ମହାରାଷ୍ଟ୍ର ଝାଡ଼ଖଣ୍ଡର ନିର୍ବାଚନ ଫଳାଫଳ ଚମକାଇ ଦେଇଛି । ମହାରାଷ୍ଟ୍ରରେ ପୁଣିଥରେ ମହାୟୁତି ସରକାର ଚାଲିବାକୁ ଯାଉଛି । ଝାଡ଼ଖଣ୍ଡରେ ଜେଏମଏମ ପଲ୍ଲା ଭାରି ପୂର୍ବ ଭଳି ଭାରି ରହିଛି ।
ମହାରାଷ୍ଟ୍ରର ସମସ୍ତ 288 ଟି ଯାକ ଆସନରେ ଟ୍ରେଣ୍ଡ ବାହାରିଛି । ବିଜେପି ମେଂଟ ଦୁଇ ଶହ ଆସନରେ ଆଗରେ ରହିଛି । ନିର୍ବାଚନରେ ମହାୟୁତିରେ ସାମିଲ ଥିବା ବିଜେପି 149 ସିଟରେ ପ୍ରାର୍ଥୀ ଦେଇଥିଲା । ସେହିପରି ଶିବସେନା 81 ଟି ସିଟରେ ଏନସିପି ଗୋଷ୍ଠୀ 59 ସିଟରେ ପ୍ରାର୍ଥୀ ଦେଇଥିଲେ ।
ଅନ୍ୟପଟେ ମହାବିକାଶ ଅଘାତି ମେଣ୍ଟରେ ସାମିଲ ଥିବା କଂଗ୍ରେସ 101 ସିଟରେ ପ୍ରାର୍ଥୀ ଦେଇଥିଲା । ତା ସହ ଶିବସେନା 95 ଟି ଆସନରେ ଏବଂ ଏନସିପି ଗୋଷ୍ଠୀ 86 ଟି ଆସନରେ ପ୍ରାର୍ଥୀ ଦେଇଥିଲା ।
ଝାଡ଼ଖଣ୍ଡ ବିଧାନସଭାର ସମସ୍ତ 81 ଟି ଆସନ ପାଇଁ ମୋଟି 2 ଟି ବିପର୍ଯ୍ୟରେ ଭୋଟ ପଡ଼ିଥିଲା । ନେଭମ୍ବର 13 ତାରିଖରେ ପ୍ରଥମ ପର୍ୟ୍ୟାୟ ଭୋଟ୍ ପଡିଥିବାବେଳେ, ନଭେମ୍ବର ୨୦ରେ ପଡିଥିଲା ଦ୍ୱିତୀୟ ପର୍ୟ୍ୟାୟ ଭୋଟ୍ । ଏଠାରେ ବିଜେପି ଏବଂ ଏଜେଏସୟୁ ମିଳିତ ଭାବେ ନିର୍ବାଚନ ଲଢୁଥିବାବେଳେ, ଜେଏମଏମ୍ ଏବଂ କଂଗ୍ରେସ ମିଶି ନିର୍ବାଚନ ଲଢୁଛନ୍ତି ।