Monday, June 2, 2025
No Result
View All Result
Odisha 365

Latest News

ମିଶନ ଶକ୍ତି: ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ସଫଳ ଯାତ୍ରା

କୃଷକ ସଶକ୍ତିକରଣ: ପିଏମ୍ କିସାନ ଏବଂ ସିଏମ୍ କିସାନ ଯୋଜନାର ଗ୍ରାମୀଣ ଜୀବନ ଉପରେ ପ୍ରଭାବ

ଲକ୍ଷପତି ଦିଦି: ମହିଳା ସଶକ୍ତିକରଣର ନୂଆ ଅଧ୍ୟାୟ

ନକ୍ସଲ ଆନ୍ଦୋଳନ ଏବେ ଦୁର୍ବଳ

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ମହାରାଷ୍ଟ୍ର ବିଧାନସଭାରେ ଏଥର କିଏ ମାରିବ ବାଜି?

Ramesh Parida by Ramesh Parida
Nov 20, 2024, 08:17 am GMT+0530
FacebookTwitterWhatsAppTelegram

୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ମତଦାନ ଆରମ୍ଭ ହୋଇଛି ।  ଏଥର କିଏ ମାରିବ ବାଜି? ତାକୁ ନେଇ ସାରା ଦେଶରେ ଚର୍ଚା ଚାଲିଚି । ବିଜେପି ଅଧିକ ଆସନ ପାଇବ କୁହାଯାଉଛି । କିନ୍ତୁ  କଂଗ୍ରେସ ବି ଅଧିକ ଆସନ ପାଇବାକୁ ଲକ୍ଷ୍ୟ ରଖିଛି । କିଏ ହେବ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ? ତାକୁ ନେଇ ମଧ୍ୟ ସସପେନସ ରହିଛି । ଏସବୁ ପ୍ରଶ୍ନ ଭିତରେ ଚାଲିଛି ମହାରାଷ୍ଟ୍ରରେ ମତଦାନ । ସେହିପରି  ଝାଡ଼ଖଣ୍ଡ ବିଧାନସଭାର ୮୧ ଆସନ ମଧ୍ୟରୁ ଅବଶିଷ୍ଟ ୩୮ଟି ଆସନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଚାଲିଛି । ବିରୋଧୀ ମହାବିକାଶ ଅଘାଡି (ଏମ୍‌ଭିଏ)  ଏବଂ ଶାସକ ମହାୟୁତି ମେଣ୍ଟ ପାଇଁ ଏଥର କର ବା ମର ଭଳି ପରିସ୍ଥିତି ସୃଷ୍ଟି ହୋଇଛି ମହାରାଷ୍ଟ୍ରରେ । ଏହି ନିର୍ବାଚନର ପରିଣାମ ସେମାନଙ୍କ ଦଳ ଓ ମେଣ୍ଟର ଭାଗ୍ୟ ନିର୍ଣ୍ଣୟ କରିବ ନିଶ୍ଚୟ ।

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ  ୨୮୮ ଆସନ ଲାଗି ମୋଟ ପ୍ରାର୍ଥୀ ୪ ହଜାର ୧୩୬ ମଇଦାନରେ ଅଛନ୍ତି। ମହାନଗରୀ ମୁମ୍ବାଇର ୩୬ ଆସନ ଲାଗି ପ୍ରାର୍ଥୀ  ୪୨୦ ଅଛନ୍ତି । ମହାରାଷ୍ଟ୍ର ବିଧାନସଭାରେ ଏବେ  ମହାୟୁତିର ସଦସ୍ୟ ରହିଛି ୨୦୨। ବିଜେପିର ୧୦୨, ଏନସିପିର ୪୦, ଶିବସେନାର ୩୮, ବିଭିଏର ୩ ଓ ଏମଏନଏସର ଜଣେ ବିଧାୟକ ଅଛନ୍ତି।

ବିରୋଧୀ ମହାବିକାଶ ଅଘାଡିର ୬୯ ବିଧାୟକ ଅଛନ୍ତି । କଂଗ୍ରେସର ୩୭, ଶିବସେନା ୟୁବିଟିର ୧୬, ଏନସିପି ଏସପିର ୧୨, ଏସପିର ୨ ଓ ସିପିଏମର ଜଣେ ବିଧାୟକ ରହିଛନ୍ତି। ମୋଟ ଭୋଟର ୯ କୋଟି ୬୩ ଲକ୍ଷ ଥିବାବେଳେ ପୁରୁଷ ଭୋଟରଙ୍କ  ୪ କୋଟି ୯୭ ଲକ୍ଷ। ମହିଳା ଭୋଟରଙ୍କ  ୪ କୋଟି ୬୬ ଲକ୍ଷ ରହିଛନ୍ତି ଯୁବ ଭୋଟରଙ୍କ  ୧ କୋଟି ୮୫ ଲକ୍ଷ ମଧ୍ୟରୁ ଅଧିକାଂଶ କାହାକୁ ଏଥର ଭୋଟ ଦେଉଛନ୍ତି ତାହା ଆଲୋଚନାର ବିଷୟ ରହିଛି ।

ମାଝି ଲଡକୀ ବହିନ ଯୋଜନା ପରେ ମହାୟୁତି ପ୍ରତି ମହିଳା ଭୋଟ ଅଧିକ ପଡ଼ିପାରେ ।  ସେପଟେ ଏମଭିଏ ପ୍ରତି ମୁସଲିମ ଭୋଟରଙ୍କ ରହିଛି ଅଧିକ ସମର୍ଥନ। ଏମାନଙ୍କ ଭୋଟ କିଛି ଆସନର ସ୍ଥିତି ବିଗାଡ଼ି ପାରେ ।  ନିର୍ବାଚନରେ ବିଦ୍ରୋହୀ ପ୍ରାର୍ଥୀଙ୍କୁ ନେଇ ମହାୟୁତି ଓ ଏମଭିଏରେ ଚିନ୍ତା ବଢିଛି।

ମହାରାଷ୍ଟ୍ରରେ ପ୍ରବାସୀ ଲୋକଙ୍କ ଭୋଟ ମଧ୍ୟ ପ୍ରଭାବ ପକାଇବ । ନିର୍ବାଚନରେ ଉଭୟ ମହାୟୁତି ଓ ଏମଭିଏ ଖେଳିଛନ୍ତି ମରାଠୀ ଅସ୍ମିତା କାର୍ଡ। ବହୁ ବୃହତ ଶିଳ୍ପ ସଂସ୍ଥା ମହାରାଷ୍ଟ୍ରରୁ ଗୁଜରାଟ ଚାଲିଯାଉଥିବାରୁ ଏହାକୁ ନେଇ ବଢିଛି ରାଜନୀତି। ।

ଏମ୍‌ଭିଏ ମେଣ୍ଟ ଜାତିଗତ ଜନଗଣନା ଏବଂ ରାଜ୍ୟ ଛାଡି ଗୁଜରାଟକୁ ଯାଇଥିବା ପ୍ରମୁଖ ପୁଞ୍ଜିନିବେଶ ପ୍ରକଳ୍ପଗୁଡିକୁ ମୁଖ୍ୟ ପ୍ରସଙ୍ଗ ଭାବରେ ଦର୍ଶାଇଛି। ଶାସକ ମହାୟୁତି  ମହିଳାଙ୍କ ପାଇଁ ମାସିକ ଭତ୍ତା ଓ  ଲଡକୀ ବହିନ ଯୋଜନା ଦ୍ବାରା ପୁଣି ସରକାର ଗଠନ କରିବାକୁ ଲକ୍ଷ୍ୟ ରଖିଛି ।

ବିଜେପି ‘ବଟେଙ୍ଗେ ତୋ କଟେଙ୍ଗେ’ ଏବଂ ‘ଏକ ହୈ ତୋ ସେଫ୍ ହୈ’ ଭଳି ସ୍ଲୋଗାନ୍ ବ୍ୟବହାର କରିବା ପରେ ବିରୋଧୀ ଦଳଗୁଡ଼ିକ  ଧାର୍ମିକ ଭିତ୍ତିରେ ଭୋଟରଙ୍କ ଧ୍ରୁବୀକରଣ କରୁଥିବା ଅଭିଯୋଗ ଆଣିଥିଲେ।

ଏଥର ବିଜେପି ୧୪୯, ଶିବସେନା ୮୧ ଏବଂ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପି ୫୯ ଆସନରେ ନିର୍ବାଚନ ଲଢ଼ୁଛି। ଏମ୍‌ଭିଏ ପାଇଁ କଂଗ୍ରେସ ୧୦୧, ଶିବସେନା (ୟୁବିଟି) ୯୫ ଏବଂ ଏନ୍‌ସିପି (ଏସପି) ୮୬ ଜଣ ପ୍ରାର୍ଥୀ ଦେଇଛନ୍ତି।

୨୩ ତାରିଖ (ଶନିବାର) ଭୋଟ୍ ଗଣତି ହେବ ।  ଉଭୟ ରାଜ୍ୟରେ ଦୁଇ ମେଂଟ ଦଳ ମହିଳା, କୃଷକ ଓ ବେରୋଜଗାର ଯୁବକଙ୍କ ପାଇଁ ମାଗଣା ଦାନ ଓ କଲ୍ୟାଣକାରୀ ଯୋଜନାର ପ୍ରତିଶ୍ରୁତି ଦେଇଛନ୍ତି।

Tags: BJPcongressINDIAnewsTOP NEWS
ShareTweetSendShare

RelatedNews

ଜାତୀୟ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?
Latest News

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?

ଅପରେସନ୍ ସିନ୍ଦୂରରେ ଭାରତର ବୈଶ୍ୱିକ ପ୍ରଚାର: ଖୋଲିବ ପାକିସ୍ତାନର ଆତଙ୍କୀ ମୁଖା
Latest News

ଅପରେସନ୍ ସିନ୍ଦୂରରେ ଭାରତର ବୈଶ୍ୱିକ ପ୍ରଚାର: ଖୋଲିବ ପାକିସ୍ତାନର ଆତଙ୍କୀ ମୁଖା

ଓଡ଼ିଶାରେ ଖଣି ଦୁର୍ନୀତି : ରାଜ୍ୟ ବିକାଶରେ ବାଧକ
Latest News

ଓଡ଼ିଶାରେ ଖଣି ଦୁର୍ନୀତି : ରାଜ୍ୟ ବିକାଶରେ ବାଧକ

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା: ଯୁବପୀଢ଼ିଙ୍କ ପାଇଁ  ସ୍ବାବଲମ୍ବନର ନୂତନ ଅଧ୍ୟାୟ
Latest News

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା: ଯୁବପୀଢ଼ିଙ୍କ ପାଇଁ ସ୍ବାବଲମ୍ବନର ନୂତନ ଅଧ୍ୟାୟ

Latest News

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

ମିଶନ ଶକ୍ତି: ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ସଫଳ ଯାତ୍ରା

ମିଶନ ଶକ୍ତି: ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ସଫଳ ଯାତ୍ରା

କୃଷକ ସଶକ୍ତିକରଣ: ପିଏମ୍ କିସାନ ଏବଂ ସିଏମ୍ କିସାନ ଯୋଜନାର ଗ୍ରାମୀଣ ଜୀବନ ଉପରେ ପ୍ରଭାବ

କୃଷକ ସଶକ୍ତିକରଣ: ପିଏମ୍ କିସାନ ଏବଂ ସିଏମ୍ କିସାନ ଯୋଜନାର ଗ୍ରାମୀଣ ଜୀବନ ଉପରେ ପ୍ରଭାବ

ଲକ୍ଷପତି ଦିଦି: ମହିଳା ସଶକ୍ତିକରଣର ନୂଆ ଅଧ୍ୟାୟ

ଲକ୍ଷପତି ଦିଦି: ମହିଳା ସଶକ୍ତିକରଣର ନୂଆ ଅଧ୍ୟାୟ

ଛତିଶଗଡ଼ରେ ନକ୍ସଲବାଦୀଙ୍କ ବିରୋଧରେ ଲଢ଼େଇ ନିର୍ଣ୍ଣାୟକ ମୋଡ଼ରେ

ନକ୍ସଲ ଆନ୍ଦୋଳନ ଏବେ ଦୁର୍ବଳ

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?

ଭାରତ ବିଶ୍ବର ଚତୁର୍ଥ ଅର୍ଥନୈତିକ ଶକ୍ତି: ଜିଡିପି 6 ପ୍ରତିଶତ ଅଭିବୃଦ୍ଧିର କାରଣ କଣ ହୋଇପାରେ ?

ଭାରତ ବିଶ୍ବର ଚତୁର୍ଥ ଅର୍ଥନୈତିକ ଶକ୍ତି: ଜିଡିପି 6 ପ୍ରତିଶତ ଅଭିବୃଦ୍ଧିର କାରଣ କଣ ହୋଇପାରେ ?

ସ୍ୱାଧୀନତା ପରେ ଭାରତ କେତେ ସୀମାନ୍ତ ଅଞ୍ଚଳ ହରାଇଛି?

ସ୍ୱାଧୀନତା ପରେ ଭାରତ କେତେ ସୀମାନ୍ତ ଅଞ୍ଚଳ ହରାଇଛି?

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା

ଅପରେସନ୍ ସିନ୍ଦୂରରେ ଭାରତର ବୈଶ୍ୱିକ ପ୍ରଚାର: ଖୋଲିବ ପାକିସ୍ତାନର ଆତଙ୍କୀ ମୁଖା

ଅପରେସନ୍ ସିନ୍ଦୂରରେ ଭାରତର ବୈଶ୍ୱିକ ପ୍ରଚାର: ଖୋଲିବ ପାକିସ୍ତାନର ଆତଙ୍କୀ ମୁଖା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.