ଆମେରିକାର ବୈଦେଶିକ ଦୁର୍ନୀତି ଅଭ୍ୟାସ ଅଧିନିୟମ ଉଲ୍ଲଂଘନ ଅଭିଯୋଗରେ ଗୌତମ ଆଦାନୀ ତାଙ୍କ ପୁତୁରା ସାଗର ଆଦାନୀ ଏବଂ ବରିଷ୍ଠ କାର୍ଯ୍ୟନିର୍ବାହୀ ଭିନିତ ଜୈନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ନାହିଁ ବୋଲି ସ୍ପଷ୍ଟ କରି ଏକ ବିବୃତିଜାରି କରିଛି ଆଦାନୀ ଗ୍ରୁପ ।
ଏହାର ଅଫିସିଆଲ ବିବୃତିରେ ଆଦାନୀ ଗ୍ରାନ ଏନର୍ଜି ଲିମିଟେଡ଼ କିଛି ଗଣମାଧ୍ୟମର ଦାବିକୁ ସମ୍ବୋଧିତ କରି ଏପରି କହିଛି । କମ୍ପାନୀ ଆହୁରି ବି କହିଛି ଯେ ଆମେରିକାର ଜଷ୍ଟିସ ବିଭାଗ ଅଭିଯୋଗ ଏବଂ ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେୃଞ୍ଜ କମିସନ ଙ୍କ ଅଭିଯୋଗରେ ଏମାନଙ୍କ ବିରୋଧରେ ଲାଞ୍ଚ କିମ୍ବା ଦୁର୍ନୀତି ଅଭିଯୋଗ ଅନ୍ତଭୁକ୍ତ କରାଯାଇ ନାହିଁ ।
ଭାରତର କୋଟିପତି ତଥା ଆଦାନୀ ଗ୍ରୁପ୍ର ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ଉପରେ ଆମେରିକାରେ ଏକ ଗମ୍ଭୀର ଆରୋପ ଲାଗିଛି। ସେ ତାଙ୍କ କମ୍ପାନିର ନିବେଶକମାନଙ୍କୁ ଧୋକା ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି। ଆମେରିକାରେ ସେ ତାଙ୍କ କମ୍ପାନିକୁ କଣ୍ଟ୍ରାକ୍ଟ ଦେବା ପାଇଁ ୨୬୫ ମିଲିୟନ୍ ଡଲାର୍ ଲାଞ୍ଚ୍ ଦେଇଥିବା ଅଭିଯୋଗ ବି ଆସିଛି ତାଙ୍କ ନାମରେ। ଏହି ମାମଲା ପୂରା ଆଦାନୀ ଗ୍ରୁପ୍ କମ୍ପାନି ଏବଂ ଆଦାମୀ ଗ୍ରୁପ୍ ଏନର୍ଜି ଲିମିଟେଡ ଏବଂ ଅନ୍ୟ ଏକ କମ୍ପାନି ସହିତ ଜଡ଼ିତ।
ଆମେରିକାର ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛି ଆଦାମୀ ଗ୍ରୁପ୍। ଆମେରିକାରେ ସିକ୍ୟୁରିଟି ଆଣ୍ଡ୍ ଏକ୍ସଚେଞ୍ଜ କମିସନ (ଏସ୍ଇସି) ବୁଧବାର ଦିନ ଆଦାନୀଙ୍କ ନାମରେ ଦୁର୍ନୀତି ଓ ଲାଞ୍ଚ ଅଭିଯୋଗ ଆଣିବା ପରେ ଗ୍ରୁପ୍ ଏହାକୁ ଅସ୍ବୀକାର କରିଛି।