ପୁରୀରେ ଆଜି ରାଷ୍ଟ୍ରପତି ଭାରତୀୟ ନୌସେନାର ପରାକ୍ରମ ଦେଖିବେ । ରାଷ୍ଟ୍ରପତି ଦୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ଥିବାରୁ ସମସ୍ତ ପ୍ରସ୍ତୁତି ସରିଛି । ସୁରକ୍ଷା ବଳୟ ଭିତରେ ରହିଛି ପୁରୀ । ଅପରାହ୍ନ ତିନିଟାରେ ରାଷ୍ଟ୍ରପତି ନୈାସେନା ଦିବସକୁ ଉଦଘାଟନ କରିବେ ।
ରାଷ୍ଟ୍ରପତି ଜଳ , ସ୍ଥଳ ଓ ଆକାଶ ପଥରେ ଦୁଃସାହସିକ ସାମରିକ କୌଶଳ ପ୍ରଦର୍ଶନ ଦେଖିବେ । ନୌସେନାର 15 ଯୁଦ୍ଧ ଜାହାଜ 40 ଲଢୁଆ ବିମାନ ଏବଂ 4 ଯୁଦ୍ଧଟ୍ୟାଙ୍କ କଳା କୈାଶଳ ଦେଖାଇବା ପାଇଁ ଶେଷ ପ୍ରସ୍ତୁତି କରିଛନ୍ତି ।
ରାଷ୍ଟ୍ରପତି ଙ୍କ ସମ୍ମୁଖରେ ପରେଡ଼ କରିବେ ନୈାସେନା । ଜାତୀୟ ପତାକା ଉତ୍ତେଳାନ କରି ନୌସେନା ପ୍ରତିଷ୍ଠା ଦିବସ ଉସବ ଉଦଘାଟନ କରିବେ ରାଷ୍ଟ୍ରପତି । ମୁଖ୍ୟ ଆକର୍ଷଣ ହେବ ଭାରତୀୟ ସ୍ବଦେଶୀ ଜ୍ଞାନ କୈଶଳ ନିର୍ମିତ ବିକ୍ରମ ସମେତ 10 ରୁ ଉର୍ଦ୍ଧ୍ବ ଯୁଦ୍ଧ ଜାହାଜ ।
ଋଷିଆ ଏବଂ ଆମେରିକା ଭଳି ବିଶ୍ବର ସବୁଠାରୁ ଅଧିକ ଶକ୍ତିଶାଳୀ ରାଷ୍ଟ୍ରର ନୌବାହିନୀ ଠାରୁ ସମାରିକ ଦକ୍ଷତାରେ ଭାରତୀୟ ନୌସେନା କଣ ତାହା ଆଜି ବିଶ୍ବ ଦେଖିବ ।
ବ୍ଲୁ ଫ୍ଲାଗ ବେଳାଭୂମିରେ ସମସ୍ତେ ଏହି ବର୍ଣ୍ଣାଢ଼୍ୟ ଉତ୍ସବ ପାଳନ କରିବା ପାଇଁ ଉପସ୍ଥିତ ଅଛନ୍ତି । ପ୍ରାୟ ୭ ହଜାର ନିମନ୍ତ୍ରିତ ଅତିଥିଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ରାଜ୍ୟ ମନ୍ତ୍ରିମଣ୍ଡଳ ସଦସ୍ୟ, ବିଧାୟକ ଏବଂ କେତେକ ସାଂସଦ ନୌସେନା ପ୍ରତିଷ୍ଠା ଦିବସ ଉତ୍ସବରେ ଉପସ୍ଥିତ ରହିବେ ।
ପେଣ୍ଠକଟା ଠାରୁ ଶିପସରୁବାଲି ପର୍ଯ୍ୟନ୍ତ ପ୍ରାୟ ୭ କିମି ସମୁଦ୍ର ବେଳାଭୂମିରେ ଲକ୍ଷାଧିକ ଲୋକଙ୍କ ସମାଗମ ପାଇଁ ବ୍ୟବସ୍ଥା ହୋଇଛି । ନୌସେନାର ଚିତ୍ତାକର୍ଷକ ଓ ଦୁଃସାହସିକ କୌଶଳ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଛି ।
ନୌସେନା ପ୍ରତିଷ୍ଠା ଦିବସ ସମେତ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସମଗ୍ର ପୁରୀ ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭିଆଇପି ରୋଡ, ଚକ୍ରତୀର୍ଥ ରୋଡ ଏବଂ ବଡ଼ଦାଣ୍ଡରେ ଟ୍ରାଫିକ କଟକଣା ଜାରି କରାଯାଇଛି। ଆରକ୍ଷୀ ଅଧୀକ୍ଷକ ବିନୀତ ଅଗ୍ରୱାଲ ଏସବୁର ତଦାରଖ କରୁଛନ୍ତି । ପୁରୀ ପୌରାଞ୍ଚଳ ମଧ୍ୟରେ ଥିବା ସମସ୍ତ ସରକାରୀ ଏବଂ ବେସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନ ଆଜି ଛୁଟି ରହିବ ।
ସୁରକ୍ଷା ଦାୟିତ୍ବରେ ୮୫ ପ୍ଲାଟୁନ ପୁଲିସ ଫୋର୍ସ, ୩୫ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବାହିନୀ, ୩୦୦ ପୁଲିସ ଅଧିକାରୀ ଏବଂ ୩ ଶହ ଶହ ଲାଇଫ ଗାର୍ଡଙ୍କୁ ମୁତୟନ କରାଯାଇଛି ।