ସଂସ୍କୃତି ଏବଂ ମୈଥିଲି ଭାଷାରେ ମଧ୍ୟ ଏବେ ଭାରତର ସମ୍ବିଧାନ ଉପଲବ୍ଧ ହୋଇଛି । ସମ୍ବିଧାନର 75 ବର୍ଷ ପୁରଣ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଭାଷାରେ ସମ୍ବିଧାନର କପି ପ୍ରକାଶ ପାଇଛି ।
ଏହି ଉନ୍ନୋଚନ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଭୟ ଗୃହର ବାଚସ୍ପତି ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟ ପ୍ରମୁଖ ନେତା ଉପସ୍ଥିତ ଥିଲେ । ଏହି ଅବସରରେ ସମ୍ବିଧାନ ଦିବସ ପାଇଁ ଏକ ସ୍ବତନ୍ତ୍ର ଡ଼ାକ ଟିକଟ ଏବଂ ମୁଦ୍ରା ମଧ୍ୟ ଜାରି କରାଯାଇଛି ।
ରାଷ୍ଟ୍ରପତି ତାଙ୍କ ସମ୍ବିଧାନରେ କହିଛନ୍ତି ଯେ ସମ୍ବିଧାନ ହେଉଛି ଦେଶର ବିଦ୍ବାନ ଲୋକଙ୍କ ଉପହାର ଯାହା ଭାରତର ବିବିଧତାକୁ ସମ୍ମାନ ଦେଇଥାଏ । ବିଗତ 75 ବର୍ଷ ମଧ୍ୟରେ ଦେଶରେ ଅଗ୍ରଗତି ଏବଂ ମହିଳା ସଶକ୍ତିକରଣ ଦିଗରେ କରାଯାଇଥିବା କାର୍ଯ୍ୟ ଉପରେ ସେ ଆଲୋକପାତ କରିଥିଲେ ।
ଏଥିସହ ମହିଳା ସାଂସଦଙ୍କ ଅବଦାନକୁ ପ୍ରଶଂସା କରିବାବେଳେ ସେ ସମ୍ବିଧାନର ଉଦ୍ଦେଶ୍ୟ ହାସଲ କରିବା ପାଇଁ କାର୍ଯ୍ୟନିର୍ବାହୀ, ନ୍ୟାୟପାଳିକା ଏବଂ ବିଧାନସଭାର ସାମୁହିକ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଗୋଟିଏ ମଞ୍ଚରେ ଶାସକ ଓ ବିରୋଧୀ ଦଳର ନେତାମାନେ ନଜର ଆସିଥିଲେ । ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାହୁଲ ଗାନ୍ଧୀ ମଲ୍ଲିକାର୍ଜୁନ ମଧ୍ୟ ଉପସ୍ଥିତ ଥିଲେ ।
ସମ୍ବିଧାନ ଦିବସରେ ଗୃହର ସାଧାରଣ ପ୍ରକ୍ରିୟା ସ୍ଥଗିତ ରଖାଯାଇଥିଲା ଏବଂ ଉଭୟ ଗୃହର ମିଳିତ ଅଧିବେଶନ ଡକାଯାଇଥିଲା। ଏହି ସମୟରେ ରାଷ୍ଟ୍ରପତି ସମସ୍ତ ସଦସ୍ୟଙ୍କୁ ସମ୍ବିଧାନର ମୁଖବନ୍ଧ ପଢ଼ାଇଥିଲେ। ୭୫ ତମ ସମ୍ବିଧାନ ଦିବସକୁ ସ୍ୱତନ୍ତ୍ର କରିବା ପାଇଁ ଏହି କାର୍ଯ୍ୟକ୍ରମ ଦେଶର ବିବିଧତା ଏବଂ ଏକତାର ପ୍ରତୀକ ପାଲଟି ଯାଇଥିବା ସେ କହିଥିଲେ।