ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ମହାୟୁତି ମେଣ୍ଟର ସହଜ ବିଜୟ ହେବ ବୋଲି ପ୍ରଦୀପ ଗୁପ୍ତାଙ୍କ ନେତୃତ୍ବାଧୀନ ଆକ୍ସିସ ମାଇ ଇଣ୍ଡିଆ ପୁର୍ବାନୁମାନ କରିଛି । ମହାରାଷ୍ଟ୍ରରେ ମତଦାନ ଦିନ ବୁଧବାର ଅଧିକାଂଶ ସଂସ୍ଥା ନିଜର ବୁଥବାହୁଡ଼ା ମତ ପ୍ରକାଶ କରିଥିବା ବେଳେ ଗୁପ୍ତା ଏକ ବିସ୍ତୁତ ଚିତ୍ର ଉପସ୍ଥାପନ କରିବାକୁ ଗୋଟିଏ ଦିନ ଅଧିକ ସମୟ ନେଇଥିଲେ ।
ଆକ୍ସିସ ମାଇ ଇଣ୍ତିଆ ମହାରାଷ୍ଟ୍ର ପାଇଁ ଏହାର ଏକଜିଟ ପୋଲ ବିଶ୍ଳେଷଣ ପ୍ରକାଶ କରିଛି ଯେଇଁଥିରେ ଭୋଟ ପ୍ରତିଶତ ଦୃଷ୍ଟିରୁ ପ୍ରତିନ୍ଦ୍ବନ୍ଦ୍ବୀ ମହାବିକାଶ ଆଘାତି କମ ବ୍ୟବଧାନ ପଛରେ ଥିଲେ ମଧ୍ୟ ବିଜେପି ନେତୃତ୍ବାଧୀନ ମହାୟୁତି ସାରା ରାଜ୍ୟରେ ଆଧ୍ୟପତ୍ୟ ବିସ୍ତାର କରିବାକୁ ଯାଉଛି ବୋଲି ଫଳାଫଳରୁ ଜଣାପଡ଼ିଛି ।
ଆକ୍ସିସ ମାଇ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ଏକଜିଟ ପୋଲ ଅନୁଯାୟୀ 288 ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ମହାୟୁତି ମେଣ୍ଟକୁ 178 ରୁ 200 ଆସନ ମିଳିବା ସମ୍ଭାବନା ରହିଛି । ସେପଟେ ଏମଭିଏ 82ରୁ 102 ଆସନରେ ସୀମିତ ରହିବ । ଏହାବ୍ୟତୀତ ମହାୟୁତିକୁ 48 ପ୍ରତିଶତ ଓ ଏମିଭିଏକୁ 37 ପ୍ରତିଶତ ଭୋଟ ମିଳିବ ବୋଲି ଏଥିରେ କୁହାଯାଇଛି । ଆଞ୍ଚଳିକ ସ୍ତରରେ ମହାୟୁତି ସମଗ୍ର ରାଜ୍ୟରେ ଅଗ୍ରଣୀ ରହିବ ବୋଲି ଆଶା କରାଯାଉଛି । ଆକ୍ସିସ ମାଇ ଇଣ୍ଡିଆ ପୂର୍ବରୁ ସଠିକତା ପାଇଁ ଖ୍ୟାତି ଅର୍ଜନ କରିଛି କିନ୍ତୁ ଏହାର କେତେକ ସାମ୍ପ୍ରତିକ ଭିବଷ୍ୟବାଣୀ ବିଫଳ ହୋଇଛି । 2024 ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ର ବିପୁଳ ବିଜୟ ହେବ ବୋଲି ଏହା ପୁର୍ବାନୁମାନ କରିଥିଲା । ଯାହା ଠିକ ହୋଇ ନଥିଲା । ହରିୟାଣା ବିଧାନସଭା ନିର୍ବାଚନ ଉପରେ ମଧ୍ୟ ଏହାର ପୁର୍ବାନୁମାନ ବିଫଳ ହୋଇଥିଲା । ଅନ୍ୟପକ୍ଷରେ ଟୁଡ଼େଜ ଚାଣକ୍ୟର ଆଇନ ଅନୁସାରେ ମହାରାଷ୍ଟ୍ରରେ ମହାୟୁତି ଅତି କମ୍ରେ ୧୭୫ଟି ଆସନ ଜିତିବ ଏବଂ ଏମ୍ଭିଏ ୧୦୦ଟି ଆସନ ପାଇପାରେ। ଅନ୍ୟମାନଙ୍କୁ ପ୍ରାୟ ୧୩ଟି ଆସନ ମିଳିବ।