ବାଂଲାଦେଶର ଇସ୍କନ ମହନ୍ତ ଚିନ୍ମୟ କୃଷ୍ଣ ଦାସ ଗିରଫ ହେବା ପରେ ଏହାର ଜୋରଦାର ପ୍ରତିବାଦ କରି ହିନ୍ଦୁମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଚଟୋଗ୍ରାମର ଏକ ଅଦାଲତ ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କ ଜାମିନ ଆବେଦନ ଖାରଜ କରି ତାଙ୍କୁ ଜେଲ ପଠାଇବାକୁ ନିର୍ଦେଶ ଦେବାପରେ ହଜାର ଜହାର ହିନ୍ଦୁ ଏହାକୁ ବିରୋଧ କରିବା ସହ ବାଂଲାଦେଶ ସରକାର ଓ ପ୍ରଶାସନ ବିରୋଧରେ ସ୍ଳେଗାନ ଦେଇ ବିକ୍ଷୋଭ କରିଛନ୍ତି । ପ୍ରତିବାଦୀକାରୀମାନେ କୋର୍ଟ ପରିସରରେ ଥିବା ଜେଲ ଭ୍ୟାନ ଘେରାଉ କରି ପ୍ରାୟ ଅଢେଇ ଘଣ୍ଟା ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ସମୟରେ ପୁଲିସ ହିନ୍ଦୁ ବିକ୍ଷୋଭକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଲାଠିଚାର୍ଜ ଓ ସାଉଣ୍ଡ ଗ୍ରେନେଡ଼ ମାଡ଼ କରିଥିଲା । ଏଥିରେ ଜଣେ ପ୍ରାୟ ହରାଇଥିବା ବେଳେ 10 ଜଣ ଆହତ ହୋଇଛନ୍ତି । ଚିନ୍ମୟ କ୍ରିଷ୍ଣାଙ୍କୁ ପୂର୍ବାହ୍ନ ପ୍ରାୟ ସାଢେ 10 ଟାରେ କୋର୍ଟ ଚାଲାଣ କରାଯାଇଥିଲା । ଶୁଣାଣି ପରେ ମଧ୍ୟାହ୍ନ 12 ଟା 20 ରେ ତାଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା । ଜାତୀୟ ପତାକାକୁ ଅସମ୍ମାନ କରିବା ଅଭିଯୋଗରେ ସୋମବାର ତାଙ୍କୁ ଢାକାରେ ଗରିଫ କରାଯାଇଥିଲା । କୋର୍ଟ ବାହାରେ ପ୍ରତିବାଦୀଦକାରୀଙ୍କୁ ଘଉଡ଼ାଇବା ପାଇଁ ପୁଲିସ ଲାଠିଚାର୍ଜ କରିବା ସହ ଅପରାହ୍ନ ପ୍ରାୟ ୨ଟା ୫୦ରେ ସାଉଣ୍ଡ ଗ୍ରେନେଡ୍ ମାଡ଼ କରିଥିଲା। ପୁଲିସର ଏହି କାର୍ଯ୍ୟାନୁଷ୍ଠାନରେ ଅତିକମ୍ରେ ୧୦ ଜଣ ଆହତ ହୋଇଛନ୍ତି। ପୁଲିସ କାର୍ଯ୍ୟାନୁଷ୍ଠାନରେ ଚିନ୍ମୟ କୃଷ୍ଣ ଦାସଙ୍କ ଓକିଲ ସୈଫୁଲ ଇସ୍ଲାମ ଅଲିଫ୍ଙ୍କ ମୃତ୍ୟୁ ଘଟିଛି।
ବାଂଲାଦେଶରେ ଇସ୍କନ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କୁ ଗିରଫ କରାଯିବା ଏବଂ ତାଙ୍କ ଜାମିନ ନାମଂଜୁର ହେବା ପ୍ରସଙ୍ଗରେ ଭାରତ ଗଭୀର ଚିନ୍ତା ପ୍ରକଟ କରିଛି। ତେବେ ଭାରତର ଉଦ୍ବେଗକୁ ବାଂଲାଦେଶ ଗ୍ରହଣ କରିନାହିଁ। ବାଂଲାଦେଶ ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ ବାଂଲାଦେଶରେ ହିନ୍ଦୁ ଏବଂ ସଂଖ୍ୟାଲଘୁଙ୍କ ଉପରେ ଲଗାତାର ଆକ୍ରମଣ ହେଉଥିବା ନେଇ ଭାରତର ଅଭିଯୋଗ ଆଧାରହୀନ ଏବଂ ଦ୍ବିପାକ୍ଷିକ ବନ୍ଧୁତାର ବିରୁଦ୍ଧାଚରଣ। ସୂଚନାଯୋଗ୍ୟ, ହିନ୍ଦୁମାନଙ୍କର ଏବଂ ସମସ୍ତ ସଂଖ୍ୟାଲଘୁଙ୍କର ସୁରକ୍ଷା ସୁନିଶ୍ଚିତ କରିବାପାଇଁ ବାଂଲାଦେଶ କର୍ତ୍ତୃପକ୍ଷଙ୍କୁ ଆଜି ଭାରତ ଅନୁରୋଧ କରିଥିଲା। ମିଥ୍ୟା ଦେଶଦ୍ରୋହ ମାମଲା ଆଣି ଚିନ୍ମୟ କୃଷ୍ଣ ଦାସଙ୍କୁ ଗିରଫ କରାଯିବା ଏବଂ ତାଙ୍କ ଜାମିନ ନାମଂଜୁର ହେବା ଘଟଣାରେ ଆମେ ଗଭୀର ଭାବେ ଚିନ୍ତିତ ବୋଲି ଭାରତର ବିଦେଶ ମନ୍ତ୍ରାଳୟ ଏକ ବିବୃତିରେ କହିଛି।