ଫୁଟବଲ ପଡ଼ିଆରୁ ଏକ ଭୟଙ୍କର ଖବର ଆସୁଛି । ଆପ୍ରିକାର ଦେଶ ଗିନିରେ ଏକ ଫୁଟବଲ ମ୍ୟାଚ ଚାଲିଥିବା ବେଳେ ସଂଘର୍ଷ ଓ ଦଳାଚକଟା ରେ 56 ଜଣ ଲୋକ ପ୍ରାଣ ହରାଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ଦକ୍ଷିଣ ଗିନିର ଦ୍ବିତୀୟ ବୃହତ୍ତମ ସହର ନଜେରାକୋରେରେ ଖେଳାଯାଉଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟର ଏକ ମ୍ୟାଚ ସମୟରେ ଉଭୟ ଦଳର ପ୍ରଶଂସକଙ୍କ ମଧ୍ୟରେ ବଚସା ହେବା ପରେ ସଂଘର୍ଷର ରୂପ ନେଇଥିଲା । ସଂଘର୍ଷ କ୍ରମେ ଭୟଙ୍କର ଆକାର ଧାରଣ କରିଥିଲା ଓ ଲୋକମାନେ ପ୍ରାଣବିକଳରେ ପଳାଇବାବେଳେ ଦଳାଚକଟା ହୋଇଥିଲା । ଏହି ସଂଘର୍ଷ ଓ ଧସ୍ତାଧସ୍ତିରେ 56 ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି ।
ଦକ୍ଷିଣ ଗିନିର ଦ୍ବିତୀୟ ବୃହତ୍ତମ ସହର ନଜେରାକୋରେରେ ଖେଳାଯାଉଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟର ଏକ ମ୍ୟାଚ ସମୟରେ ଉଭୟ ଦଳର ପ୍ରଶଂସକଙ୍କ ମଧ୍ୟରେ ବଚସା ହେବା ପର ତାହା ସଂଘର୍ଷର ରୂପ ନେଇଥିଲା । ସଂଘର୍ଷ କ୍ରମେ ଭୟଙ୍କର ଆକାର ଧାରଣା କରିଥିଲା ଓ ଲୋକମାନେ ପ୍ରାଣବିକଳରେ ପଳାଇବାବେଳେ ଦଳାଚକଟା ହୋଇଥିଲା ।
ଦକ୍ଷିଣ ଗିନି ସରକାର ସୋମବାର ସୂଚଦା ଦେଇଛନ୍ତି ଯେ ଫୁଟବଳ ମ୍ୟାଚ ସମୟରେ ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ 56 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲେକ ଏବେ ବି ଡ଼ାକ୍ତରଖାନାରେ ଚିକିସିତ ହେଉଛନ୍ତି । ଏହି ବିବାଦ ଏକ ନିଷ୍ପତ୍ତିକୁ ନେଇ ବିବାଦ ସୃଷ୍ଟି କରିଥିଲା ଯାହା ପରେ ଉଭୟ ଦଳର ପ୍ରଶଂସକମାନେ ପରସ୍ପର ସହ ମୁହାଁମୁହିଁ ହୋଇଥିଲେ । ଏହା ଦେଖି ସଂଘର୍ଷ ଏତେ ବ୍ୟାପିଯାଇଥିଲା ଯେ ପଡ଼ିଆରେ ହଇଚଇ ସୃଷ୍ଟି ହୋଇଥିଲା ଏବଂ ଲୋକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ଦୈଡ଼ିବାକୁ ଲାଗିଥିଲେ ଦେଶର ଯୋଗାଯୋଗ ମନ୍ତ୍ରୀ ଏକ ବିବୃତି ଜାରି ଘଟଣାର ତଦନ୍ତ ନିର୍ଦେଶ ଦେବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।