ଗୋଟିଏ ପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବାର ତିନି ଦିନ ପରେ ସାମ୍ବିଧାନିକ ନିୟମ ଅନୁସାରେ ବାଧ୍ୟତାମୂଳକ ଇସ୍ତଫା ଦେଇଛନ୍ତି । ଯାହା ଦ୍ବାରା ରାଜ୍ୟରେ ଏକ ନୂତନ ସରକାର ଗଠନ ପାଇଁ ବାଟ ଫିଟିଛି । ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ କିମ୍ବା ଶିବସେନା ମୁଖ୍ୟ ସିନ୍ଦେ ରାଜ୍ୟର ଏହି ଶୀର୍ଷ ପଦ ପାଇବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
କିନ୍ତୁ ଏସବୁ ମଧ୍ୟରେ ହଠାତ ସାସିଆଲ ମିଡ଼ିଆରେ ମୁଖ୍ୟମନ୍ତ୍ରୀ ପଦ ପାଇଁ କେନ୍ଦ୍ର ରାଜ୍ୟ ମନ୍ତ୍ରୀ ମୁରଲୀଧର ମୋହଲଙ୍କ ବିଷୟରେ ଆଲୋଚନା ହେଉଛି । ବାସ୍ତବରେ, ବର୍ତ୍ତମାନ ବହୁ ସଂଖ୍ୟକ ସୋସିଆଲ ମିଡିଆ ୟୁଜର ଦାବି କରୁଛନ୍ତି ଏବଂ କହିଛନ୍ତି ଯେ ମୁରଲୀଧର ମୋହଲଙ୍କୁ ବର୍ତ୍ତମାନ ସାଂସଦ ପଦରୁ ମୁଖ୍ୟମନ୍ତ୍ରୀ ପଦବୀରେ କ୍ଷମତାସୀନ କରାଯିବ। ତେବେ ମୁରଲୀଧର ମୋହଲ ନିଜେ ଏହି ଖବରକୁ ଅସ୍ୱୀକାର କରିଛନ୍ତି।
ଏହି ପରିପ୍ରେକ୍ଷୀରେ ପୁଣେର ସାଂସଦ ମୁରଲୀ ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଲେଖିଛନ୍ତି ଆମେ ବିଜେପିର ନେତୃତ୍ୱରେ ଯୁଦ୍ଧ କରିଥିଲୁ। ଆମର ନେତା ହେଉଛନ୍ତି ଦେବେନ୍ଦ୍ର ଫଡନାଭିସ୍।
ଆମ ଦଳର ନିଷ୍ପତ୍ତି ସାସିଆଲ ମିଡ଼ିଆ ମାଧ୍ୟମରେ ନୁହେଁ ବରଂ ସଂସଦୀୟ ବୋର୍ଡ଼ର ସହମତି ଅନୁଯାୟୀ ନିଆଯାଇଥାଏ । ସଂସଦୀୟ ବୋର୍ଡ଼ରେ ଏହି ନିଷ୍ପତ୍ତି ନିଆଯିବା ପରେ ଦଳର ଚୂଡ଼ାନ୍ତ ନିଷ୍ପତ୍ତି ଆମ ସମସ୍ତଙ୍କ ପାଇଁ ସର୍ବାଚ୍ଚ ଏବଂ ଗ୍ରହଣୀୟ ହେବା ତେଣୁ ସୋସିଆଲ ମିଡ଼ିଆରେ ମୋ ନାମର ଆଲୋଚନା ସମୂଣ୍ଣ ଅର୍ଥହୀନ ।
ସୂଚନାଯୋଗ୍ୟ,ନଭେମ୍ବର ୨୭ରେ ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ଫଡନାଭିସ୍ କହିଥିଲେ ଯେ ମହାରାଷ୍ଟ୍ର କ୍ୟାବିନେଟର ସଦସ୍ୟମାନେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚୟନ କରିବେ। ଏହି ସମୟରେ ଶିବସେନା ସାଂସଦମାନେ ବୁଧବାର ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ।
ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଗରେଥିବା ଫଡନାଭିସ୍ କହିଥିଲେ ଯେ ସରକାର ଗଠନ ପାଇଁ ଶିବସେନା, ବିଜେପି ଏବଂ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି)ର ମିଳିତ ମଞ୍ଚ ଏକଜୁଟ ହୋଇଛନ୍ତି।