦୁ ସାଧୁଙ୍କୁ ଗିରଫ କରାଯାଇଛି କାହିଁକି ସେ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ତାଙ୍କ ପିତା ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନଙ୍କୁ ହତ୍ୟା କରାଯିବା ପରି ତାଙ୍କୁ ହତ୍ୟା କରିବାକୁ ଯୋଜନା ହୋଇଥିଲା। କିନ୍ତୁ ସେ ବଂଚିଯାଇଛନ୍ତି ।