ୟୁକ୍ରେନ ତିନି ବର୍ଷ ଧରି ଚାଲିଥିବା ରୁଷୀୟ ଆକ୍ରମଣ ବିରୋଧରେ ଲଢୁଥିବା ବେଳେ ସ୍ବିଡ଼େନ ଓ ଫିନଲାଣ୍ଡ ସୋମବାର ନିଜ ନାଗରିକମାନଙ୍କୁ ସମ୍ଭାବ୍ୟ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି । ସୁଇତିଶ ସିଭିଲ କଣ୍ଟିଜେନ୍ସ ଏଜନ୍ସି ର ନିର୍ଦେଶକ ମିକାଏଲ ଫ୍ରିସେଲ କହିଛନ୍ତି ସୁରକ୍ଷା ସ୍ଥିତି ଗମ୍ଭୀର ଏବଂ ବିଭିନ୍ନ ସଙ୍କଟ ଓ ଯୁଦ୍ଧର ମୁକାବିଲା କରିବା ପାଇଁ ସମସ୍ତେ ପ୍ରସ୍ତୁତ ରହିବା ଆବାଶ୍ୟକ । ଏ ନେଇ ସ୍ବିଡ଼େନ ନିଜ ନାଗରିକମାନଙ୍କୁ ଏକ ଉପଦେଶାବଳି ଥିବା ପ୍ରସ୍ତିକା ବାଣ୍ଟିଛି । ତେଣେ ଫିନଲାଣ୍ଡ ବି ଏକ ଓ୍ବେବସାଇଟ ଖୋଲି ନାଗରିକମାନଙ୍କୁ ସମ୍ଭାବ୍ୟ ଯୁଦ୍ଧ ବା କଠିନ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ଅନୁରୋଧ କରିଛି ।
ଶୀତଳ ଯୁଦ୍ଧ ଶେଷ ହେବା ପରେ ଅନ୍ତର୍ଜାତୀୟ ଶାନ୍ତି ରକ୍ଷା ଅଭିଯାନ ଗୁରୁତ୍ବ ଦେବା ସହିତ ସ୍ବିଡ଼େନ ନିଜର ପ୍ରତିରକ୍ଷା ଖର୍ଚ୍ଚକୁ ବ୍ୟାପକ ଭାବରେ ହ୍ରାସ କରିଥିଲା । କିନ୍ତୁ 2014 କ୍ରିମିଆକୁ ରୁଷ ଅକ୍ତିଆର କରିବା ପରଠାରୁ ଷ୍ଟକହୋମ ପୁଣି ଥରେ ପ୍ରତିରକ୍ଷା ଖର୍ଚ୍ଚ ବୃଦ୍ଧି କରିଛି ଏବଂ ବଲଟିକ ସଗାର ଦ୍ବୀପ ଗୋଟଲ୍ୟାଣ୍ଡରେ ଏକ ଘାଟି ଖୋଲିଛି । ପରବର୍ତୀ ସମୟରେ ଏହା ବୋମା ଆଶ୍ରୟସ୍ଥଳୀ ନିର୍ମାଣ ସହ ପାନୀୟ ଜଳ ଯୋଗାଣ ଓ ପରିବହନ ଭିତ୍ତିଭୂମିକୁ ସୁଦୃଢ କରିଥିଲା ବେସାମରିକ ପ୍ରତିରକ୍ଷା ମନ୍ତ୍ରୀ ନିଯୁକ୍ତି କରିଥିଲା ଏବଂ ଭୂଲ ସୂଚନାର ମୁକାବିଲା ପାଇଁ ଏକ ସାଇକୋଲାଜିକାଲ ଡ଼ିଫେନ୍ସ ଏଜେନ୍ସି ଗଠନ କରିଥିଲା ।
ସୋମବାରଠାରୁ ବଣ୍ଟନ ଆରମ୍ଭ ହୋଇଥିବା 32 ପୃଷ୍ଠାର ପୁସ୍ତିକା ଇଫ କ୍ରାଇସିସ ଅର ଓ୍ବାର କମସ ରେ ଯୁଦ୍ଧ ପ୍ରାକୃତିକ ବିପର୍ଯ୍ୟୟ ଓ ସାଇବର କିମ୍ବା ଆତଙ୍କବାଦୀ ଆକ୍ରମଣ ପାଇଁ କିପରି ପ୍ରସ୍ତୁତି କରାଯିବ ସେ ସମ୍ପର୍କରେ ସୂଚନା ରହିଛି । ଆସନ୍ତା ଦୁଇ ସପ୍ତାହ ମଧ୍ୟରେ 5.2 ନିୟୁତ ପରିବାରକୁ ପଠାଯାଇଥିବା ଏହି ପୁସ୍ତିକା ଦ୍ବିତୀୟ ବିଶ୍ବଯୁଦ୍ଧ ପରଠାରୁ ସ୍ବିଡ଼େନ ଯାଞ୍ଚ ଥର ଜାରି କରିଥିବା ପତ୍ରିକାର ଏକ ଅପଡ଼େଟ ସଂସ୍କରଣ ବେସାମରିକ ପ୍ରତିରକ୍ଷା ମନ୍ତ୍ରୀ କାର୍ଲ ଓସ୍କର ବୋହଲିନ ଜାନୁଆରିରେ ସ୍ବିଡ଼େନରେ ଯୁଦ୍ଧ ହୋଇପାରେ ବୋଲି ଚେତାବନୀ ଦେଇଥିଲେ । ସ୍ବିଡ଼େନର ତତ୍କାଳୀନ ସେନାମୁଖ୍ୟ ମାଇକେଲ ବାଇଡ଼େନ ମଧ୍ୟ କହିଥିଲେ ଯେ ସ୍ବିଡ଼େନକୁ ଯୁଦ୍ଧ ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହେବାକୁ ପଡ଼ିବ ।ଦୁଇ ଶତାଦ୍ଦୀରୁ ଅଧକି ସମୟ ଧରି ସ୍ବିଡ଼େନ ଯୁଦ୍ଧକୁ ଯାଇନାହିଁ ।
ଇତିମଧ୍ୟରେ ଫିନଲ୍ୟାଣ୍ଡ ସରକାର ଏକ ୱେବ୍ସାଇଟ୍ ଆରମ୍ଭ କରିଛନ୍ତି, ଯେଉଁଥିରେ ବିଭିନ୍ନ ସଙ୍କଟର ମୁକାବିଲା ପାଇଁ ପ୍ରସ୍ତୁତି ସମ୍ପର୍କରେ ସୂଚନା ରହିଛି। ରୁଷ୍ ସହ ଫିନଲ୍ୟାଣ୍ଡର ୧,୩୪୦ କିଲୋମିଟର ସୀମା ରହିଛି। ୟୁକ୍ରେନ ଉପରେ ମସ୍କୋର ଆକ୍ରମଣ ପରେ ହେଲସିଙ୍କି ରୁଷ୍ ସହ ୨୦୦ କିଲୋମିଟର ସୀମା ବାଡ଼ ନିର୍ମାଣ କରିବାକୁ ଯୋଜନା ଘୋଷଣା କରିଥିଲା। ୩ ମିଟର (୧୦ ଫୁଟ) ଉଚ୍ଚତା ଓ କଣ୍ଟାତାରରେ ନିର୍ମିତ ଏହି କାମ ୨୦୨୬ ସୁଦ୍ଧା ଶେଷ ହେବାର କାର୍ଯ୍ୟକ୍ରମ ରହିଛି। ଗତ ବର୍ଷ ରୁଷ୍ରୁ ବହୁ ସଂଖ୍ୟାରେ ଅନୁପ୍ରବେଶକାରୀ ଦେଶ ଭିତରେ ପ୍ରବେଶ କରିବା ପରେ ଏହା ରୁଷ୍ ସହିତ ଏହାର ୮ଟି ସୀମା କ୍ରସିଂ ବନ୍ଦ କରିଦେଇଥିଲା।