ଓ୍ବାୟନାଡ଼ ଲୋକସଭା ଆସନର କଂଗ୍ରେସକୁ ବଡ଼ ସଫଳତା ମିଳିଛି । ଗାନ୍ଧୀ ପରିବାରର ପୁଣି ଜଣେ ସାଂସଦ ହୋଇଛନ୍ତି । ଉପନିର୍ବାଚନ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିପୁଳ ବିଜୟ ହାସଲ କରିଛନ୍ତି ।
ଏଥର ଗାନ୍ଧୀ ପରିବାରରୁ ନବମ ସଦସ୍ୟ ଭାବେ ସେ ସଂସଦକୁ ଯିବେ । 4.08 ଲକ୍ଷ ବ୍ୟବଧାନରେ ବିଜୟୀ ହୋଇଛନ୍ତି ପ୍ରିୟଙ୍କା ଗାନ୍ଧୀ । ରାହୁଲ ଗାନ୍ଧୀଙ୍କଠାରୁ ଅଧିକ ଭୋଟରେ ବିଜୟ ହୋଇଛନ୍ତି ପ୍ରିୟଙ୍କା
ଓ୍ବାୟନାଡ଼ ଲୋକସଭା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବା ଦିନଠାରୁ ପ୍ରି୍ୟଙ୍କା ଚର୍ଚାଚେ ଥଲେ । କେରଳରେ ତାଙ୍କର ପ୍ରଚାର ବେଳେ ଭିଡ ଜମୁଥିଲା । ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତାଙ୍କ ଭାଇ ରାହୁଲ ଗାନ୍ଧୀଙ୍କ ବିଜୟ ବ୍ୟବଧାନକୁ ମାତ ଦେଇଛନ୍ତି ।
ଆଜି ପ୍ରିୟଙ୍କା ତାଙ୍କ ପ୍ରଥମ ନିର୍ବାଚନରେ ବିଜୟୀ ହେବା ସହିତ ଭାଇ ରାହୁଲଙ୍କ ରେକର୍ଡ଼କୁ ମଧ୍ୟ ଭାଙ୍ଗିଛନ୍ତି । ଓ୍ବାୟନାଡ଼ ଉପନିର୍ବାଚନ ପ୍ରିୟଙ୍କା ଗାନ୍ଧୀ 4.08 ଲକ୍ଷ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । 2019 ନିର୍ବାଚନରେ ଓ୍ବାୟନାଡ଼ରୁ 4.30 ଲକ୍ଷ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ରାହୁଲ ଗାନ୍ଧୀ 2024 ଏପ୍ରିଲ ନିର୍ବାଚନରେ 3.64 ଲକ୍ଷ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ।