ସଂବିଧାନକୁ ନେଇ କିଛି ଦିନ ହେଲା ଆଲୋଚନା ହେଉଛି । ବିରୋଧୀମାନେ ସରକାରଙ୍କୁ ଏନେଇ ଟାର୍ଗେଟ କରୁଛନ୍ତି । କେନ୍ଦ୍ର ସରକାର ଏବେ ସଂସସଦରେ ଏନେଇ ଆଲୋଚନା ହେବାକୁ ସ୍ଥିର କରିଛନ୍ତି । ସର୍ବଦଳୀୟ ବୈଠକ ପରେ ଏନେଇ ନିଷ୍କତ୍ତି ହୋଇଛି ।
ଡିସେମ୍ବର ୧୩ରୁ ୧୭ ପର୍ଯ୍ୟନ୍ତ ଚାରିଦିନ ଧରି ସଂସଦର ଉଭୟ ଗୃହରେ ଆଲୋଚନା ହେବ । ନେତାମାନେ ସମ୍ବିଧାନ ଉପରେ ବିତର୍କ କରିବେ । ସରକାରୀ ପକ୍ଷ ଏବଂ ବିପକ୍ଷ ଦଳ ନିଜ ନିଜର ମତ ରଖିବେ ।
ପ୍ରଥମେ ଡିସେମ୍ବର ୧୩ ଓ ୧୪ ଦୁଇଦିନ ଲୋକସଭାରେ ଏବଂ ୧୬ ଓ ୧୭ ଡିସେମ୍ବରରେ ରାଜ୍ୟସଭାରେ ସମ୍ବିଧାନ ଉପରେ ଆଲୋଚନା ହେବ । ସଂସଦୀୟ ବ୍ୟାପାର ମନ୍ତ୍ରୀ କୀରଣ ରିଜିଜୁ କହିଛନ୍ତି, ‘ସଂସଦ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଉଚିତ ନୁହେଁ। ସମସ୍ତ ବିରୋଧୀ ଦଳର ନେତାମାନଙ୍କୁ ଆମେ ଅନୁରୋଧ କରୁଛୁ, ଆସନ୍ତାକାଲିଠାରୁ ସଂସଦ କାର୍ଯ୍ୟ ସୁରୁଖୁରୁରେ କିପରି ଚାଲିବ, ସେନେଇ ସମସ୍ତେ ଦାୟିତ୍ଵବାନ ହେବେ।’ ସମ୍ବିଧାନ ଉପରେ ଆଲୋଚନା ନେଇ ବିରୋଧୀମାନେ ଦାବି କରୁଥିବାରୁ ସରକାର ରାଜି ହୋଇଥିବା ସେ କହିଛନ୍ତି
ସମ୍ବିଧାନ ଉପରେ ବିତର୍କ ପାଇଁ ଲୋକସଭା ଓ ରାଜ୍ୟସଭାର ସମସ୍ତ ବିରୋଧୀ ଓ ଶାସକ ଦଳର ସାଂସଦମାନେ ଏକମତ ହୋଇଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଡିସେମ୍ବର ୧୩ରୁ ୧୭ ମଧ୍ୟରେ ଚାରିଦିନ ଧରି ସଂସଦର ଉଭୟ ଗୃହରେ ସମ୍ବିଧାନ ଉପରେ ବିତର୍କ ହେବ।
ନଭେମ୍ବର ୨୫ ତାରିଖରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିଲା। ତେବେ ସମ୍ବିଧାନକୁ ନେଇ ବିତର୍କ ଦାବିରେ ବାରମ୍ବାର ହଟ୍ଟଗୋଳ ଓ ଗୃହ ମୁଲତବୀ ହୋଇଥିଲା। ଯାହାକୁ ନେଇ ଆଜି ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି ଓମ୍ ବିର୍ଲା। ଏହି ବୈଠକରେ ସମ୍ବିଧାନ ଉପରେ ବିତର୍କ ପାଇଁ ସବୁ ଦଳର ସଦସ୍ୟ ସହମତି ପ୍ରକାଶ କରିଥିବା ଜଣାପଡ଼ିଛି।