Saturday, June 7, 2025
No Result
View All Result
Odisha 365

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ବ୍ୟବସାୟ

ସାଇବର ଠକେଇ , ଚଳିତ ବର୍ଷର ପ୍ରଥମ 9 ମାସରେ ଭାରତ 11,333 କୋଟି ଟଙ୍କା ହରାଇଛି

Ramesh Parida by Ramesh Parida
Nov 28, 2024, 03:51 pm GMT+0530
FacebookTwitterWhatsAppTelegram

ଦେଶ ପ୍ରତି ସାଇବର ଠକେଇ ଏକ ବଡ଼ ବିପଦ ଭାବେ ଉଭା ହୋଇଛି । ଏହି ଠକେଇ ପ୍ରଭାବରେ ଚଳିତ ବର୍ଷର ପ୍ରଥମ 9 ମାସରେ ଭାରତ 11,333 କୋଟି ଟଙ୍କା ହରାଇଛି । ଗୃହମନ୍ତ୍ରଣାଳୟର ଭରତୀୟ ସାଇବର ଅପରାଧ ସମନ୍ବୟ କେନ୍ଦ୍ର ତଥ୍ୟରୁ ଏହା ଜଣାପଡ଼ିଛି । ସାଇବର ଠକେଇରେ ଷ୍ଟକ କାରବାର ଜନିତ ଠକେଇର ଭାଗ ସର୍ବାଧିକ ରହିଛି ।  ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା 2,28,094ଟି ଷ୍ଟକ କାରବାର ଠକେଇ ଅଭିଯୋଗ ଆସିଥିଲା ଯେଉଁଥିରେ ଲୋକମାନେ 4,636 କୋଟି ଟଙ୍କାର କ୍ଷତି ସହିଛନ୍ତି । ସେହିପରି 1,00,360 ଟି ନିବେଶ ଠକେଇରେ 3216 କୋଟି ଟଙ୍କାର କ୍ଷତି ହୋଇଛି । ଆଲୋଚ୍ୟ ୯ ମାସରେ ୬୩,୪୮୧ ଡିଜିଟାଲ୍ ଗିରଫଦାରୀ ଠକେଇ ହୋଇଛି ଯେଉଁଥିରେ ୧୬୧୬ କୋଟି ଟଙ୍କାର କ୍ଷତି ହୋଇଛି।

ସରକାରଙ୍କ ସାଇବର ଠକେଇ ରିପୋର୍ଟିଂ ବ୍ୟବସ୍ଥାରେ ଚଳିତ ବର୍ଷ ୧୨ ଲକ୍ଷରୁ ଅଧିକ ଠକେଇ ଅଭିଯୋଗ ପହଞ୍ଚିଛି। ସେଥିରୁ ୪୫ ପ୍ରତିଶତ ଠକେଇ ଉଦ୍ୟମ କାମ୍ବୋଡିଆ, ମିଆଁମାର ଓ ଲାଓସ୍‌ ଭଳି ଦେଶରୁ କରାଯାଇଥିଲା। ୨୦୨୧ରେ ଏହି ରିପୋର୍ଟିଂ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରଠାରୁ ୩୦ ଲକ୍ଷରୁ ଅଧିକ ସାଇବର୍‌ ଠକେଇ ଅଭିଯୋଗ ପହଞ୍ଚିଛି। ସେଥିରେ ୨୭,୯୧୪ କୋଟି ଟଙ୍କାର କ୍ଷତି ହୋଇଛି। ୨୦୨୧ରେ ୧,୩୪,୨୪୨ଟି, ୨୦୨୨ରେ ୫,୧୪,୭୪୧ଟି ଓ ୨୦୨୩ରେ ୧୧,୩୧,୨୨୧ ସାଇବର ଠକେଇ ଅଭିଯୋଗ ପହଞ୍ଚିଥିଲା। ଠ‌କେଇ ଜରିଆରେ ହରିଲୁଟ କରାଯାଉଥିବା ଅର୍ଥକୁ ଅପରାଧୀମାନେ ଏଟିଏମ୍‌, ଚେକ୍, ମର୍ଚାଣ୍ଟ ପେମେଣ୍ଟ, ଇ-ୱାଲେଟ୍‌, କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ୍ କରେନ୍ସି ଓ କ୍ରିଫ୍ଟୋକରେନ୍ସି ଆଦିକୁ ବ୍ୟବହାର କରି ଉଠାଇ ନେଉଛନ୍ତି। ଠକେଇରେ ବ୍ୟବହୃତ ହୋଇଥିବା ୪.୫ ଲକ୍ଷ ମ୍ୟୁଲ୍‌ ଖାତାକୁ ନିଷ୍କ୍ରିୟ କରାଯାଇଛି।

ଦେଶରେ ଡିଜିଟାଲ୍ ଆରେଷ୍ଟ୍‌ ଚିନ୍ତାର ବିଷୟ ପାଲଟିଛି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବିଷୟରେ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଲୋଚନା କରିବା ସହ ସତର୍କ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି। ଡିଜିଟାଲ ଗିରଫଦାରୀ ଭଳି କୌଣସି ନିୟମ ଦେଶରେ ନାହିଁ ବୋଲି ସେ ଲୋକଙ୍କୁ ସ୍ପଷ୍ଟ କରିଛନ୍ତି। ମୋବାଇଲ୍‌ ପୋନ୍ କଲ୍‌ କିମ୍ବା ଭିଡିଓ କଲ୍‌ ଜରିଆରେ କୌଣସି ସରକାରୀ ସଂସ୍ଥା ତଦନ୍ତ କରନ୍ତି ନାହିଁ ବୋଲି ସେ କହିଛନ୍ତି। ସାଇବର୍‌ ଠକେଇକୁ ରୋକିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଟେଲିକମ୍ କମ୍ପାନିଗୁଡ଼ିକୁ ସତର୍କ ରହିବା ସହ ଠକେଇ କଲ୍ ରୋକିବା ଲାଗି ବ୍ୟବସ୍ଥା ଆଣିବାକୁ କୁହାଯାଇଛି। ସାଇବର ଅପରାଧୀମା‌ନେ ଠକେଇ ଲାଗି ବ୍ୟବହାର କରୁଥିବା ୧୭ ହଜାର ହ୍ବାଟସ୍‌ଆପ୍ ଆକାଉଣ୍ଟ୍‌କୁ ଟେଲିକମ୍ କମ୍ପାନିଗୁଡ଼ିକ ବ୍ଲକ୍ କରିଛନ୍ତି। ସଂସଦରେ ସରକାର ସୂଚନା ଦେଇଛନ୍ତି ଯେ ଚଳିତ ବର୍ଷ ନଭେମ୍ବର ୧୫ ସୁଦ୍ଧା ‌ସାଇବର ଅପରାଧରେ ବ୍ୟବହାର ହୋଇଥିବା ୬,୬୯,୦୦୦ ମୋବାଇଲ୍‌ ସିମ୍ ଓ ୧,୩୨,୦୦୦ ଆଇଏମ୍‌ଇଆଇ ନମ୍ବରକୁ ସାରା ଦେଶରେ ବନ୍ଦ କରାଯାଇଛି।

Tags: INDIAnewsodisha
ShareTweetSendShare

RelatedNews

ମିଶନ ଶକ୍ତି: ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ସଫଳ ଯାତ୍ରା
Latest News

ମିଶନ ଶକ୍ତି: ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ସଫଳ ଯାତ୍ରା

ଅପରେସନ୍ ସିନ୍ଦୂର’ ଓ ଆଇଏମଏଫ ସର୍ତ୍ତ: ପାକିସ୍ତାନର ଆର୍ଥିକ ଓ ରାଜନୈତିକ ସଙ୍କଟ
Latest News

ଅପରେସନ୍ ସିନ୍ଦୂର’ ଓ ଆଇଏମଏଫ ସର୍ତ୍ତ: ପାକିସ୍ତାନର ଆର୍ଥିକ ଓ ରାଜନୈତିକ ସଙ୍କଟ

ସେନ୍‌ସେକ୍ସ ରେକର୍ଡ ବୃଦ୍ଧି: ଆର୍ଥିକ ବୃଦ୍ଧିରେ ଆତ୍ମବିଶ୍ୱାସର ପ୍ରତିବିମ୍ବ
Business

ସେନ୍‌ସେକ୍ସ ରେକର୍ଡ ବୃଦ୍ଧି: ଆର୍ଥିକ ବୃଦ୍ଧିରେ ଆତ୍ମବିଶ୍ୱାସର ପ୍ରତିବିମ୍ବ

ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ସମୁଦ୍ରରୁ ମାଛ ଧରା ନିଷେଧ
Latest News

ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ସମୁଦ୍ରରୁ ମାଛ ଧରା ନିଷେଧ

LPG ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୪୧ ଟଙ୍କା ହ୍ରାସ
ଜାତୀୟ

LPG ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୪୧ ଟଙ୍କା ହ୍ରାସ

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.