ମାଲକାନଗିରି ଜିଲ୍ଲାର ଏମଭି 79 ଥାନା ଅନ୍ତର୍ଗତ ଜିନେଲଗୁଡ଼ା ସାବେରୀ ନଦୀ କୂଳରେ ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଗୁଳି ବିନିମୟରେ ଜଣେ ନକ୍ସଲ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ପରେ କିନ୍ତୁ ମୃତ ବ୍ୟକ୍ତି ଜଣକ ଗ୍ରାମବାସୀ ବୋଲି ଜଣାପଡ଼ିଥିଲା ।
ଯବାନଙ୍କ ଉପରେ ଗୁଳି ଚଳାଇ ନକ୍ସଲ ଖସି ଯାଇଥିଲେ । ରାତିରେ ଅନ୍ଧାରରେ ଜଂଗଲ ରେ ଖସି ପୁଣି ଛତିଶଗଡ଼ ମୁହାଁ ହୋଇଥିଲା । ଓଡ଼ିଶାର ଯବାନଙ୍କ ହାତରୁ ବର୍ତି ଯାଇଥିଲେ ମଧ୍ୟ ତାଙ୍କୁ ମୃତ୍ୟୁ ଅପେକ୍ଷା କରିଥିଲା । ଛତିଶଗଡ଼ରେ ଓଡ଼ିଶା ସୀମା ପାର କରି ସୁକମା ଜିଲ୍ଲାର ଭେଜ୍ଜି ଥାନା ଅଂଚଳର ଜଂଗଲରେ ଆଶ୍ରୟ ନେବାକୁ ଚେଷ୍ଟା କରୁଥିବା ବେଳେ ସେପଟେ ଡ଼ିଆରଜି ଏସଟିଏଫ ଯବାନ ନକ୍ସଲଙ୍କ ଅପେକ୍ଷା କରି ରହିଥିବାନକ୍ସଲ କ୍ୟାମ୍ପ କରି ରହିଥିବା ସ୍ଥାନକୁ ଯବାନ ଚଢଉ କରିଥିଲେ ।
ଆଜି ସକାଳେ 10 ଟା ବେଳେ ନକ୍ସଲ ଏବଂ ଯବାନଙ୍କ ମଧ୍ୟରେ ଗୁଳିବିନିମୟରେ ଆରମ୍ଭ ହୋଇଥିଲା । ଦିନ ଗୋଟାଏ ବେଳକୁ ଗୁଳିବିନିମୟ ବନ୍ଦ ହୋଇଥିବା ଘଟଣାସ୍ଥଳକୁ ସର୍ଚ୍ଚ ଅପରେସନ କରାଯାଇଥିଲା । ଯବାନ ସର୍ଚ୍ଚ ଅପରେସନ ବେଳେ 10 ଜଣ ମାଓବାଦୀଙ୍କ ଶବକୁ ଉଦ୍ଧାର କରିଥିଲେ । ଏଥିସହ ଏକେ – 47 ଏସଏଲଆର ଭଳି ଅତ୍ୟାଧୁନିକ ବନ୍ଧୁକ ସହ ବିସ୍ଫୋରକ ଏବଂ ମାଓ ସାମଗ୍ରୀ ଜବତ କରିଥିଲେ ।