Monday, May 12, 2025
No Result
View All Result
Odisha 365

Latest News

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ରାଜ୍ୟ

ମହିଳାଙ୍କୁ ଆର୍ଥିକ ସହାୟତା ଦେବା ଜରୁରୀ

Ramesh Parida by Ramesh Parida
Dec 3, 2024, 05:48 am GMT+0530
FacebookTwitterWhatsAppTelegram

ମହିଳାଙ୍କ ଭୋଟ ଏବେ ଭାରତୀୟ ରାଜନୀତିରେ ମୁଖ୍ୟ ଚର୍ଚା ହୋଇଛି । ଦିନେ ମହିଳାଙ୍କ ଭୋଟ ପାଇବା ପାଇଁ ଦକ୍ଷିଣ ଭାରତରେ ରାଜନେତା ମାନେ ମାଗଣା ଯୋଜନା ଆରମ୍ଭ କରିଥିଲେ । ଏହା ଦକ୍ଷିଣ ଭାରତରେ ଭଲ କାମ ଦେଲା । ପରେ ଏହି ଯୋଜନାକୁ ଉତ୍ତର ଭାରତରେ ଲାଗୁ କରାଗଲା । ଏବେ ପୂର୍ବ ଭାରତରେ ମଧ୍ୟ ମହିଳାଙ୍କୁ ଲାଭାର୍ଥୀ କରି ରାଜନୈତିକ ଦଳମାନେ ସରକାରରେ ଆସୁଥିବା ଦେଖିବାକୁ ମିଳିଛି । ତେବେ ମହିଳାଙ୍କୁ ଆର୍ଥିକ ସହାୟତା ଦେବା ଠିକ୍ କି ଭୁଲ ତାକୁ ନେଇ ଆଲୋଚନା ହେଉଛି । ଭାରତ ଭଳି ଦେଶରେ ମହିଳାଙ୍କୁ ଆଗକୁ ଆଣିବାକୁ ହେଲେ ସେମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ସାମାଜିକ ଦାୟିତ୍ବ ପ୍ରତି ଯତ୍ନଶୀଳ ହେବା ପାଇଁ ଆର୍ଥିକ ସହାୟତା ଯୋଗାଇଦେବା ଉପରେ ଅନେକ ଦିନରୁ ବିଚାର କରାଯାଉଥିଲା ।

ଦିନ ଥିଲା ମହିଳାମାନେ ଭୋଟ ଦେବାକୁ ସେତେ ଯାଉନଥିଲେ । ଭୋଟ ଦେଲେ ଆମର କଣ ଲାଭ କହୁଥିଲେ । ବାଲାଟ ପେପରରେ ଭୋଟ ନିଆଯାଉଥିବା ବେଳେ ମହିଳାମାନେ କମ ସଂଖ୍ୟାରରେ ଭୋଟ ଦେବାକୁ ଯାଉଥିଲେ । ଇଭିଏମ ଆସିବା ପରେ ମହିଳାମାନେ ଅଧିକ ସଂଖ୍ୟାରେ ଭୋଟ ଦେବାକୁ ଯାଉଛନ୍ତି । ଏହାର କାରଣ ହେଉଛି ରାଜନୈତିକ ଦଳମାନଙ୍କ ମାଗଣା ଯୋଜନା ବା ପ୍ରତିଶ୍ରୁତି ।

ଡିଏମକେ, ଏବଂ ଏଆଇଏଡିଏମକେ ପ୍ରଥମେ ମହିଳାଙ୍କୁ ଲୋଭ ଦେଖାଇ ଭୋଟ ନେଉଥିବା କୁହାଯାଉଥିଲା । ପରେ ଦେଖାଗଲା ଆପ, କଂଗ୍ରେସ ମହିଳାଙ୍କୁ ଲୋଭ ଦେଖାଇ ଭୋଟ ନେଉଛନ୍ତି । ଏବେ ବିଜେପି ଦୁଇଟି ରାଜ୍ୟରେ ମହିଳାମାନଙ୍କୁ ଅର୍ଥଯୋଜନା ଘୋଷଣା କରି ସରକାର ପୁଣି ହାତେଇଛି ।

ହରିୟାଣା ନିର୍ବାଚନରେ ବିଜେପି ହାରିବ ସମସ୍ତେ କହୁଥିବା ବେଳେ ମହିଳାଙ୍କ ସାଇଲେଂଟ ଭୋଟ ବିଜେପି କୁ ବିଜୟ ଦେଇଥିଲା । ଓଡ଼ିଶାରେ ମଧ୍ୟ ସୁଭଦ୍ରା ଯୋଜନା ସ୍କିମ ଘୋଷଣା କରି ବିଜେପି ସରକାରକୁ ଆସିଛି । ପୁଣି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନରେ ମହିଳାମାନେ ସରକାର ଗଠନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । କୁହାଯାଉଛି ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ସ୍କିମ୍ ଭୋଟରଙ୍କୁ ଆକୃଷ୍ଟ କରୁଛି । ଯାହା ଉପରେ ମହିଳାମାନଙ୍କ ବିଶ୍ବାସ ରହୁଛି ସେହି ଦଳ ସରକାର ଗଠନ କରୁଛି ।

ଓଡ଼ିଶାରେ ବିଜୁ ଜନତା ଦଳ  କ୍ରମାଗତ ଜିତିବାର କାରଣ ସାଜିଥିଲେ ମହିଳା । ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଜରିଆରେ ବିନା ସୁଧରେ ମହିଳାମାନଙ୍କୁ ଋଣ ଦେଇ ଭୋଟ ହାତଉଥିଲେ ନବୀନ ପଟ୍ଟନାୟକ ।ପଶ୍ଚିମବଂଗରେ ମମତାଙ୍କ ବିରୋଧରେ ହାଓ୍ବା ଥିଲେ ମଧ୍ୟ  ମହିଳା ସମୃଦ୍ଧି ଯୋଜନା, ରୂପଶ୍ରୀ ପ୍ରକଳ୍ପ, କନ୍ୟାଶ୍ରୀ ପ୍ରକଳ୍ପ ଟିଏମସି ପାଇଁ ଭୋଟ ବ୍ୟାଙ୍କ ହୋଇ ରହିଛି ।

ମଧ୍ୟ ପ୍ରଦେଶରେ ଶିବରାଜ୍ ସିଂ ଚୌହାନଙ୍କ ସରକାର ଲାଡଲି ବେହନା ଯୋଜନା ବିଜେପିକୁ ପୁଣି ସରକାର ଆଣିବାରେ ସହାୟକ ହୋଇଥିଲା । ସେଠାରେ ମହିଳାମାନଙ୍କୁ ମାସିକ ୧୨୦୦ ଟଙ୍କା ଭାବରେ ଅର୍ଥ ତିନିମାସ କାଳ ସେମାନଙ୍କ ବ୍ୟାଙ୍କ ଆକାଉଂଟକୁ ପଠାଇଥିଲା ଶିବରାଜ ସିଂ ଚୈାହାନ । ଫଳରେ ସେଠାରେ ପୁଣି ବିଜେପି ସରକାର ଗଠନ କରିଥିଲା ।

ଝାଡ଼ଖଣ୍ଡରେ ହେମନ୍ତ ସୋରେନଙ୍କ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ସରକାର ମୈୟା ସମ୍ମାନ ଯୋଜନା ପାଇଁ ପୁଣି ସରକାରକୁ ଆସିଛି । ମହିଳାଙ୍କୁ ମାସିକ ୧୦୦୦ ଟଙ୍କା ଲେଖାଏଁ ପ୍ରଦାନ କରିବା ଫଳରେ ଲୋକସଭା ନିର୍ବାଚନର ଫଳାଫଳକୁ ବିଧାନସଭା ନିର୍ବାଚନରେ ହେମନ୍ତ ସୋରେନଙ୍କ ସରକାର ବଦଳାଇ ଦେଇ ବିଧାନସଭାରେ ବିପୁଳ ବିଜୟ ହାସଲ କରି ପୁଣି ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।

ମହାରାଷ୍ଟ୍ରରେ ବିଜେପି ମେଂଟ ମହାୟୁତି ସରକାର ଲଡକି ବହିନ ସ୍କିମ୍ ଘୋଷଣା ପରେ ମହାରାଷ୍ଟ୍ରରେ ବିଜେପି ମେଂଟ ପୁଣି ସରକାରକୁ ଫେରିପାରିଛି ।ମାସିକ ମହିଳାଙ୍କୁ ମହାରାଷ୍ଟ୍ରରେ ୧୫୦୦ ଟଙ୍କା ଦିଆଯାଉଛି , ମଧ୍ୟପ୍ରଦେଶ, ହରିୟାଣା ଓ ନିକଟରେ ଶେଷ ହୋଇଥିବା ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନ ଫଳାଫଳ ସମ୍ପୂର୍ଣ୍ଣ ଭାବରେ ମହିଳାମାନଙ୍କ ସାଇଲେଣ୍ଟ ଭୋଟକୁ ଉଜାଗର କରିଛି ।

ଭୋଟରଙ୍କୁ ବିଶେଷ କରି ମହିଳାଙ୍କୁ ଆର୍ଥିକ ସହାୟତା ବିଶେଷ ପ୍ରଭାବ ପକାଉଛି ।  ଝାଡ଼ଖଣ୍ଡରେ ବିଜେପିର ନିର୍ବାଚନ ପରାଜୟର କାରଣ ମୁଖ୍ୟମନ୍ତ୍ରୀ ମୈୟା ସମ୍ମାନ ଯୋଜନା କୁହାଯାଉଛି । କାରଣ ଏଠାରେ ମହିଳାମାନଙ୍କୁ ୧୦୦୦ ଟଙ୍କା ପ୍ରତି ମାସରେ ଜେଏମ୍ଏମ୍ ମେଂଟ ସରକାର ଦେଉଛି ।ମହାରାଷ୍ଟ୍ରରେ ଲୋକସଭା ନିର୍ବାଚନରେ ଇଣ୍ଡିଆ ମେଂଟ ୪୮ଟି ଆସନରୁ ୩୦ଟି ଆସନ ପାଇଥିଲା ।  କଂଗ୍ରେସ ବଡ଼ ଦଳ ଭାବରେ ୧୩ଟି ଲୋକସଭା ଆସନ ପାଇଥିଲା । ବିଜେପିକୁ ୧୨ଟି ଆସନ ମିଳିଥିଲା। ୫ ମାସ ପରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ମହାୟୁତି ମେଂଟ ୨୮୮ ଆସନରୁ ୨୩୨ଟି ପାଇଛି । ବିଜେପି ୧୩୨ଟି ଆସନ ପାଇଛି । ଏହାର କାରଣ ମହିଳା ଭୋଟ କୁହାଯାଉଛି । ମହାୟୁତି ସରକାର ରାଜ୍ୟର ପ୍ରାୟ ୨ କୋଟି ୩୦ ଲକ୍ଷ ମହିଳାଙ୍କୁ ମାସିକ ୧୫୦୦ ଟଙ୍କା ଦେଉଛି । ଯାହାର ଫଳ ବିଜେପି ପାଇଛି ।

ସବୁଠୁ ବଡ଼ କଥା ହେଉଛି ମହିଳାଙ୍କୁ ସଶକ୍ତିକରଣ କରିବା ପାଇଁ ଏହା ଏକ ଭଲ ପଦକ୍ଷେପ । ଭାରତ ଭଳି ଦେଶରେ ଗରିବ ମହିଳାମାନେ ଶହେ ଟଙ୍କା ପାଇବା ପାଇଁ ସୁଧ ଆଣି ଚଳିଥାନ୍ତି । ଗ୍ରାମାଂଚଳରେ ଟଙ୍କା ଶହେ ପାଇଁ ତାଙ୍କୁ ଶହେ କିଲୋମିଟର କାମ କରିବାକୁ ଯିବାକୁ ପଡ଼େ । ଏବେ ସେମାନେ ଚାହିଁଲେ କିଛି ବି ଏହି ପଇସାରେ କରିପାରିବେ ।

ଅବଶ୍ୟ ଏହାକୁ କେହି କେହି ଭୋଟ ପୂର୍ବରୁ ଲାଂଚ ଭାବରେ ଚିତ୍ରଣ କରୁଛନ୍ତି କିନ୍ତୁ ଭାରତର ପରିସ୍ଥିତି ଯାହା ମହିଳାଙ୍କୁ ଆର୍ଥିକ ସହାୟତା ଦେଲେ ସେମାନେ ସେହି ଟଙ୍କାରେ ସେମାନଙ୍କର ବିକାଶ ପ୍ରତି ନିଶ୍ଚୟ ଆଗ୍ରହ ପ୍ରକାଶ କରିବେ ।

ମହିଳାମାନେ ହେଉଛନ୍ତି ଗୋଟିଏ ସମାଜର ପ୍ରହରୀ ସଦୃଶ । ସେମାନଙ୍କ ହାତରେ ଭବିଷ୍ୟତ ଗଢ଼ିବାର ଦାୟିତ୍ବ ରହିଛି । ତେଣୁ ସେମାନଙ୍କୁ ଆର୍ଥିକ ସହାୟତା ସେମାନଙ୍କୁ ଆଗାମୀ ଦିନରେ ନିଶ୍ଚୟ ସଶକ୍ତ କରିବ ଏବଂ ସେମାନଙ୍କୁ ଶାରୀରିକ, ମାନସିକ, ଆର୍ଥିକ , ବୈାଦ୍ଧିକ କ୍ଷେତ୍ରରେ ବିକଶିତ କରିବା ସହ  ଶିକ୍ଷା କ୍ଷେତ୍ରରେ ନିଶ୍ଚୟ ଆଗକୁ ନେଇପାରିବ । ଏହି ସହାୟତା ବହୁ ପୂର୍ବରୁ ଦିଆଯିବାର ଆବଶ୍ୟକତା ଥିଲା ।

ShareTweetSendShare

RelatedNews

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର
Latest News

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଆସନ୍ତା ୧୦ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
Latest News

ଆସନ୍ତା ୧୦ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଆଜି ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ରେଜଲ୍ଟ
Latest News

ଆଜି ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ରେଜଲ୍ଟ

ରଥଯାତ୍ରାର ମହତ୍ତ୍ୱ: କାହିଁକି ପ୍ରତିବର୍ଷ ଏତେ ଭିଡ଼ ହୁଏ?
Latest News

ରଥଯାତ୍ରାର ମହତ୍ତ୍ୱ: କାହିଁକି ପ୍ରତିବର୍ଷ ଏତେ ଭିଡ଼ ହୁଏ?

ପୁଣିଥରେ ହେବ OCS ଆନ୍ଥ୍ରପୋଲୋଜି ପରୀକ୍ଷା, ଜାଣନ୍ତୁ କେବେ ହେବ ପରୀକ୍ଷା ?
Latest News

ପୁଣିଥରେ ହେବ OCS ଆନ୍ଥ୍ରପୋଲୋଜି ପରୀକ୍ଷା, ଜାଣନ୍ତୁ କେବେ ହେବ ପରୀକ୍ଷା ?

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.