24 ବର୍ଷର ରେକର୍ଡ଼ ଭାଙ୍ଗିଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ପ୍ରଥମ ଥର ପାଇଁ ଏକ ଦଳ ରାଜ୍ୟରେ ପୁର୍ନବାର କ୍ଷମତାକୁ ଫେରୁଛି । ବର୍ତମାନ ପର୍ଯ୍ୟନ୍ତ ଟ୍ରଣ୍ଡରେ ହେମନ୍ତ ସୋରେନ ମେଣ୍ଟକୁ ସମ୍ପୂଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛନ୍ତି । ଝାଡ଼ଖଣ୍ଡର 81 ଟି ସିଟ ମଧ୍ୟରୁ ଇଣ୍ଡିଆ ମେଣ୍ଟ ଆଗରେ ରହିଛି । ଏଥିମଧ୍ୟରୁ 10 ଟି ଆସନରେ ବିଜୟର ବ୍ୟବଧାନ 10 ହଜାରରୁ ଅଧିକ ଭୋଟ ରହିଛି ।
ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ ନିଜର ସମସ୍ତ ଶକ୍ତି ଲଗାଇବା ସତ୍ତ୍ବେ ଝାଡ଼ଖଣ୍ଡରେ ଭାଜପା କିପରି କ୍ଷମତାକୁ ଆସିପାରିଲା ନାହିଁ । ରାଜନୈତିକ ବିଶେଷ ଙ୍କନୁସାରେ ଭାରତୀୟ ଜନତା ପାର୍ଟିର କୌଣସି ଚେହେରା ତୃଣମୂଲ ସ୍ତରରେ ଦୃଢ ନ ଥିଲେ । ପାର୍ଟିରେ ସିଏମ ମୁହିଁରେ ଦୁଇଟି ଫଣ୍ଟ୍ରନର୍ସ ରହିଥିଲେ । କୌତୁହଳର ବିଷୟ ଉଭୟ ଟର୍ନକୋଟ ଥିଲେ । ବିଧାନସଭା ନିର୍ବାଚନ ପୂର୍ବରୁ ଚମ୍ପାଇ ଭାଜପାରେ ଯୋଗ ଦେଇଥିଲେ ।
ଆର୍କିସ ମାଇ ଇଣ୍ଡିଆର ଏକଜିଟ ପୋଲ ଅନୁଯାୟୀ ହେମନ୍ତଙ୍କ ଲୋକପ୍ରିୟତା ଝାଡ଼ଖଣ୍ଡର ଚମ୍ପାଇ ଏବଂ ବାବୁ ଲାଲଙ୍କ ତୁଳନାରେ ଦୁଇ ଗୁଣ ଅଧିକ ଥିଲା । ଏହି ସର୍ଭେରେ 41 ପ୍ରତିଶତ ଲୋକ ହେମନ୍ତଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ପସନ୍ଦ କରିଥିଲେ । ଏହାର ତୁଳନାରେ ଚମ୍ପାଇକୁ 7 ପ୍ରତିଶତ ଲୋକ ଏବଂ ମାରାଣ୍ଡିଙ୍କୁ 13 ପ୍ରତିଶତ ଲୋକ ପସନ୍ଦ କରିଥିଲେ ।
ଜୁଲାଇ 2024 ରେ ପଦ ଗ୍ରହଣ କରିବା ପରେ ହେମନ୍ତ ସୋରେନ ମହିଳା ଭୋଟ ବ୍ୟାଙ୍କ ଉପରେ ଧ୍ୟାନ ଦେଇଥିଲେ । ସୋରେନ ମହିଳାମାନଙ୍କ ପାଇଁ ମୈୟା ସମ୍ମାନ ଯୋଜନା କାର୍ଯ୍ୟକାରୀ କରିଥିଲେ । ଏହି ଯୋଜନା ଅଧୀନରେ ପ୍ରତ୍ୟେକ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରେ ମାସକୁ 1000 ଟଙ୍କା ଜମା କରାଯାଇଥିଲା ।ହେମନ୍ତ ଝାଡ଼ଖଣ୍ଡର ଆଦିବାସୀ ପ୍ରାଧାନ୍ୟ ଅଞ୍ଚଳରେ ଏକପାଖିଆ ଭାବରେ ଜିତୁଥିବା ପରି ମନେହୁଏ । ସମଗ୍ର ନିର୍ବାଚନରେ ହେମନ୍ତ ଆଦିବାସୀ ଅସ୍ମିତା ପ୍ରସଙ୍ଗ ଉଠାଇଥିଲେ ।