ଆଫ୍ରିକୀୟ ଦେଶ ନାଇଜେରିଆ ପକ୍ଷରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜର ଦ୍ବିତୀୟ ସର୍ବୋଚ୍ଚ ଜାତୀୟ ପୁରସ୍କାର ଗ୍ରାଣ୍ଡ କମାଣ୍ଡର ଅଫ ଦି ଅର୍ଡ଼ର ଦି ନାଇଜରରେ ସମ୍ମାନିତ କରିଛି । ଏହି ସମ୍ମାନ ପାଇବାରେ ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ଦ୍ବିତୀୟ ବିଦେଶୀ ପ୍ରତିନିଧି । ଏହା ପୂର୍ବରୁ ରାଣୀ ଏଲିଜାବେଥ ହେଉଛନ୍ତି ଏକମାତ୍ର ବିଦେଶୀ ବ୍ୟକ୍ତି ଯିଏ କି 1969 ମସିହାରେ ଏହି ପୁରସ୍କାର ପାଇଥିଲେ ।
ପୁରସ୍କାର ଗ୍ରହଣ କରିବା ପରେ ନାଇଜେରିଆ ରାଷ୍ଟ୍ରପତି ଅହମ୍ମଦ ଟିନୁବୁଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଗ୍ରାଣ୍ଡ କମାଣ୍ଡର ଅଫ ଦି ଅର୍ଡ଼ର ଅଫ ଦି ନାଇଜର ପୁରସ୍କାରରେ ସମ୍ମାନିତ ହେବା ତାଙ୍କ ପାଇଁ ବଡ଼ ସମ୍ମାନ ବୋଲି ସେ କହିଛନ୍ତି ।
ପୁରସ୍କାର ଗ୍ରହଣ କରିବା ପରେ ନାଇଜେରିଆ ରାଷ୍ଟ୍ରପତି ଅହମ୍ମଦ ଟିନୁବୁଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଗ୍ରାଣ୍ଡ କମାଣ୍ଡର ଅଫ ଦି ଅର୍ଡ଼ର ଅଫ ଦି ନାଇଜର ପୁରସ୍କାରରେ ସମ୍ମାନିତ ହେବା ତାଙ୍କ ପାଇଁ ବଡ଼ ସମ୍ମାନ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ସେ ଏହାକୁ ଅତ୍ୟନ୍ତ ନମ୍ରତାର ସହ ଗ୍ରହଣ କରନ୍ତି ଏବଂ ଭାରତର ।1.4 ବିଲିୟନ ଜନସାଧାରଣ ଏବଂ ଭାରତ ଏବଂ ନାଇଜେରିଆ ମଧ୍ୟରେ ବନ୍ଧୁତାକୁ ସମର୍ପିତ କରନ୍ତି । ଗ୍ରାଣ୍ଡ କମାଣ୍ଡର ଅଫ ଦି ନାଇଜର ସମ୍ମାନ ପାଇଁ ପ୍ରଧାନମନ୍ତ୍ରୀ ନାଇଜେରିଆ ସରକାର ଏବଂ ଏହାର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ମୋଦି କହିଛନ୍ତି ଯେ ଭାରତ ଏବଂ ନାଇଜେରିଆ ମଧ୍ୟରେ ସମ୍ପର୍କ ସଭାବନା ପାରସ୍ପରିକ ସହଯୋଗ ଏବଂ ସମ୍ମାନ ଉପରେ ଆଧାରିତ । ସେ କହିଥିଲେ ଯେ ଗତିଶୀଳ ଅର୍ଥନୀତି ସହିତ ଜୀବନ୍ତ ଗଣତନ୍ତ୍ର ଭାବରେ ଉଭୟ ଦେଶ ସେମାନଙ୍କ ଲୋକଙ୍କ କଲ୍ୟାଣ ପାଇଁ ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି । ନାଇଜେରିଆ ନେତୃତ୍ବଙ୍କ ସହ ବୈଠକରେ ମୋଦୀ ପାରସ୍ପରିକ ସହେଯାଗକୁ ଆହୁରି ସୁଦୃଢ ଓ ବିସ୍ତାର କରିବା ଉପରେ ଆଲୋଚନା କରିଛନ୍ତି । ଅର୍ଥନୀତି , କୃଷି , ନିରାପତ୍ତା, ଶକ୍ତି, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ସଂସ୍କୃତି ଭଳି କ୍ଷେତ୍ରରେ ନୂତନ ସମ୍ଭାବନାର ଚିହ୍ନଟ ଉପରେ ସେ ଆଲୋକପାତ କରିଥିଲେ।