ଚାମ୍ପିୟନ ଟ୍ରଫି 2025 କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ପାକିସ୍ତାନ କ୍ରିକେଟ ବୋର୍ଡ଼ ହାଇବ୍ରିଡ଼ ମଡ଼େଲରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ରାଜ ହୋଇଛି । କିନ୍ତୁ ଏହାର ଆନୁଷ୍ଠାନିକ ଘୋଷଣା ଏପର୍ଯ୍ୟନ୍ତ ହୋଇନାହିଁ । ଚାମ୍ପିୟନ ଟ୍ରଫିକୁ ନେଇ ପିସିବ ୟୁଏଇ ସହ ଆଲୋଚନା କରିବା ଏକ ନିରପେକ୍ଷ ସ୍ଥାନରେ ଟିମ ଇଣ୍ଡିଆର ମ୍ୟାଚ ଖେଳାଯିବ । ତେଣୁ ଭାରତ ୟୁଏଇରେ ନିଜର ମ୍ୟାଚ ଖେଳିପାରିବ । ଚାମ୍ପିୟନ୍ସ ଟ୍ରଫିର ଚୂଡ଼ାନ୍ତ ନିଷ୍ପତ୍ତି ଶନିବାର ରାତି କିମ୍ବା ରବିବାର ସକାଳ ସୁଦ୍ଧା ଆନୁଷ୍ଠାନିକ ଭାବେ ଆସିବ ବୋଲିଆଶା କରାଯାଉଛି ।
ତେବେ ପାକିସ୍ତାନ କ୍ରିକେଟ ବୋର୍ଡ ଆଇସିସି ଆଗରେ କେତେକ ସର୍ତ୍ତ ରଖିଛି । ଏହା ଅନୁସାରେ ଯଦି ଭାରତ ଫାଇନାଲକୁ ନ ଯାଏ ତେବେ ଫାଇନାଲ ଲାହୋରରେ ହେବ । ଆଉ ଏକ ସର୍ତ୍ତ ହେଉଛି, ଭବିଷ୍ୟତରେ ଭାରତରେ ଯଦି କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ ହୁଏ ତେବେ ପାକିସ୍ତାନ ଭାରତକୁ ଖେଳିବାକୁ ଯିବ ନାହିଁ ଓ ତାହା ହାଇବ୍ରିଡ୍ ମୋଡରେ ଖେଳାଯିବ । ତେବେ ଏନେଇ ଆଇସିସିର ପ୍ରତିକ୍ରିୟା ମିଳିପାରିନାହିଁ ।
ତେବେ ପାକିସ୍ତାନ କ୍ରିକେଟ ବୋର୍ଡ଼ ଆଇସିସି ଆଗରେ କେତେକ ସର୍ତ ରଖିଛି । ଏହା ଅନୁସାରେ ଯଦି ଭାରତ ଫାଇନାଲକୁ ନ ଯାଏ ତେବେ ଫାଇନାଲ ଲାହୋରରେ ହେବ । ଆଉ ଏକ ସର୍ତ ହେଉଛି ଭିବଷ୍ୟତରେ ଭାରତର ଯଦି କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ ହୁଏ ତେବେ ପାକିସ୍ତାନ ଭାରତକୁ ଖେଳିବାକୁ ଯିବ ନାହିଁ ଓ ତାହା ହାଇବ୍ରିଡ଼ ମୋଡ଼ରେ ଖେଳାଯିବ ।
ଚାମ୍ପିୟନ୍ସ ଟ୍ରଫିକୁ ନେଇ ଆଇସିସି ଶୁକ୍ରବାର ଏକ ବୈଠକ କରିଥିଲା। ଏଥିରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏବଂ ପାକିସ୍ତାନ ବୋର୍ଡର ଅଧିକାରୀମାନେ ଯୋଗ ଦେଇଥିଲେ। କିନ୍ତୁ ଏହି ବୈଠକରେ କୌଣସି ନିଷ୍ପତ୍ତି ନିଆଯାଇ ନ ଥିବାରୁ ଏହାକୁ ବଢ଼ାଇ ଦିଆଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନ ଏବେ ହାଇବ୍ରିଡ୍ ମଡେଲ ପାଇଁ ପ୍ରସ୍ତୁତ। ତେଣୁ ଟିମ୍ ଇଣ୍ଡିଆ ୟୁଏଇରେ ନିଜର ମ୍ୟାଚ୍ ଖେଳିପାରିବ।