ଏଲନ ମସ୍କଙ୍କ ଏକ୍ସର ଫାଲକନ 9 ମଙ୍ଗଳବାର ଦିନ ଫ୍ଲୋରିଡ଼ାର କେପ କେନାଭରାଲୁରୁ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଜିଏସଏଟି -20 ଯୋଗାଯୋଗ ସାଟେଲାଇଟକୁ ନେଇ ଉଡ଼ାଣ ଭରିଛି । ପ୍ରାୟ 4,700 କିଲୋଗ୍ରାମ ଓଜନ ବିଶିଷ୍ଟ ଏହି ସାଟେଲାଇଟକୁ ଭାରତର ଯୋଗଯୋଗ ଭିତ୍ତିଭୂମିକୁ ବଢାଇବା ଉଦ୍ଦେଶ୍ୟରେ ଡ଼ିଜାଇନ କରାଯାଇଛି । ଯେଉଁଥିରେ 14 ବର୍ଷର ସିମନ ଅବଧି ସହିତ କା ବ୍ୟାଣ୍ଡ ହାଇ ଥ୍ରୁପ୍ରୁଟ କମ୍ୟୁନିକେସନ ପେ ଲୋଡ଼ ବି ରହିଛି ।
ଏହି ସାଟେଲାଇଟ ଥରେ କାର୍ଯ୍ୟକ୍ଷମ ହେଲା ସମଗ୍ର ଦେଶରେ ଗୁରୁତ୍ବପୂଣ୍ଣ ସେବା ଯୋଗାଇବା ଯାହାଫଳରେ ଆଗକୁ ଲୋକ ବିମାନ ମଧ୍ୟରେ ଓ ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟ ସେବା ପାଇପାରିବେ ଏହାକୁ ଭାରତୀୟ ବାୟୁସେନାରେ ବି ଅନୁମତି ମିଳିଯାଇଛି ।
ଜିଏସଏଟି ଏନ 2 ନାମରେ ମଧ୍ୟ ଏହି ସାଟେଲାଇଟ ପରିଚିତ । ଏହାକୁ 32 ଟି ୟୁଜର ବିମ ସହିତ ସଜାଯାଇଛି । ଯାଉଁତିରେ ଆଠଟି ସଂକୀଣ୍ଣ ବିମ ଏବଂ 24 ଟି ଚଉଡ଼ା ସ୍ପଟ ବିମ ଅଛି । ଯାହା ସମଗ୍ର ଭାରତରେ ଅବସ୍ଥିତ ହବ ଷ୍ଟେସନ ଦ୍ବାରା ସମର୍ଥିତ ହେବ ।
ସରକାରଙ୍କ ଦ୍ବାରା ପରିଚାଳିତ ଇସ୍ରୋର ଏକ ବାଣିଜ୍ୟିକ ବିଭାଗ ନ୍ୟୁ ସ୍ପେସ ଇଣ୍ଡିଆ ଲିମିଟେଡ଼ ଏହି ବର୍ଷ ଜାନୁଆରି 3 ତାରିଖରେ ଏଲୋନ ମସ୍କଙ୍କ ସ୍ପେସ ସହିତ ପ୍ରଥମ ଥର ପାଇଁ ସହଯୋଗ ଘୋଷଣା କରିଥିଲା । ଖବର ଅନୁଯାୟୀ ଭାରତ 430 ରୁ ଅଧିକ ବିଦେଶୀ ସାଟେଲଇଟ ଉତକ୍ଷେପଣ କରିଥିଲା । କିନ୍ତୁ ଏହି ସାଟେଲାଇଟ ମହାକାଶକୁ ଆଣିବା ପାଇଁ ଏକ ଭାରତୀୟ ଉତକ୍ଷେପଣ ଯାନ ପାଇଁ ଅତ୍ୟଧିକ ଭାରୀ ଥିଲା ଏହି କାରଣରୁ ସ୍ପେସ ଏକ୍ସ ସହିତ ଇସ୍ରୋର ସହଭାଗିତା ଲୋଡ଼ା ପଡ଼ିଲା ।