ଗୋଟିଏ ଦିନରେ ଭାରତ କିପରି 90 କୋଟି ଭୋଟର ଗଣତି କରିଦେଉଛି । ଏହା ଆଶ୍ଚର୍ଯ୍ୟ କରିଛି ଆମେରିକାକୁ । ଏଲନ ମସ୍କ ସୋସିଆଲ ମିଡ଼ିଆ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି ଭାରତ କିପରି ଗୋଟିଏ ଦିନରେ 64 କୋଟି ଭୋଟର କାଇଣ୍ଟିଙ୍ଗ କରିଦେଉଛି । କିନ୍ତୁ ଆମର ଏବେ ବି କାଲିଫୋର୍ନିଆରେ ଭୋଟ ଗଣତି ଚାଲିଛି । ଦୁନିଆରେ ସବୁଠାରୁ ବଡ଼ ନର୍ବାଚନ ପ୍ରକ୍ରିୟାରେ ଭୋଟ ଗଣତି 4 ଜୁନ 2024 ରେ ହୋଇଥିଲା ।
ବିଧାନସଭା ନିର୍ବାଚନରେ ସେତେବେଳେ 90 କୋଟି ରୁ ଅଧିକ ମତଦାନ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ । ଭୋଟ ଗଣତି ପ୍ରକ୍ରିୟା ଭୋଟ କେନ୍ଦ୍ରରେ ଗୋଟିଏ ଦିନରେ ଶେଷ ହୋଇଥିଲା । ଏହା ପ୍ରକୃତରେ କୌଣସି ଚମକାର ଠୁ ବି କମ ନୁହେିଁ । ବିଶ୍ବ ପାଇଁ ଏହା ଆଶ୍ଚର୍ଯ୍ୟଜନକ ଘଟଣା । କାରଣ ଆମେରିକା ଭଳି ଏକ ଟେକ୍ନୋଲୋଜି ଏବଂ ସୁବିଧା ସମୃଦ୍ଧ ଦେଶ ମଧ୍ୟ ଏହା କରିପାରେ ନାହିଁ । ଭାରତର ଏପରି ଶୀଘ୍ର ଭୋଟ ଗଣତି କାର୍ଯ୍ୟରେ ଆଶ୍ଚିର୍ଯ୍ୟ ହୋଇ ଏଲନ ମସ୍କ ଏପରି ଟୁଇଟ କରିଛନ୍ତି ।
ତେବେ ଭାରତରେ ଯେବେଠୁ ଇଲେକ୍ଟ୍ରାନିକ ଭୋଟିଂ ମେସିନ ପ୍ରଚଳନ ହେବା ଆରମ୍ଭ ହୋଇଛି ଗତ ତିନି ଦଶନ୍ଧିରୁ ଏପରି ପରିବର୍ତନ ହୋଇଛି । ଭାରତରେ 2024 ଲୋକସଭା ନିର୍ବାଚନରେ ପାଖାପାଖି 20 ଲକ୍ଷ ଇଲେକ୍ଟ୍ରେନିକ ଭୋଟିଂ ମେସିନ ର ବ୍ୟବହାର କରାଯାଇଥିଲା । ଏଥିରେ ଇଭିଏମ ଏବଂ ବିବିପିଏଟି ଦୁଇଟି ମେସିନ ସାମିଲ ଥିଲା । ଗୋଟିଏ ଇଭିଏମରେ ସର୍ବାଧିକ 200 ଭୋଟ ରେକର୍ଡ଼ କରାଯାଇପାରେ । ପ୍ରାୟ 90 କୋଟି ଭୋଟରଙ୍କ ଏକ ବିଶାଳ ନିର୍ବାଚନମଣ୍ଡଳୀ ପାଇଁ ଏହି ମେସିନକୁ ନିୟୋଜିତ କରାଯାଇଥିଲା ।