ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ ଦେଇଥିବା ଧମକପୂର୍ଣ୍ଣ ର ତଦନ୍ତ ଚାଲିଛି । ସେ ମେସେଜରେ ଓଡ଼ିଆରେ ଥମ୍ବନେଲ୍ ଦେଇଥିଲା । ଏହା କିପରି ସେ କଲା ତାକୁ ନେଇ ତଦନ୍ତ ଚାଲିଛି । କ୍ରାଇମବ୍ରାଞ୍ଚ ସାଇବର ସେଲ ପକ୍ଷରୁ ଏନେଇ ଅଧିକ ତଦନ୍ତ ପରେ କୁହାଯାଇପାରିବ ବୋଲି କୁହାଯାଇଛି । ଆତଙ୍କୀ ପନ୍ନୁ ଏହି ମେଲ୍ ପଠାଇଛି ନାଁ ଏହା ପଛରେ କିଏ ? କେଉଁଠୁ ମେଲଟି ଆସିଛି ? ଆଇପି ଆଡ୍ରେସ ନେଇ ଯାଞ୍ଚ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ।
ଓଡ଼ିଶାଗସ୍ତରେ ମୋଦି ଅଛନ୍ତି । ଡିଜିପି, ଆଇଜି ସମ୍ମିଳନୀ ଚାଲିଛି । ଏହାରି ଭିତରେ ଧମକପୂର୍ଣ୍ଣ ଇ-ମେଲ ଘଟଣା ଆସିଛି । ଏହାର ଯାଞ୍ଚ କରିଛି କ୍ରାଇମବ୍ରାଞ୍ଚ ସାଇବର ସେଲ।
ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ଅଫିସରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ମେଲ୍ର ତଦନ୍ତ କରୁଛି । ଓଡ଼ିଆ ଓ ଇଂଲିଶରେ ଆସିଥିବା ଦୁଇଟି ମେଲ୍କୁ ନିରୀକ୍ଷଣ କରିଛି କ୍ରାଇମବ୍ରାଞ୍ଚ ଟିମ୍।
ଆଜି ସକାଳ ୯ଟା ୪ ମିନିଟ୍ରେ ଆତଙ୍କୀ ପନ୍ନୁ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଏକ ଧମକପୂର୍ଣ୍ଣ ମେଲ ପଠାଇଥିଲା। ଏହି ମେଲଟି ଦେଖିବା ପରେ ଅକ୍ଷୟ କମିଶନରେଟ ପୁଲିସକୁ ଜଣାଇଥିଲେ।
ଆତଙ୍କୀ ପନ୍ନୁ ପାଇଁ ଓଡ଼ିଶାରେ କିଏ କରୁଛି କାମ?, ପନ୍ନୁ ନାଁରେ ଆସିଥିବା ଇମେଲ୍ ପ୍ରକୃତରେ ସେ ପଠାଇଛି ନା ଆଉ କିଏ ପଠାଇଛି ? ରାଜ୍ୟରେ ଖଲିସ୍ତାନୀ ଆତଙ୍କୀଙ୍କ ସ୍ଲିପର ସେଲ ଚାଲିଛି କି?
ମେଲଟି କେଉଁଠି ଆସିଥିଲା, କ’ଣ ତାହା ଡିଟେଲ୍ସ ଜାଣିବା ପାଇଁ ଦେଖିବାକୁ ଆସିଥିଲୁ। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପରେ ମେଲଟି କେଉଁଠ ଆସିଥିଲା, ତାହା ଜଣାପଡ଼ିବ।