ଇସ୍କନ ସନ୍ଥଙ୍କୁ ଆକ୍ରମଣ ପ୍ରସଙ୍ଗରେ ତ୍ରିପୁରାରରେ ବାଂଲାଦେଶୀ ଯାତ୍ରୀଙ୍କୁ ଅସହଯୋଗ କରିବେ ହୋଟେଲ ଓ ରେସ୍ତୋରାଁ ମାଲିକ । ବାଂଲାଦେଶୀ ଯାତ୍ରୀମାନଙ୍କୁ ଖାଦ୍ୟ ଓ ରୁମ୍ ପ୍ରଦାନ ନ କରିବାକୁ ସେଠାରେ ନିଷ୍ପତ୍ତି ନିଆଯାଇଛି।
ବାଂଲାଦେଶର କିଛି ଦିନ ହେଲା ହିନ୍ଦୁ ଲୋକଙ୍କୁ ଟାର୍ଗେଟ କରାଯାଉଛି । ବିଶେଷ କରି ଶେଖ ହାସିନାଙ୍କ ସରକାର ଯିବା ପରେ ଏହା ବଢ଼ିଛି । ହିନ୍ଦୁମାନଙ୍କୁ ଟାର୍ଗେଟ କରି ଦମନ କରୁଛନ୍ତି କଟ୍ଟରପନ୍ଥୀ । ସେପଟେ ହିଂସାକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ବାଂଲାଦେଶରେ ହିନ୍ଦୁଙ୍କ ବିରୋଧରେ ହିଂସାକୁ ନେଇ ଅଲ୍ ତ୍ରିପୁରା ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ୍ (ଏଟିଆର୍ଓଏ) ବାଂଲାଦେଶ ଯାତ୍ରୀମାନଙ୍କୁ ଅସହଯୋଗ କରିବାକୁ ନିଷ୍ପତ୍ତି ନେଇଛି ।
ହୋଟେଲ ସଂଘର ସାଧାରଣ ସମ୍ପାଦକ ସୈକତ ବନ୍ଦ୍ୟୋପାଧ୍ୟାୟ କହିଛନ୍ତି- ବାଂଲାଦେଶରେ ସଂଖ୍ୟାଲଘୁଙ୍କୁ ନିର୍ଯାତନା ଦିଆଯାଉଛି। ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟୁଥିଲା କିନ୍ତୁ ଏବେ ସୀମା ଅତିକ୍ରମ କରିଛି। ବାଂଲାଦେଶରେ ସଂଖ୍ୟାଲଘୁଙ୍କ ପ୍ରତି ହେଉଥିବା ହିଂସା ବନ୍ଦ ନହେବା ପର୍ଯ୍ୟନ୍ତ ସେମାନଙ୍କୁ ଅସହଯୋଗ କରାଯିବ ।
ତ୍ରିପୁରା ଓ କୋଲକାତାର ହସ୍ପିଟାଲଗୁଡ଼ିକ ମଧ୍ୟ ବାଂଲାଦେଶୀଙ୍କ ଚିକିତ୍ସା କରିବାକୁ ମନା କରିଦେଇଛନ୍ତି। ତ୍ରିପୁରାର ରାଜଧାନୀ ଅଗରତାଲାରେ ଥିବା ବାଂଲାଦେଶ ସହକାରୀ ଉଚ୍ଚାୟୁକ୍ତ କାର୍ଯ୍ୟାଳୟ ନିକଟରେ ବାଂଲାଦେଶ ହିଂସାକୁ ବିରୋଧ କରାଯାଇ ପ୍ରଦର୍ଶନ କରାଯାଇଛି ।