ଆଜି ପ୍ରଧାନମନ୍ତ୍ରୀ ବାର୍ଷିକ ପ୍ରାୟୋଜିତ କାର୍ଯ୍ୟକ୍ରମ ମନ କି ବାତର 116 ତମ ଅଧ୍ୟାୟରେ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି । ଏହି କ୍ରମରେ ସେ ପ୍ରଥମେ ଏନସିସିର ଦିବସ ପାଇଁ ଶୁଭକାମନା ଜଣାଇଥିଲେ । ଏହାପରେ ସେ ତାଙ୍କ ଗୁୟାନ ଅନୁଭୂତି ବଖାଣି ଗୁୟାନାରେ କିଭଳି ଏକ ମିନି ଇଣ୍ଡିଆ ରହିଛି ତାହା ଉପରେ ଆଲୋକପାତ କରିଥିଲେ । 180 ବର୍ଷ ପୂର୍ବରୁ ଭାରତର ଲୋକମାନେ ଶ୍ରମିକ ଭାବେ ଗୁୟାନା ଯାଇ ସେଠାରେ କିଭଳି ଆଧିପତ୍ୟ ବିସ୍ତାର କରିଛନ୍ତି ଗୁୟାନରେ କିଭଳି ଜଣେ ଭାରତ ବଂଶୋଭବ ରାଷ୍ଟ୍ରପତି ପଦରେ ପହଂଚିପାରିଛନ୍ତି ତାହା ଆଲୋଚନା କରିଥିଲେ । କେବଳ ଗୁୟାନା ନୂହେିଁ ସ୍ଳୋଭକିଆରେ କିଭଳି ଭାରତୀୟ ସଂସ୍କୃତିର ସଂରକ୍ଷଣ ରହିଛି ତା ଉପରେ ମଧ୍ୟ କହିଥିଲେ । ସେ କହିଥିଲେ କି ସ୍ଳୋଭକିଆରେ ଏକ ସଂସ୍ଥା ଭାରତୀୟ ସଂସ୍କୃତି ସଂରକ୍ଷଣ ଉପରେ କାମ କରୁଛି ।ଓମାନରେ ମଧ୍ୟ ଭାରତୀୟଙ୍କ କାହାଣୀ ପ୍ରଧାନମନ୍ତ୍ରୀ ଶୁଣାଇଛନ୍ତି । ସେ କହିଛନ୍ତି କି ଓମାନରେ ରହୁଥିବା ଅଧିକାଂଶ ଭାରତୀୟ ଗୁଜରାଟ କଚ୍ଛ ଅଚଂଳର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ସେପଟେ ଆଜିର ମନ୍ କି ବାତରେ ପ୍ରଧାନମନ୍ତ୍ରୀ ବିଶେଷ କରି ରାଜନୀତିରେ ଯୁବବର୍ଗଙ୍କ ଭାଗିଦାରୀ ଉପରେ ଫୋକସ କରିଥିଲେ । ସେ କହିଥିଲେ କି, ଲାଲ କିଲ୍ଲାର ପାଚେରୀରୁ ମୁଁ ଦେଶର ଯୁବବର୍ଗଙ୍କୁ ରାଜନୀତିରେ ଯୋଗଦେବାକୁ ଆହ୍ୱାନ କରିଥିଲି । ଯେଉଁ ଯୁବକ ଯୁବତୀଙ୍କ ପରିବାରର କେହି ରାଜନୀତିରେ ନାହାଁନ୍ତି ସେମାନଙ୍କ ପାଇଁ ମଧ୍ୟ ଭାରତୀୟ ରାଜନୀତିରେ ସୁଯୋଗ ରହିଛି । ଏଭଳି ୧ଲକ୍ଷ ଯୁବକ ଯୁବତୀଙ୍କ ଆଗାମୀ ୧ ବର୍ଷ ମଧ୍ୟରେ ଭାରତୀୟ ରାଜନୀତିକୁ ଆଣିବାକୁ ଲକ୍ଷ୍ୟ ରଖାଯାଇଥିବା କଥା ପ୍ରଧାନମନ୍ତ୍ରୀ କହିଛନ୍ତି । ର୍ ୧୧ ଓ ୧୨ ଜାନୁଆରୀରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳନ ଅବସରରେ ବିକଶିତ ଭାରତ ଯୁବ ନେତା ସମ୍ବାଦ ନାମରେ ଏକ କାର୍ଯ୍ୟକ୍ରମର ଆୟୋଜନ ହେବ ବୋଲି ସେ କହିଛନ୍ତି ।