ଟିକସଦାତାଙ୍କ ଅର୍ଥ କିଭଳି ସଞ୍ଚୟ କରାଯାଇ ସେନେଇ ରଣନୀତି କରିବେ ମସ୍କ । ସରକାରୀ ଦକ୍ଷତା ବିଭାଗ ପକ୍ଷରୁ ଏକ ପୋଷ୍ଟ୍ କରାଯାଇଛି। ସେଥିରେ ଉଲ୍ଲେଖ କରାଯାଇଛି ଯେ ଯୁକ୍ତରାଷ୍ଟ୍ର ଆମେରିକା ସରକାର ୨୦୨୩ ଆର୍ଥିକବର୍ଷରେ ୬.୧୬ ଟ୍ରିଲିଅନ ଡଲାର ଖର୍ଚ୍ଚ କରିଥିବାବେଳେ ୪.୪୭ ଟ୍ରିଲିଅନ ଡଲାର ଆୟ କରିଛନ୍ତି। ୨୦୦୧ରେ ବଜେଟ ବଳକା ସବୁଠୁ ଅଧିକ ଥିଲା ବୋଲି ଡିଓଜିଇ ଆକାଉଣ୍ଟରେ କୁହାଯାଇଛି।
ଆମେରିକା ଋଣ କରି ଘିଅ ପିଉଛି । ବିଶ୍ବରେ ନିଜକୁ ସର୍ବଶକ୍ତିମାନ କହୁଥିବା ଆମେରିକାକୁ ନେଇ ଟେସ୍ଲାର ସିଇଓ ଏଲନ୍ ମସ୍କ ଆମେରିକାର ଅର୍ଥନୀତିର ବିଶାଳ ଋଣ ଓ ଖର୍ଚ୍ଚକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ତେଣୁ ମସ୍କ କହିଛନ୍ତି ସରକାର ଖର୍ଚ କମ କରିବାର ସମୟ ଆସିଛି । 25 ପ୍ରତିଶତ କର୍ମଚାରୀରେ ସରକାର ଚଳାଇବା ପାଇଁ ସେ କହିଛନ୍ତି ।
ଆମେରିକା ସରକାରଙ୍କ ଆୟ ତୁଳନାରେ ବ୍ୟୟ ଅଧିକ ରହିଛି । ଦେଶ ଦେବାଳିଆ ହେବାର ଆଶଙ୍କା ଦେଖାଦେଇଛି ବୋଲି କହିଛନ୍ତି ମସ୍କ। ଆମେରିକା ଦେବାଳିଆ ଦ୍ବାରଦେଶରେ ପହଞ୍ଚିପାରେ ବୋଲି ମସ୍କ ସତର୍କ କରାଇ ଦେଇଛନ୍ତି।
ଆମେରିକା ଦେବାଳିଆ ହେବାକୁ ଯାଉଛି ବୋଲି ପୋଷ୍ଟ୍ କରିଛନ୍ତି ମସ୍କ। ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍ଙ୍କ ବିଜୟରେ ମସ୍କଙ୍କ ବଡ଼ ହାତ ରହିଛି। ଏଭଳି ସ୍ଥିତିରେ ଆମେରିକାରେ ଖର୍ଚ୍ଚ ନିୟନ୍ତ୍ରଣ ପାଇଁ ଟ୍ରମ୍ପଙ୍କ ପ୍ରଶାସନ ପାଇଁ ନୂଆକରି ସରକାରୀ ଦକ୍ଷତା ବିଭାଗ (ଡିଓଜିଇ) ସୃଷ୍ଟି କରାଯାଇଛି। ଏହାର ମୁଖ୍ୟ ଅଛନ୍ତି ଟ୍ରମ୍ପ ।