ସମୟ ବଢିବା ସହ ଝାଡ଼ଖଣ୍ଡରେ ବଦଳୁଛି ଗଣିତ । ଏନଡ଼ିଏକୁ ପଛରେ ପକେଇ ଆଗକୁ ବଢିଲା ଇଣ୍ଡି ମେଣ୍ଟ । ପୁଣି ମୁଖ୍ୟମନ୍ତ୍ରୀ ହେବେ ହେମନ୍ତ । ତେବେ ତାଙ୍କ ସ୍ତ୍ରୀ କଳ୍ପନାଙ୍କ ନାମକୁ ନେଇ ମଧ୍ୟ ଚର୍ଚା ହେଉଛି । ୨୪ବର୍ଷର ରେକର୍ଡ ଭାଙ୍ଗିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ଏନଡିଏକୁ ପଛରେ ପକେଇ ସୋରେନଙ୍କ ସହ ଇଣ୍ଡିଆ ମେଣ୍ଟ ସରକାର ଗଠନ କରିବାକୁ ଯାଉଛି । ରାଜ୍ୟରେ ଇଣ୍ଡିଆ ମେଣ୍ଟକୁ ବହୁମତ ମିଳିସାରିଛି। ଦଳ ୫୧ ସିଟ୍ରେ ଆଗରେ ରହିଥିବା ବେଳେ ଏନଡିଏ ୨୯ସିଟ୍ ପଛରେ ରହିଛି।
ତେବେ ଜାତୀୟ ଗଣମାଧ୍ୟମରେ କଳ୍ପନା ସୋରେନ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚା ହେଉଛି । ଝାଡଖଣ୍ଡର ଜନତା ବିକାଶର ରାସ୍ତା ଖୋଲିଛନ୍ତି। ଏବେ ଝାଡଖଣ୍ଡରେ ପୁଣି ଲୋକଙ୍କ ବିଜୟ ହୋଇଛି।
ଝାଡ଼ଖଣ୍ଡ ବିଧାନସଭାର ସମସ୍ତ ୮୧ଟି ଆସନ ପାଇଁ ମୋଟ ୨ଟି ପର୍ୟ୍ୟାୟରେ ଭୋଟ ପଡିଥିଲା ।