ବର୍ଡର ଗାଭାସ୍କର ଟ୍ରଫିରେ ରେକର୍ଡ । ଭାରତ ଏବେ ଭଲ ସ୍ଥିତିରେ ରହିଛି । ପ୍ରଥମ ପାଳିରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ପରେ ଦ୍ବିତୀୟ ପାଳି ଆରମ୍ଭରୁ ଭାରତ ଭଲ ଆରମ୍ଭ କରିଛି ।
ପ୍ରଥମ ଦିନରେ ଉଭୟ ଦଳ ଗୋଟିଏ ଦିନରେ ୧୭ ଓ୍ବିକେଟ ହରାଇଥିଲେ । ଭାରତୀୟ ଓପନର ଜୟସ୍ବାଲ ଏବଂ ରାହୁଲ ଧର୍ଯ୍ୟର ସହ ବ୍ୟାଟିଂ କରି ଦଳକୁ ଏକ ସମ୍ମାନ ଜନକ ସ୍କୋର ଦେବାରେ ସକ୍ଷମ ହୋଇଛନ୍ତି । ଏବେ ଭାରତ ଦ୍ବିତୀୟ ଦିନ ଖେଳ ସୁଦ୍ଧା ୨୧୮ ରନର ଲିଡ୍ ଦେଇଛି ।
୧୭୨ ରନର ଭାଗିଦାରୀ କରିଛନ୍ତି ଜୟସ୍ବାଲ ଏବଂ ରାହୁଲ । ଯାହାକି ରେକର୍ଡ । ଅନେକ ବର୍ଷ ପରେ ଭାରତର ଦୁଇ ବ୍ୟାଟର ଏପରି କରି ଚର୍ଚାରେ ଅଛନ୍ତି । ରାହୁଲ ୬୨ ଏବଂ ଜୟସ୍ବାଲ ୯୦ ରନର ପାଳି ଖେଳି ଅପରାଜିତ ଅଛନ୍ତି ।
ଅନେକ ଦିନ ଧରି ଓପନିଂ ଯୋଡ଼ି ଉପରେ ନଜର ରହିଥିବାବେଳେ ଅଷ୍ଟ୍ରେଲିଆ ମାଟିରେ ଏକ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି ଭାରତୀୟ ଓପନର । ଓପନିଂ ଯୋଡି ଶତକୀୟ ପାଳି କରି ରେକର୍ଡ କରିଛନ୍ତି ।
୨୦୦୪ ମସିହାରେ ବିରେନ୍ଦ୍ର ସେହଓ୍ବାଗ ଏବଂ ଆକାଶ ଚୋପ୍ରା ଯୋଡ଼ି ୧୪୧ ଏବଂ ୧୨୩ ରନର ପାଳି ଖେଳିଥିଲେ । ମେଲବର୍ଣ୍ଣ ଏବଂ ସିଡନୀ ଟେଷ୍ଟରେ ଏହି ରେକର୍ଡ କରିଥିଲେ ।