ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟା ଷଡ଼ଯନ୍ତ୍ର ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅବଗତ ଅଛନ୍ତି ବୋଲି ଦାବି କରୁଥିବା କାନାଡ଼ାର ଏକ ରିପୋର୍ଟକୁ ଭାରତ କଡ଼ା ସମାଲୋଚନା କରିଛି । ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ ଏହାକୁ ସେମାନଙ୍କର ବିଭ୍ରାନ୍ତକାରୀ ମିଥ୍ୟା ପ୍ରଚାର ବୋଲି କହିଛନ୍ତି । କାନାଡ଼ାର ଗ୍ଳୋବ ଆଣ୍ଡ ମେଲ ଖବରକାଗଜ ରିପୋର୍ଟରେ କାନାଡ଼ାର ଅଜ୍ଞାତ ଅଧିକାରୀଙ୍କ ବୟାନ ଦେଇ କୁହାଯାଇଛି ଯେ ମୋଦୀ ଖଲିସ୍ତାନୀ କର୍ଯ୍ୟକର୍ତାଙ୍କ ହତ୍ୟା ଷଡ଼ଯନ୍ତ୍ର ବିଷୟରେ ବ୍ୟାପାର ମନ୍ତ୍ରୀ ମଧ୍ୟ ଏହି ଷଡ଼ଯନ୍ତ୍ରେ ସାମିଲ ଅଛନ୍ତି । ଏହାର ଜବାବରେ ଜୟସ୍ବାଲ କହିଛନ୍ତି କାନାଡ଼ା ସରକାରଙ୍କ ସୁତ୍ରରୁ ଏକ ଖବରକାଗଜକୁ ଦିଆଯାଇଥିବା ଏଭଳି ହାସ୍ୟାସ୍ପଦ ବୟାନକୁ ସେମାନେ ଖାରଜ କରିବା ଦରକାର ଏଭଳି ମନ୍ଦ ଅଭିଯାନ ଆମର ପୂର୍ବରୁ ତିକ୍ତ ଥିବା ସମ୍ପର୍କକୁ ଆହୁରି କ୍ଷତି ପହଞ୍ଚାଉଛି । ଗତ ବର୍ଷ ଜୁନ ମାସରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ଼ୋ ଦିଲ୍ଲୀର ଏଜେଣ୍ଟ ଏଥିରେ ସମ୍ପୃକ୍ତ ଥିବା ଭଅିଯୋଗ କରିବା ପରେ ଭାରତ ସହ କୁଟନୈତିକ ସଙ୍କଟ ଆରମ୍ଭ ହୋଇଥିଲା । ଗତ ମାସରେ କାନାଡ଼ା ଏହି ହତ୍ୟାକାଣ୍ଡରେ ଭାରତୀୟ ହାଇ କମିଶନର ସଞ୍ଜୟ ବର୍ମା ଓ ଅନ୍ୟ କିଛି କୂଟନୀତିଜ୍ଞଙ୍କୁ ଯୋଡ଼ିଥିଲା।
କାନାଡା ସରକାର କହିଛନ୍ତି ଯେ ଭାରତୀୟ କୂଟନୀତିଜ୍ଞମାନଙ୍କୁ ଦେଶରୁ ବହିଷ୍କାର କରାଯାଇଛି। ଭାରତ ମଧ୍ୟ କାନାଡାର ଷ୍ଟୁଆର୍ଟ ହ୍ୱିଲର ଓ ଅନ୍ୟ ୫ ଜଣ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛି। ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଖଲିସ୍ତାନ ଟାଇଗର ଫୋର୍ସର ମାଷ୍ଟରମାଇଣ୍ଡ ନିଜାର ପଞ୍ଜାବରେ ହିନ୍ଦୁ ପୁରୋହିତଙ୍କ ହତ୍ୟା ସମେତ ଏକାଧିକ ଅପରାଧରେ ଦିଲ୍ଲୀର ‘ମୋଷ୍ଟ ୱାଣ୍ଟେଡ୍’ ଆତଙ୍କବାଦୀ ତାଲିକାରେ ଥିଲା।