ଯୁକ୍ତରାଷ୍ଟ୍ର ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଚ କମିସନ ଭାରତୀୟ କୋଟିପତି ଗୌତମ ଆାଦାନୀଙ୍କ ନାମରେ ଏକ ନୂତନ ଅଭିଯୋଗ ଆଣିଛି । ଏସଇପି କହିବା ମୁତାବକ ଆଦାନୀ ତତ୍କାଳୀନ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ଼୍ଡ଼ୀଙ୍କୁ 2011 ମସିହା ଅଗଷ୍ଟ ମାସରେ ସାକ୍ଷାତ କରି ସରକାରଙ୍କ ଦ୍ବାରା ପରିଚାଳିତ ସୋଲାର ଏନର୍ଜି କର୍ପୋରେସନ ଅଫ ଇଣ୍ଡିଆ ସହିତ ଚୁକ୍ତିନାମା ସ୍ବାକ୍ଷର କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ।
ସେଠାରେ ଆୟୋଜିତ ବୈଠକରେ କିଛି ସମୟ ପରେ ଆନ୍ଧ୍ରପ୍ରଦେଶ ଏସଇସିଆଇରୁ ସାତ ଜିଗାଓ୍ବାଟ ବିଦ୍ୟୁତ କିଣିବାକୁ ରାଜି ହୋଇଥିଲେ ଯାହା ପରବର୍ତୀ ସମୟରେ ଆଦାନୀ ଗ୍ରୀନ ଏବଂ ରିନୁଏବଲ ଏନର୍ଜି କମ୍ପାନୀ ଆଜୁରେ ପାଓ୍ବାର ସହିତ ବିଦ୍ୟୁତ କ୍ରୟ ଚୁକ୍ତି ସ୍ବାକ୍ଷର କରିଥିଲା । ଏହା ସେତେବେଳେ ଅନ୍ୟ କୌଣସି ରାଜ୍ୟ କିଣିନଥିବା ସର୍ବାଧିକ ସୌର ଶକ୍ତି ଥିଲା ।
ଆଦାନୀ ବିରୋଧ ହୋଇଥିବା ଲାଞ୍ଚ ଏବଂ ଜାଲିଆତି ଅଭିଯୋଗରେ ଦର୍ଶାଯାଇଛି ଯା ଆନ୍ଧପ୍ରଦେଶର ଜଣେ ସରକାରୀ ଅଧିକାରୀ ଙ୍କୁ 1750 କୋଟି ଟଙ୍କା ଲାଞ୍ଚ ପ୍ରଦାନ କରାଯାଇଛି । ଅଭିଯୋଗ ଅନୁଯାୟୀ 2020 ରେ ଆଦାନୀ ଗ୍ରାନ ଏନର୍ଜି ଏସଇସିଆଇକୁ 12 ଜିଗାଓ୍ବାଟ ସୌର ଶକ୍ତି ଯୋଗାଇବା ପାଇଁ ଏକ ଚିକ୍ତି କରିଥିଲା ତଥାପି ଏସଇସିଆଇ ସୌର ଶକ୍ତି କିଣିବା ପାଇଁ କ୍ରେତା ଖୋଜି ପାଇଲା ନାହିଁ ।