Monday, June 2, 2025
No Result
View All Result
Odisha 365

Latest News

ମିଶନ ଶକ୍ତି: ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ସଫଳ ଯାତ୍ରା

କୃଷକ ସଶକ୍ତିକରଣ: ପିଏମ୍ କିସାନ ଏବଂ ସିଏମ୍ କିସାନ ଯୋଜନାର ଗ୍ରାମୀଣ ଜୀବନ ଉପରେ ପ୍ରଭାବ

ଲକ୍ଷପତି ଦିଦି: ମହିଳା ସଶକ୍ତିକରଣର ନୂଆ ଅଧ୍ୟାୟ

ନକ୍ସଲ ଆନ୍ଦୋଳନ ଏବେ ଦୁର୍ବଳ

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
Odisha 365
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
No Result
View All Result
Odisha 365
No Result
View All Result

Latest News

ମିଶନ ଶକ୍ତି: ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ସଫଳ ଯାତ୍ରା

କୃଷକ ସଶକ୍ତିକରଣ: ପିଏମ୍ କିସାନ ଏବଂ ସିଏମ୍ କିସାନ ଯୋଜନାର ଗ୍ରାମୀଣ ଜୀବନ ଉପରେ ପ୍ରଭାବ

ଲକ୍ଷପତି ଦିଦି: ମହିଳା ସଶକ୍ତିକରଣର ନୂଆ ଅଧ୍ୟାୟ

ନକ୍ସଲ ଆନ୍ଦୋଳନ ଏବେ ଦୁର୍ବଳ

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
  • ଜୀବନଶ yle ଳୀ
Home ଜାତୀୟ

ନିର୍ବାଚନ ପୂର୍ବରୁ ଆଦାନୀ ଝଡ଼, କିଛି କାମ ଦେଲା ନାହିଁ

Ramesh Parida by Ramesh Parida
Nov 24, 2024, 07:00 pm GMT+0530
FacebookTwitterWhatsAppTelegram

ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଆଦାନୀ-ଲାଂଚ- ମୋଦି ଆଲୋଚନା ଜୋରରେ ପ୍ରଚାର ପ୍ରସାର ହେଲା । ଆଦାନୀ ଲାଂଚ ଦେଇ ସରକାରୀ କାମ ନେଉଛନ୍ତି ।  ଆମେରିକାର ଏକ କୋର୍ଟ ଆଦାନୀ ଗ୍ରୁପ ଉପରେ ସନ୍ଦେହ କରିଛନ୍ତି ।  ସିକ୍ୟୁରିଟି ଏକ୍ସଚେଞ୍ଜ ବୋର୍ଡ ଦ୍ୱାରା ଆଦାନୀ ଗ୍ରୁପ ଉପରେ ଦୁର୍ନୀତି ଅଭିଯୋଗ ଆସିଛି । ଏହି ଅଭିଯୋଗ ଏବେ ଆମେରିକାର ଏକ ଅଦାଲତ କରିଥିବା ସବୁ ଗଣମାଧ୍ୟମର ପ୍ରଥମ ପେଜରେ ବାହାରିଲା । ସେୟାର ମାର୍କେଟରେ ଆଦାନୀଙ୍କ ସେୟାର ତଳ ମୁହାଁ ହେଲା । ମୋଦିଙ୍କୁ ବଦନାମ କରି ମହାରାଷ୍ଟ୍ର ନିର୍ବାଚନରେ ବିଜେପିକୁ କ୍ଷତି ପହଁଚାଇବା ଥିଲା ଏହାର ମୁଖ୍ୟ ଉଦ୍ଦେଶ୍ୟ । କିନ୍ତୁ ଫଳ ହେଲା ଓଲଟା । ଏହାର ପ୍ରଭାବ ତ ପଡ଼ିଲା ନାହିଁ । ମହାରାଷ୍ଟ୍ରରେ ବିଜେପି ମେଂଟ ରେକର୍ଡ ବିଜୟ ହାସଲ କଲା ।

ଆମେରିକାର ଏଜେନ୍ସି ଅନୁଯାୟୀ, ଆଦାନୀ ଗ୍ରୁପ୍ ଭାରତୀୟ ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦେଇଥିଲା  । ଏହା କରି କଂପାନି ନିଜକୁ ବଡ଼ କଂପାନି ଦେଖାଇ ଆମେରିକାର ନିବେଶକଙ୍କଠାରୁ ଟଙ୍କା ନେଇଥିଲା। ଏହି ଖବରକୁ ପ୍ରଥମେ କଂଗ୍ରେସର ନେତାମାନେ ବଢ଼ାଇ ଚଢ଼ାଇ ପ୍ରଚାର କଲେ । କିନ୍ତୁ ଦେଖାଗଲା ଯେଉଁ ରାଜ୍ୟରେ ଏପରି ଅଭିଯୋଗ ଆସିଛି ତାହା ବିଜେପି ଶାସିତ ରାଜ୍ୟ ନୁହେଁ ଅଧିକାଂଶ କଂଗ୍ରେସ ଶାସିତ ରାଜ୍ୟ ।

ଅଭିଯୋଗକୁ ନେଇ ଆଦାନିଙ୍କ ପକ୍ଷରୁ କୁହାଗଲା ଅଭିଯୋଗ ମିଥ୍ୟା । କଂପାନି କାହାକୁ ଲାଂଚ ଦେଇନାହିଁ । କଂପାନିକୁ ବଦନାମ କରିବାକୁ କିଛି ସଂସ୍ଥା ଏପରି ଅଭିଯୋଗ ଆଣିଛନ୍ତି ।

ତେବେ ବିଜେପି କହିଲା ଆଦାନୀଙ୍କୁ ନେଇ ଦେଶରେ ବିରୋଧୀ ଦଳ ଏବଂ ବିଦେଶରେ କିଛି ଲୋକ ଏତେ ବିରୋଧ କାହିଁକି କରୁଛନ୍ତି ? ଏହାରା ଗୋଟିଏ ଉତ୍ତର ହେଉଛି ଆଦାନୀ ହେଉଛନ୍ତି ଆଦାନି ମୋଦିଙ୍କ ବନ୍ଧୁ । ଆଦାନୀଙ୍କୁ ବଦନାମ କଲେ ମୋଦିଙ୍କ ଇମେଜ ଖରାପ କରିବା ହେଉଛି ବିରୋଧୀଙ୍କ ରଣନୀତି ବୋଲି ବିଜେପି ନେତା କହୁଛନ୍ତି । ପ୍ରତି ନିର୍ବାଚନ ପୂର୍ବରୁ ମୋଦି-ଆଦାନୀଙ୍କୁ ନେଇ କଂଗ୍ରେସ ଏପରି ଅଭିଯୋଗ କରିବା ନୂଆ ନୁହେଁ ।

ବିଜେପି ନେତା କହୁଛନ୍ତି ଆମେରିକାରେ ମୋଦି ବିରୋଧୀଙ୍କୁ ନେଇ କିଛି ଲୋକ ଏପରି କରୁଛନ୍ତି ।  ଯେଉଁମାନଙ୍କ ସ୍ବାର୍ଥ ନଷ୍ଟ ହେଉଛି ସେମାନେ ଏପରି କରିବାକୁ ଚାହୁଁଥିବା ବିଜେପି ଅଭିଯୋଗ କରୁଛି ।

ଆମେରିକୀୟ ଏଜେନ୍ସି ଏହି ମାମଲାରେ ଆଦାନୀ ଗ୍ରୁପ୍ ମୁଖ୍ୟ ଗୈାତମ ଆଦାନୀଙ୍କ ସମେତ 7 ଜଣଙ୍କୁ ଅଭିଯୋଗ ତାଲିକାରେ ରଖିଛନ୍ତି ।  ଯାହାକୁ ନେଇ କଂଗ୍ରେସ ନେତା ଜୟରାମ ରମେଶ ଏହି ପ୍ରସଙ୍ଗରେ ଭାରତ ସରକାରଙ୍କୁ କଟାକ୍ଷ କରିଥିଲେ । ସରକାରୀ ଜାଣିଶୁଣି ଆଦାନୀଙ୍କୁ ଦେଶର ସଂପତ୍ତି ଦେଉଥିବା କହିଥିଲେ ।  ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲଭିଆ କହିଥିଲେ କଂଗ୍ରେସ ଏପରି ପ୍ରସଙ୍ଗକୁ ନେଇ ମିଥ୍ୟା ପ୍ରଚାର କରୁଛି ।  କାରଣ ମହାରାଷ୍ଟ୍ର ବିଧାନସଭା ପୂର୍ବରୁ ଭୋଟରମାନେ ପ୍ରଭାବିତ ହୋଇ କଂଗ୍ରେସକୁ ଭୋଟ ଦେବେ । ଯାହା କେବେ ହେବ ନାହିଁ । ଏହାହିଁ ହେଲା ମହାରାଷ୍ଟ୍ର ଭୋଟରମାନେ କଂଗ୍ରେସ ଏବଂ ଏହାର ମେଂଟକୁ ମୁହଁ ମୋଡିଲେ , ଭୋଟ ଦେଲେ ନାହିଁ ।

ଜୟରାମ ରମେଶ ଲେଖିଥିଲେ, “ଆମେରିକାର ଆଟର୍ଣ୍ଣି ଅଫିସ, ନ୍ୟୁୟର୍କର ପୂର୍ବ ଜିଲ୍ଲା, ଗୈାତମ ଆଦାନୀ, ସାଗର ଆଦାନୀ ଏବଂ ଅନ୍ୟମାନଙ୍କ ବିରୋଧରେ ଆରମ୍ଭ ହୋଇଥିବା ମାମଲା ଆଦାନୀଙ୍କ ଅପରାଧିକ କାର୍ଯ୍ୟକଳାପ ବିଷୟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ କରିଛି। ଏହା ଅଭିଯୋଗ କରିଛି ଯେ ସେମାନେ 2020 ରୁ 2024 ମଧ୍ୟରେ ଭାରତୀୟ ସରକାରୀ ଅଧିକାରୀଙ୍କୁ 250 ମିଲିୟନ ଡଲାର  ଲାଞ୍ଚ ଦେଇଛନ୍ତି। ଏହା ପରେ ପରେ  ରାହୁଲ ଗାନ୍ଧୀ କହିଥିଲେ ଆଦାନୀଙ୍କୁ ଗିରଫ କରାଯାଉ । ଯାହାର ଗୋଟିଏ ଦିନ ପରେ ଭୋଟ ହେଲା । ଆଉ ଫଳାଫଳ କଂଗ୍ରେସ ବିପକ୍ଷରେ ଯାଇଛି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶାସନକୁ କଳା କରିବା ପାଇଁ କଂଗ୍ରେସ ଚାହିଁଥିଲା । କିନ୍ତୁ ଭୋଟରମାନେ ସେ କଥା ଶୁଣିଲେ ନାହିଁ ।

ଭାରତୀୟମାନଙ୍କ ମାନସିକତାରେ ମୋଦିଙ୍କ ଲୋକପ୍ରିୟ ବଢ଼ିଛି । ମୋଦିଙ୍କ  ଆଚାର-ବ୍ୟବହାରକୁ ଲୋକେ ପସନ୍ଦ କରୁଛନ୍ତି । ଗତ କିଛି ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଅନେକ ଆଖିଦୃଶିଆ ପଦକ୍ଷେପ ନେଇଛନ୍ତି ଯେଉଁଥିପାଇଁ ହରିୟାଣା ପରେ ମହାରାଷ୍ଟ୍ରରେ ବିଜେପିକୁ ଜନସାଧାରଣ ପସନ୍ଦ କରିଛନ୍ତି ।

ବର୍ତ୍ତମାନର ଅଦାନୀ ବିବାଦରେ ଏବେ ପୂର୍ଣ୍ଣଛେଦ ପଡ଼ିଛି । ଆଜି ସୋମବାରରେ ସେୟାର ନିଶ୍ଚୟ ଆଦାନୀ ଗ୍ରୁପର ସେୟାର  ବଢ଼ିବ ଏଥିରେ ସନ୍ଦେହ ନାହିଁ ।  କାରଣ ମହାରାଷ୍ଟ୍ର ନିର୍ବାଚନ ପରେ  ଆଉ କିଛି ନ ହେଲେ ବି ବିରୋଧୀଙ୍କ ଚକ୍ଷୁ ଖୋଲିଦେଇଛି ଭୋଟ ଫଳାଫଳ ।

ଉଦ୍ୟୋଗପତି ଗୌତମ ଅଦାନୀ, ତାଙ୍କର କେତେକ ବ୍ୟାବସାୟିକ ସହଯୋଗୀଙ୍କୁ ଲଗାତର କଂଗ୍ରେସ ଏବଂ କିଛି ସଂଗଠନ ଦେଶରେ, ବିଦେଶରେ ବିରୋଧ କରୁଛନ୍ତି ।  ସୌର ଶକ୍ତି ଉତ୍ପାଦନକାରୀ କଂପାନି ବିରୋଧରେ ଲାଞ୍ଚ ଦିଆ କାରବାର ନେଇ ଅଭିଯୋଗ ଆଣିଥିଲେ ବିରୋଧୀ ।

ଆମ ଦେଶର ରାଜନୈତିକ କ୍ଷେତ୍ରରେ ଏହାର ପ୍ରଭାବ କିଛି ଦେଖିବାକୁ ମିଳିଲା ନାହିଁ । ଯଦିଓ କଂଗ୍ରେସ ଏହାକୁ ଏକ ଭୂମିକମ୍ପ ବୋଲି ଭାବୁଥିଲା କିନ୍ତୁ କିଛି ହେଲା ନାହିଁ ।

ଅଦାନୀ ଓ ତାଙ୍କ ଶିଳ୍ପ ସାମ୍ରାଜ୍ୟର ଭବିଷ୍ୟତ୍‌ ନିଶ୍ଚୟ ଆହୁରି ଆଗକୁ ଯିବ । କାରଣ ମୋଦିଙ୍କ ସମର୍ଥକ ମାନେ ଆଦାନୀଙ୍କ ସେୟାର ଅଧିକ ମାତ୍ରାରେ ଏବେ କିଣିବେ ।

ଗତ କିଛି ବର୍ଷ ଧରି ଅଦାନୀ ଓ ତାଙ୍କ ବ୍ୟବସାୟକୁ ବାରମ୍ବାର ବିବାଦାସ୍ପଦ, ପ୍ରଶ୍ନସଂକୁଳ କରୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ନିବେଶକ ଓ ଜନସାଧାରଣଙ୍କ ଦୃଷ୍ଟିରେ ତାଙ୍କୁ ବଦନାମ କରିବାକୁ ଚାହୁଁଛନ୍ତି । କିନ୍ତୁ ଜନସାଧାରଣ ଏହାକୁ ଗ୍ରହଣ କରୁନାହାଁନ୍ତି । କଂଗ୍ରେସ ନେତା ଲୋକମାନଙ୍କ ବିଶ୍ବାସଭାଜନ ହୋଇପାରୁନାହାଁନ୍ତି ।

ଅଦାନୀଙ୍କ ଅତ୍ୟନ୍ତ ମହତ୍ତ୍ବାକାଂକ୍ଷୀ ସୌର ଶକ୍ତି ଉତ୍ପାଦନ ଓ ବିକ୍ରୟ ବ୍ୟବସାୟକୁ ମୋଦି ସରକାର ସମର୍ଥନ କରୁଛନ୍ତି । ଯାହାକୁ ନେଇ ବିରୋଧୀ ମୋଦି-ଆଦାନୀ ଦେଶ ଲୁଟୁଥିବା ଅଭିଯୋଗ କରୁଛନ୍ତି ।

ସୌର ଶକ୍ତି ବିକ୍ରୟ ସକାଶେ ପାଇଥିବା ଠିକାକୁ କାର୍ଯ୍ୟକାରୀ କରିବା ଲାଗି ଅଦାନୀଙ୍କ କଂପାନି ପକ୍ଷରୁ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଛତିଶଗଡ଼, ତାମିଲନାଡୁ, ଜାମ୍ମୁ ଓ କାଶ୍ମୀରର ଉଚ୍ଚ ପଦାଧିକାରୀମାନଙ୍କୁ ମୋଟ ୨,୦୨୯ କୋଟି ଟଙ୍କାର ଲାଞ୍ଚ ଦିଆଯାଇଛି ବୋଲି ଆମେରିକା ସରକାରଙ୍କ ଅଭିଯୋଗ ପତ୍ର‌ରେ ଦର୍ଶାଯାଇଛି। ଏସବୁ ରାଜ୍ୟରେ ବିଜେପି ସରକାର ନାହିଁ । ତେଣୁ ବିଜେପିକୁ ବା ମୋଦିଙ୍କୁ ଦୋଷ ଦେଇହେବ ନାହିଁ ।

ଏହା କେବଳ ଅଭିଯୋଗ ମାତ୍ର ହୋଇଥିଲେ ମଧ୍ୟ ରାହୁଲ ଗାନ୍ଧୀ ଆଦାନୀଙ୍କୁ ଗିରଫ କରିବା କହିଛନ୍ତି । ଯାହାକି ତାଙ୍କ ରାଜନୈତିକ ଦଳ ସରକାରରେ ଥିବା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦେଶ କରୁଛି ।

ଏହି ଘଟଣା ପରେ ଅଦାନୀ ଓ ତାଙ୍କ ଉଦ୍ୟୋଗର ସେୟାର ମୂଲ୍ୟ ହ୍ରାସ ପାଇଛି । କିନ୍ତୁ ଏପରି ଗତ ତିନି ବର୍ଷ ହେଲା ଅଭିଯୋଗ ହେଉଛି । ଆଦାନୀଙ୍କ ସେୟାର ମୂଲ୍ୟ ହ୍ରାସ ପାଉଛି ପୁଣି ପରେ ତାର ଭାଉ ବୃଦ୍ଧି ପାଉଛି । ସେପଟେ ଖବର ପ୍ରଚାର ହେବା କ୍ଷଣି କେନିଆ ୭୩୦ ନିୟୁତ ଡଲାର ମୂଲ୍ୟର  ଭିତ୍ତିଭୂମି ନିର୍ମାଣ ପ୍ରକଳ୍ପ ଲାଗି ସଂପାଦିତ ଚୁକ୍ତିକୁ  ବାତିଲ କରିଥିବା କୁହାଯାଉଛି । ଏଥିରେ ଆଦାନୀ ଗ୍ରୁପର ସେପରି କ୍ଷତି ହେବ ନାହିଁ କହିଛନ୍ତି ବିଶେଷଜ୍ଞ ।

ଅଦାନୀ ଗ୍ରୁପ ପକ୍ଷରୁ କୁହାଯାଇଛି ଯେ ଏଭଳି ଅଭିଯୋଗ ପଛରେ କୌଣସି ସତ୍ୟତା ନାହିଁ ଏବଂ ଏହା ବିରୋଧରେ ଶେଷ ପର୍ଯ୍ୟନ୍ତ ଆଇନ ଲଢ଼େଇ ଲଢ଼ାଯିବ । ଆଦାନୀ ଗ୍ରୁପ ଉପରେ ଭାରତୀୟଙ୍କ ଭରସା ପୂର୍ବରୁ ରହିଛି । ତେଣୁ ଆଦାନୀ ଗ୍ରୁପକୁ କ୍ଷତି ହେବନାହିଁ କୁହାଯାଇପାରିବ ।

ବର୍ଷ ବର୍ଷ ଧରି ରାହୁଳ ଗାନ୍ଧୀ ଯେତେ ଢ଼ୋଲ ବଜାଇଲେ ବି ଆଦାନୀଙ୍କର କିଛି କ୍ଷତି ହେଉନାହିଁ । ଏହାର କାରଣ ହେଉଛ ସେ ମୋଦିଙ୍କ ବନ୍ଧୁ ।  ‘ହିଣ୍ଡେନ୍‌ବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଏପରି ତାଙ୍କୁ କଂଗ୍ରେସ ନେତା ବିରୋଧୀ, ରାହୁଲ ଗାନ୍ଧୀ ଘେରିଥିଲେ କିନ୍ତୁ କିଛି ପ୍ରଭାବ ପଡ଼ିନଥିଲା ।

ବିଜେପି ପକ୍ଷରୁ ବିରୋଧୀଙ୍କୁ ଟାର୍ଗେଟ କରାଯାଇଥିଲା । ମୋଦି ସରକାରକୁ ବିତାଡ଼ିତ କରିବା ପାଇଁ ଏପରି ଅଭିଯୋଗ କରାଯାଉଥିବା କୁହାଯାଇଥିଲା ।

ଆଜିର ଯୁବପିଢ଼ି ରାହୁଲ ଗାନ୍ଧୀଙ୍କ କଥାକୁ ଗ୍ରହଣ କରୁନାହାଁନ୍ତି । ସେମାନେ ମୋଦିଙ୍କ ଶାସନକୁ ଗ୍ରହଣ କରୁଛନ୍ତି । ଭାରତରେ ହେଉ କି ବିଦେଶରେ ମୋଦିଙ୍କ ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧ ପାଇବାରେ ଲାଗିଛି । ବିଜେପି ନେତା କହିବା କଥା  ଭାରତକୁ ଦୁର୍ନୀତିମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ଅନେକ ଆଖିଦୃଶିଆ ପଦକ୍ଷେପ ନେଇଛନ୍ତି । ଭାରତ ବିକଶିତ ଆଡ଼କୁ ଅଗ୍ରଗତି କରୁଛି ।

ଟ୍ୟାକ୍ସ,ବାଣିଜ୍ୟ, ବ୍ୟବସାୟ ଓ ଶାସନ ପ୍ରଶାସନରେ ସ୍ବଚ୍ଛତା ଅଣାଯାଉଛି । ଗତ ପାଞ୍ଚ ବର୍ଷରେ ଟ୍ୟାକ୍ସ ଦେଉଥିବା ଲୋକଙ୍କ ସଂଖ୍ୟା ଦୁଇଗୁଣ ହୋଇଛି । ମୋଦିଙ୍କ ନୀତିକୁ ଅଧିକାଂଶ ଭାରତୀୟ ଗ୍ରହଣ କରୁଛନ୍ତି । ବିଦେଶ ନୀତିକୁ ନେଇ ଭାରତ ବିଶ୍ବରେ ସର୍ବଆଦୃତ ହେଉଛି । ମୋଦିଙ୍କୁ ବିଶ୍ବସ୍ତରରେ ନେତାମାନେ ପ୍ରଶଂସା କରୁଛନ୍ତି । ଆମେରିକା ରାଷ୍ଟ୍ରପତି ହୁଅନ୍ତୁ କି ଋଷ ରାଷ୍ଟ୍ରପତି ଖୋଲାଖୋଲି ଭାବେ ମୋଦିଙ୍କର ପ୍ରଶଂସା କରୁଛନ୍ତି ।

ତେଣୁ ମୋଦିଙ୍କୁ ବଦନାମ କରିବା ପାଇଁ ଆଦାନୀକୁ ମୋହରା କରିବା ବିରୋଧୀଙ୍କ ପାଇଁ ଫଳପ୍ରଦ ହେଉନାହିଁ । ସଦସ୍ୟ ସମାପ୍ତ ହରିୟାଣା ନିର୍ବାଚନ ଏହାର ଉଦାହରଣ । ଏହି ଦୁଇ ରାଜ୍ୟର ନିର୍ବାଚନ ଫଳାଫଳ ସୂଚାଇ ଦେଇଛି ଯେ ମୋଦିଙ୍କୁ ଗାଦିଚ୍ୟୁତ କରିବା ପାଇଁ ବିରୋଧୀଙ୍କ ରଣନୀତି ଜନସାଧାରଣଙ୍କୁ ପସନ୍ଦ ଆସୁନାହିଁ ।

ଆଗାମୀ ଦିନରେ ବିଜେପିକୁ ହରାଇବା କଷ୍ଟସାଧ୍ୟ ଓ ଆହ୍ବାନଭରା ହେବ ଏହା ହିଁ କୁହାଯାଇପାରେ ।

ShareTweetSendShare

RelatedNews

ଜାତୀୟ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?
Latest News

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?

ଅପରେସନ୍ ସିନ୍ଦୂରରେ ଭାରତର ବୈଶ୍ୱିକ ପ୍ରଚାର: ଖୋଲିବ ପାକିସ୍ତାନର ଆତଙ୍କୀ ମୁଖା
Latest News

ଅପରେସନ୍ ସିନ୍ଦୂରରେ ଭାରତର ବୈଶ୍ୱିକ ପ୍ରଚାର: ଖୋଲିବ ପାକିସ୍ତାନର ଆତଙ୍କୀ ମୁଖା

ଓଡ଼ିଶାରେ ଖଣି ଦୁର୍ନୀତି : ରାଜ୍ୟ ବିକାଶରେ ବାଧକ
Latest News

ଓଡ଼ିଶାରେ ଖଣି ଦୁର୍ନୀତି : ରାଜ୍ୟ ବିକାଶରେ ବାଧକ

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା: ଯୁବପୀଢ଼ିଙ୍କ ପାଇଁ  ସ୍ବାବଲମ୍ବନର ନୂତନ ଅଧ୍ୟାୟ
Latest News

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା: ଯୁବପୀଢ଼ିଙ୍କ ପାଇଁ ସ୍ବାବଲମ୍ବନର ନୂତନ ଅଧ୍ୟାୟ

Latest News

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

ମିଶନ ଶକ୍ତି: ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ସଫଳ ଯାତ୍ରା

ମିଶନ ଶକ୍ତି: ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ସଫଳ ଯାତ୍ରା

କୃଷକ ସଶକ୍ତିକରଣ: ପିଏମ୍ କିସାନ ଏବଂ ସିଏମ୍ କିସାନ ଯୋଜନାର ଗ୍ରାମୀଣ ଜୀବନ ଉପରେ ପ୍ରଭାବ

କୃଷକ ସଶକ୍ତିକରଣ: ପିଏମ୍ କିସାନ ଏବଂ ସିଏମ୍ କିସାନ ଯୋଜନାର ଗ୍ରାମୀଣ ଜୀବନ ଉପରେ ପ୍ରଭାବ

ଲକ୍ଷପତି ଦିଦି: ମହିଳା ସଶକ୍ତିକରଣର ନୂଆ ଅଧ୍ୟାୟ

ଲକ୍ଷପତି ଦିଦି: ମହିଳା ସଶକ୍ତିକରଣର ନୂଆ ଅଧ୍ୟାୟ

ଛତିଶଗଡ଼ରେ ନକ୍ସଲବାଦୀଙ୍କ ବିରୋଧରେ ଲଢ଼େଇ ନିର୍ଣ୍ଣାୟକ ମୋଡ଼ରେ

ନକ୍ସଲ ଆନ୍ଦୋଳନ ଏବେ ଦୁର୍ବଳ

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?

ଭାରତ ବିଶ୍ବର ଚତୁର୍ଥ ଅର୍ଥନୈତିକ ଶକ୍ତି: ଜିଡିପି 6 ପ୍ରତିଶତ ଅଭିବୃଦ୍ଧିର କାରଣ କଣ ହୋଇପାରେ ?

ଭାରତ ବିଶ୍ବର ଚତୁର୍ଥ ଅର୍ଥନୈତିକ ଶକ୍ତି: ଜିଡିପି 6 ପ୍ରତିଶତ ଅଭିବୃଦ୍ଧିର କାରଣ କଣ ହୋଇପାରେ ?

ସ୍ୱାଧୀନତା ପରେ ଭାରତ କେତେ ସୀମାନ୍ତ ଅଞ୍ଚଳ ହରାଇଛି?

ସ୍ୱାଧୀନତା ପରେ ଭାରତ କେତେ ସୀମାନ୍ତ ଅଞ୍ଚଳ ହରାଇଛି?

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା

ଅପରେସନ୍ ସିନ୍ଦୂରରେ ଭାରତର ବୈଶ୍ୱିକ ପ୍ରଚାର: ଖୋଲିବ ପାକିସ୍ତାନର ଆତଙ୍କୀ ମୁଖା

ଅପରେସନ୍ ସିନ୍ଦୂରରେ ଭାରତର ବୈଶ୍ୱିକ ପ୍ରଚାର: ଖୋଲିବ ପାକିସ୍ତାନର ଆତଙ୍କୀ ମୁଖା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.