Wednesday, June 4, 2025
No Result
View All Result
Odisha 365

Latest News

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ମିଶନ ଶକ୍ତି: ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ସଫଳ ଯାତ୍ରା

କୃଷକ ସଶକ୍ତିକରଣ: ପିଏମ୍ କିସାନ ଏବଂ ସିଏମ୍ କିସାନ ଯୋଜନାର ଗ୍ରାମୀଣ ଜୀବନ ଉପରେ ପ୍ରଭାବ

ଲକ୍ଷପତି ଦିଦି: ମହିଳା ସଶକ୍ତିକରଣର ନୂଆ ଅଧ୍ୟାୟ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଅପରାଧ

ଡିଜିଟାଲ୍ ଆରେଷ୍ଟ ଭୟ ଦେଖାଇ ଲୁଟିନେଲେ ନେଇଥିଲା କୋଟିଏ ଧରାପଡ଼ିଲା ଅବଦୁଲ

Ramesh Parida by Ramesh Parida
Nov 29, 2024, 06:34 am GMT+0530
FacebookTwitterWhatsAppTelegram

ହ୍ବାଟସଅପ୍ ରେ କଲ କରି ଭୟ ଦେଖାଇଥିଲା । ଡିଜିଟାଲ ଆରେଷ୍ଟ କରି କୋଟିଏ ଟଙ୍କା ଲୁଟି ନେଇଥିଲା ସାଇବର ଅପରାଧୀ  । ଏବେ କ୍ରାଇମବ୍ରାଂଚ ହାତରେ ଧରାପଡ଼ିଛି । ଡିଜିଟାଲ୍ ଆରେଷ୍ଟ ଭୟ ଦେଖାଇ ଜଣେ ବରିଷ୍ଠ ନାଗରିକଙ୍କ ବ୍ୟାଙ୍କ ଆକାଉଣ୍ଟରୁ  କୋଟିଏ ଟଙ୍କା ଲୁଟିନେବା ପରେ ସେ ଅଭିଯୋଗ କରିଥିଲେ ।  ଏହି ଘଟଣାରେ ସଂପୃକ୍ତ ଅବଦୁଲ ସଲିମ୍ (୩୩) ଏବେ କ୍ରାଇମବ୍ରାଞ୍ଚ ହାବୁଡ଼ରେ ପଡ଼ିଛି। ତେଲେଙ୍ଗାନା ନିଜାମାବାଦ ନିକଟ ୟାଲାମ୍ମାଗୁଟ୍ଟାର ବାସିନ୍ଦା ଅବଦୁଲ ଏପରି ଲୋକଙ୍କୁ ଡରାଇ ଟଙ୍କା ଲୁଟି ନେଇ ଅୟସରେ ଚଳୁଥିଲା ।  ସଲିମ୍ ନିକଟରୁ ସାଉଦି ଆରବର ଏକ ସିମ୍ କାର୍ଡ ମଧ୍ୟ କ୍ରାଇମବ୍ରାଞ୍ଚ ଜବତ କରିଛି।

ବ୍ରହ୍ମପୁରର ଡକ୍ଟର ଅଶୋକ କୁମାର ବେହେରାଙ୍କୁ ସେ ପ୍ରଥମେ  ନିଜକୁ ‘ଟ୍ରାଇ’ ଏବଂ ମୁମ୍ବାଇ ସାଇବର୍ କ୍ରାଇମ୍ ଡିଭିଜନ୍‌ର ପୁଲିସ ଅଫିସର କହି ଧମକାଇଥିଲା । ଡକ୍ଟର ବେହେରାଙ୍କ ଆଧାର କାର୍ଡ ନମ୍ବର ସହିତ  ଲିଙ୍କ୍ ହୋଇଥିବା ମୋବାଇଲ ନମ୍ବରରେ ବେଆଇନ ଅସ୍ତ୍ରଶସ୍ତ୍ର, ଡ୍ରଗସ୍ ଆମଦାନିରେ ବ୍ୟବହାର ହୋଇଥିବା ସମ୍ପର୍କରେ ‘ଟ୍ରାଇ’ ଓ ପୁଲିସ ଅଧିକାରୀ ଜାଣିଛନ୍ତି । ତେଣୁ ଟଙ୍କା ଦେବାକୁ କହିଥିଲା । ଏଥିପାଇଁ ଡକ୍ଟର ବେହେରା ତିନିରୁ ସାତ ବର୍ଷ ଯାଏ ଦୋଷୀ ସାବ୍ୟସ୍ତ ହୋଇପାରନ୍ତି ବୋଲି ସମ୍ପୃକ୍ତ ବ୍ୟକ୍ତି ହ୍ବାଟସଆପ୍‌ ଭିଡିଓ କଲ୍ ମାଧ୍ୟମରେ କହି ଡରାଇଥିଲା।

ଏଥିରୁ ମୁକୁଳିବା ପାଇଁ ଡ.ବେହେରାଙ୍କ ସଞ୍ଚୟ ଖାତାରେ ଥିବା ସମସ୍ତ ଟଙ୍କା ପଠାଇବାକୁ ଭିଡିଓ କଲ୍ ମାଧ୍ୟମରେ କୁହାଯାଇଥିଲା। ଯାଞ୍ଚ ପରେ ସମସ୍ତ ଟଙ୍କା ପୁଣି ଥରେ ତାଙ୍କୁ ଫେରସ୍ତ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିଲା। ଡ.ବେହେରା ଭୟରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ୧ କୋଟି ଟଙ୍କା ଦୁଇଟି ପର୍ଯ୍ୟାୟରେ ଫୋନ୍ କରିଥିବା ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇଥିଲେ। କିନ୍ତୁ ଏହା ସାଇବର୍ ଠକଙ୍କ କାରସାଦି ହୋଇଥିବା ପରବର୍ତ୍ତୀ ସମୟରେ ଡ.ବେହେରା ଜାଣିବାକୁ ପାଇଥିଲେ।

ଏ ନେଇ ସେ କ୍ରାଇମବ୍ରାଞ୍ଚ ସାଇବର୍ ଥାନାରେ ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଥିଲା। ସାଇବର ଠକଙ୍କ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ ତଥ୍ୟ ଓ ଫୋନ୍ କଲ୍ ଯାଞ୍ଚ କରି ଅଭିଯୁକ୍ତ ତେଲେଙ୍ଗାନାର ଅବଦୁଲ୍ ସଲିମକୁ ଠାବ କରିଥିଲା। ସାଇବର୍ ଅପରାଧୀ ଗ୍ୟାଙ୍ଗ ସଲିମର ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା କାରବାରରେ ବ୍ୟବହାର କରିଥିବା ଜଣାପଡ଼ିଥିଲା।

ତେଲେଙ୍ଗାନାରେ କ୍ରାଇମବ୍ରାଞ୍ଚ ତାକୁ ଗିରଫ କରିବା ପରେ ସ୍ଥାନୀୟ କୋର୍ଟରେ ହାଜର କରିଥିଲା। ପରେ ଟ୍ରାନଜିଟ୍ ରିମାଣ୍ଡରେ ଓଡ଼ିଶା ଅଣାଯାଉଛି। ଓଡ଼ିଶାରେ ତାକୁ ଅଧିକ ପଚରାଉଚରା କରି ଏହି କାରବାର ପଛର ଅନ୍ୟ ଅଭିଯୁକ୍ତଙ୍କୁ ସାମନାକୁ ଅଣାଯିବାକୁ ଯୋଜନା କରାଯାଉଛି।

ଅବଦୁଲର ପାସପୋର୍ଟ ଯାଞ୍ଚ ସମୟରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ସେ ଦୁଇ ଥର ସାଉଦି ଆରବ ଯାଇଥିବା ଜଣାପଡ଼ିଛି। ପ୍ରଥମେ ୨୦୧୭ରେ ୯ ମାସ ପାଇଁ ଯାଇଥିଲା। ପୁଣି ୨୦୨୪ରେ ଯାଇଥିଲା। ଅବଦୁଲ ନିକଟରୁ ଗୋଟିଏ ମୋବାଇଲ୍ ଫୋନ୍, ୩ଟି ଭାରତୀୟ ସିମ୍ କାର୍ଡ, ଗୋଟିଏ ସାଉଦି ଆରବ ସିମ୍ କାର୍ଡ, ହାଇଦ୍ରାବାଦ ଷ୍ଟେଟ୍‌ ବ୍ୟାଙ୍କର ପାସବୁକ, ପାସପୋର୍ଟ, ଆଧାର କାର୍ଡ, ପ୍ୟାନ୍ କାର୍ଡ, ୬ଟି ଡେବିଟ୍ କାର୍ଡ ଏବଂ ଗୋଟିଏ କ୍ରେଡିଟ୍ କାର୍ଡ ଜବତ ହୋଇଛି। ଏନ୍‌ସିଆରପି ପୋର୍ଟାଲରୁ ଅବଦୁଲ ବିରୋଧରେ ସାରା ଦେଶରେ ୧୩ଟି ଠକେଇ ମାମଲା ଥିବା ଜଣାପଡ଼ିଛି। ତେଣୁ ସାଇବର ଅପରାଧୀଙ୍କ କବଳରୁ ରକ୍ଷା ପାଇବା ପାଇଁ ସଚେତନତା ଜରୁରୀ । ଆପଣଙ୍କୁ ମଧ୍ୟ କଲ ଆସିପାରେ । ଏହିଭଳି କଲ ଆସିଲେ ଭୟ ନକରି ପ୍ରଥମେ ପରିବାର ଲୋକ, ବନ୍ଧୁ ସଂପର୍କୀୟଙ୍କ ସହ ଆଲୋଚନା କରି ପୋଲିସରେ ଖବର ଦେଲେ ଭଲ ।

Tags: digital arrestnewsodishascammers
ShareTweetSendShare

RelatedNews

ପାକିସ୍ତାନରେ ଆତଙ୍କବାଦୀଙ୍କୁ କିଏ ମାରୁଛି ଗୁଳି
Latest News

ପାକିସ୍ତାନରେ ଆତଙ୍କବାଦୀଙ୍କୁ କିଏ ମାରୁଛି ଗୁଳି

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର
Latest News

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଆସନ୍ତା ୧୦ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
Latest News

ଆସନ୍ତା ୧୦ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ରଥଯାତ୍ରାର ମହତ୍ତ୍ୱ: କାହିଁକି ପ୍ରତିବର୍ଷ ଏତେ ଭିଡ଼ ହୁଏ?
Latest News

ରଥଯାତ୍ରାର ମହତ୍ତ୍ୱ: କାହିଁକି ପ୍ରତିବର୍ଷ ଏତେ ଭିଡ଼ ହୁଏ?

ପୁଣିଥରେ ହେବ OCS ଆନ୍ଥ୍ରପୋଲୋଜି ପରୀକ୍ଷା, ଜାଣନ୍ତୁ କେବେ ହେବ ପରୀକ୍ଷା ?
Latest News

ପୁଣିଥରେ ହେବ OCS ଆନ୍ଥ୍ରପୋଲୋଜି ପରୀକ୍ଷା, ଜାଣନ୍ତୁ କେବେ ହେବ ପରୀକ୍ଷା ?

Latest News

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

ମିଶନ ଶକ୍ତି: ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ସଫଳ ଯାତ୍ରା

ମିଶନ ଶକ୍ତି: ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ସଫଳ ଯାତ୍ରା

କୃଷକ ସଶକ୍ତିକରଣ: ପିଏମ୍ କିସାନ ଏବଂ ସିଏମ୍ କିସାନ ଯୋଜନାର ଗ୍ରାମୀଣ ଜୀବନ ଉପରେ ପ୍ରଭାବ

କୃଷକ ସଶକ୍ତିକରଣ: ପିଏମ୍ କିସାନ ଏବଂ ସିଏମ୍ କିସାନ ଯୋଜନାର ଗ୍ରାମୀଣ ଜୀବନ ଉପରେ ପ୍ରଭାବ

ଲକ୍ଷପତି ଦିଦି: ମହିଳା ସଶକ୍ତିକରଣର ନୂଆ ଅଧ୍ୟାୟ

ଲକ୍ଷପତି ଦିଦି: ମହିଳା ସଶକ୍ତିକରଣର ନୂଆ ଅଧ୍ୟାୟ

ଛତିଶଗଡ଼ରେ ନକ୍ସଲବାଦୀଙ୍କ ବିରୋଧରେ ଲଢ଼େଇ ନିର୍ଣ୍ଣାୟକ ମୋଡ଼ରେ

ନକ୍ସଲ ଆନ୍ଦୋଳନ ଏବେ ଦୁର୍ବଳ

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?

ଭାରତ ବିଶ୍ବର ଚତୁର୍ଥ ଅର୍ଥନୈତିକ ଶକ୍ତି: ଜିଡିପି 6 ପ୍ରତିଶତ ଅଭିବୃଦ୍ଧିର କାରଣ କଣ ହୋଇପାରେ ?

ଭାରତ ବିଶ୍ବର ଚତୁର୍ଥ ଅର୍ଥନୈତିକ ଶକ୍ତି: ଜିଡିପି 6 ପ୍ରତିଶତ ଅଭିବୃଦ୍ଧିର କାରଣ କଣ ହୋଇପାରେ ?

ସ୍ୱାଧୀନତା ପରେ ଭାରତ କେତେ ସୀମାନ୍ତ ଅଞ୍ଚଳ ହରାଇଛି?

ସ୍ୱାଧୀନତା ପରେ ଭାରତ କେତେ ସୀମାନ୍ତ ଅଞ୍ଚଳ ହରାଇଛି?

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.