ଇସ୍ରାଏଲ୍ ଊପରେ ଚାରିଆଡ଼ୁ ବିପଦ ରହିଛି । ପଡ଼ୋଶୀ ଦେଶମାନେ ଇସ୍ରାଏଲର ଶତ୍ରୁ ହୋଇଥିବାରୁ ସେନା ଟ୍ୟାଙ୍କର ସୁରକ୍ଷା ପାଇଁ ଲେଜର ଅସ୍ତ୍ର ଚାହୁଁଛି। ଦେଶର ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ବିପଦ ଦେଖିପାରି ଏପରି ଅସ୍ତ୍ର ଆବଶ୍ୟକ କରୁଛି ।ଏହି ସିଷ୍ଟମ ଲେଜର ବିମ୍ ବ୍ୟବହାର କରି ବାୟୁରେ ସୈନିକମାନଙ୍କୁ ଟାର୍ଗେଟ କରୁଥିବା ଆଣ୍ଟି ଟ୍ୟାଙ୍କ କ୍ଷେପଣାସ୍ତ୍ର ଏବଂ ଆତ୍ମଘାତୀ ଡ୍ରୋନ୍ ଭଳି ବିପଦକୁ ନଷ୍ଟ କରିବାକୁ ସକ୍ଷମ ହେବ। ଖୁବ ଶୀଘ୍ର ଏହି ଚୁକ୍ତି ଶେଷ ହେବ ବୋଲି ଆଶା କରାଯାଉଛି। ରାଫେଲ ଟ୍ରଫି ସିଷ୍ଟମ ସୃଷ୍ଟି କରିଥିଲା, ଯାହା ମାଧ୍ୟମରେ ଇସ୍ରାଏଲ ଲେବାନନ୍ ସୀମାରେ ବହୁ ବିପଦରୁ ମର୍କାଭା ମାର୍କ-୪ ଟ୍ୟାଙ୍କ ଏବଂ ସଶସ୍ତ୍ର ଯାନକୁ ସୁରକ୍ଷା ଦେଇଥିଲା। ଆସନ୍ତା ବର୍ଷ ଆରମ୍ଭରୁ ନୂତନ ସିଷ୍ଟମ୍ ଆଇଡିଏଫରେ ମୁତୟନ ହେବ ବୋଲି କୁହାଯାଉଛି।