Thursday, May 15, 2025
No Result
View All Result
Odisha 365

Latest News

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଭାରତୀୟ ଗୁଇନ୍ଦା ସାଟେଲାଇଟ୍, ଯାହା ଭାରତକୁ ଦିନରାତି ସୁରକ୍ଷା ପ୍ରଦାନ କରୁଛି

POK ଖାଲି କର, ଭାରତର ଧମକକୁ ମାନିବ କି ପାକିସ୍ତାନ

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଭାରତୀୟ ଗୁଇନ୍ଦା ସାଟେଲାଇଟ୍, ଯାହା ଭାରତକୁ ଦିନରାତି ସୁରକ୍ଷା ପ୍ରଦାନ କରୁଛି

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ଆମ ପାଇଁ ସମଗ୍ର ବିଶ୍ୱ ଗୋଟିଏ ପରିବାର: ପ୍ରଧାନମନ୍ତ୍ରୀ

Ramesh Parida by Ramesh Parida
Nov 18, 2024, 03:24 pm GMT+0530
FacebookTwitterWhatsAppTelegram

ନାଇଜେରିଆର ଅବୁଜାରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ମାନାର୍ଥେ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସେ ଉଦବୋଧନ ଦେଇଛନ୍ତି । ଭାରତୀୟ ସମୁଦାୟଙ୍କ ପକ୍ଷରୁ ତାଙ୍କୁ ଦିଆଯାଇଥିବା ଉତ୍ସାହଭରା ସମ୍ବର୍ଦ୍ଧନାରେ ପ୍ରଧାନମନ୍ତ୍ରୀ ଖୁସି ଜାହିର କରିଛନ୍ତି । ସେ କହିଛନ୍ତି ପ୍ରବାସୀଙ୍କ ପକ୍ଷରୁ ଦିଆଯାଇଥିବା ଭଲପାଇବା ଓ ବନ୍ଧୁତ୍ୱ ତାଙ୍କ ପାଇଁ ବଡ଼ ପୁଞ୍ଜି ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ, ରାଷ୍ଟ୍ରପତି ତିନୁବୁଙ୍କ ସହ ଆଲୋଚନା ଅବସରରେ ରାଷ୍ଟ୍ରପତି ନାଇଜେରିଆରେ ଥିବା ଭାରତୀୟଙ୍କ ପ୍ରଚେଷ୍ଟାକୁ ପ୍ରଶଂସା କରିଥିଲେ ଯାହାକି ତାଙ୍କୁ ଗର୍ବିତ କରିଛି । ଏକ ଉଦାହରଣ ଦେଇ ସେ କହିଥିଲେ, ପିଲାମାନେ ତାଙ୍କ କ୍ୟାରିଅରରେ ଭଲ ଫଳ କଲେ ପିତାମାତା ଯେପରି ଖୁସି ହୁଅନ୍ତି, ସେ ସେହିପରି ଖୁସି ଓ ଗର୍ବ ଅନୁଭବ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ,ଏଠାରେ ପ୍ରବାସୀ ଭାରତୀୟ ମାନେ ନାଇଜେରିଆ ସହ ସର୍ବଦା ସୁଖ ଓ ଦୁଃଖ ସମୟରେ ଛିଡ଼ା ହୋଇଛନ୍ତି । ସେ କହିଥିଲେ ନାଇଜେରିଆରେ ୪୦ରୁ ୬୦ ବର୍ଷ ବୟସ ଅନେକ ଭାରତୀୟ ଅଛନ୍ତି ଯେଉଁମାନେ କି ଏକଦା ଭାରତୀୟ ଶିକ୍ଷକଙ୍କ ନିକଟରେ ପଢ଼ୁଥିଲେ । ନାଇଜେରିଆରେ ଅନେକ ଭାରତୀୟ ଡାକ୍ତର ନିଃସ୍ୱାର୍ଥପର ଭାବେ ସେବା କରୁଥିବା ସେ କହିଥିଲେ । ସେ ଉଲ୍ଲେଖ କରିଥିଲେ, ଅନେକ ଭାରତୀୟ ବ୍ୟବସାୟୀ ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ଏଠାରେ ଅଛନ୍ତି ଏବଂ ନାଇଜେରିଆର ବିକାଶ ଯାତ୍ରାରେ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ, ଏପରିକି ସ୍ୱାଧୀନତା ପୂର୍ବରୁ ଶ୍ରୀ କିଶନଚନ୍ଦ ଝେଲାରାମ ଜୀ ନାଇଜେରିଆ ଆସି ବ୍ୟବସାୟ ଆରମ୍ଭ କରିଥିଲେ, ଯାହାକି ଏବେ ନାଇଜେରିଆର ବୃହତ ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକ ମଧ୍ୟରୁ ଅନ୍ୟତମ । ସେ କହିଥିଲେ, ଆଜି ଅନେକ ଭାରତୀୟ କମ୍ପାନୀ ପାଇଜେରିଆର ଅର୍ଥ ବ୍ୟବସ୍ଥାକୁ ମଜବୁତ୍ କରୁଛନ୍ତି । ଶ୍ରୀ ମୋଦୀ କହିଥିଲେ, ତୁଳସୀଚନ୍ଦ୍ର ଫାଉଣ୍ଡେସନ ଅନେକ ନାଇଜେରୀୟଙ୍କ ଜୀବନକୁ ଆଲୋକିତ କରୁଛି । ନାଇଜେରିଆରେ ପ୍ରବାସୀ ଭାରତୀୟମାନେ କାନ୍ଧକୁ କାନ୍ଧ ମିଳାଇ ଚାଲୁଥିବାର ପ୍ରଶଂସା କରି ଶ୍ରୀ ମୋଦୀ କହିଥିଲେ, ଏହା ଭାରତୀୟଙ୍କ ସବୁଠାରୁ ବଡ଼ ଶକ୍ତି ଏବଂ ଏହା ଭାରତୀୟ ସଂସ୍କୃତିକୁ ଦର୍ଶାଉଛି । ସେ କହିଥିଲେ ଭାରତୀୟ ମାନେ କେବେହେଲେ ସମସ୍ତଙ୍କ କଲ୍ୟାଣ ଆଦର୍ଶ ଭୁଲନ୍ତି ନାହିଁ ଏବଂ ସର୍ବଦା ସମଗ୍ର ବିଶ୍ୱ ଗୋଟିଏ ପରିବାର ନୀତିକୁ ବିଶ୍ୱାସ କରନ୍ତି ।

ଶ୍ରୀ ମୋଦୀ କହିଥିଲେ, ସଂସ୍କୃତିକୁ ନେଇ ଭାରତୀୟ ମାନେ ଯେଉଁ ସମ୍ମାନ ଅର୍ଜନ କରିଛନ୍ତି ତାହା ସର୍ବତ୍ର ସ୍ପଷ୍ଟ ପ୍ରତୀୟମାନ । ଯୋଗ ନାଇଜେରିଆରେ ଲୋକପ୍ରିୟ ହେବାରେ ଲାଗିଛି ବୋଲି ଉଲ୍ଲେଖ କରି ପ୍ରବାସୀ ଭାରତୀୟଙ୍କ ପ୍ରତ୍ୟେକ ଦିନ ଯୋଗାଭ୍ୟାସ କରିବାକୁ ସେ ପରାମର୍ଶ ଦେଇଥିଲେ । ନାଇଜେରିଆର ଜାତୀୟ ଟିଭି ଚାନେଲରେ ପ୍ରତି ସପ୍ତାହରେ ଯୋଗ କାର୍ଯ୍ୟକ୍ରମ ପ୍ରସାରିତ ହେଉଥିବା ସେ କହିଥିଲେ । ହିନ୍ଦୀ ଭାଷା ଏବଂ ଭାରତୀୟ ଚଳଚ୍ଚିତ୍ର ନାଇଜେରିଆର କ୍ରମେ ଲୋକପ୍ରିୟ ହେଉଥିବା ସେ କହିଥିଲେ ।

ଗାନ୍ଧିଜୀ ଆଫ୍ରିକାରେ ଯଥେଷ୍ଟ ଦିନ ଅତିବାହିତ କରିଥିବା ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ, ଭାରତ ଓ ନାଇଜେରିଆର ଲୋକମାନେ ସ୍ୱାଧୀନତା ସଂଗ୍ରାମରେ କୌଣସି ପ୍ରଚେଷ୍ଟା ଛାଡ଼ି ନଥିଲେ । ବରଂ ଭାରତୀୟଙ୍କ ସ୍ୱାଧୀନତା ନାଇଜେରିଆର ସ୍ୱାଧୀନତା ସଂଗ୍ରାମକୁ ପ୍ରେରଣା ଦେଇଥିଲା । ଶ୍ରୀ ମୋଦୀ କହିଥିଲେ, ସ୍ୱାଧୀନତା ସଂଗ୍ରାମ ସମୟର ସେ ଦିନ ଥିଲା ଏବଂ ଆଜି, ଉଭୟ ଭାରତ ଓ ନାଇଜେରିଆ ଦ୍ରୁତ ଗତିରେ ବିକାଶ କରୁଛନ୍ତି । “ଭାରତର ଗଣତନ୍ତ୍ରର ସ୍ରଷ୍ଟା ହୋଇଥିବା ବେଳେ ନାଇଜେରିଆ ଆଫ୍ରିକାରେ ବୃହତ୍ତମ ଗଣତନ୍ତ୍ର” ଶ୍ରୀ ମୋଦୀ କହିଥିଲେ । ସେ କହିଥିଲେ ଉଭୟ ରାଷ୍ଟ୍ରର ସମାନତା ମଧ୍ୟରେ ଗଣତନ୍ତ୍ର, ବିବିଧତା ଏବଂ ଜନସାଂଖ୍ୟିକ ପ୍ରସଙ୍ଗ ରହିଛି । ନାଇଜେରିଆର ବିବିଧତାରେ ଖୁସି ପ୍ରକାଶ କରି ଶ୍ରୀ ମୋଦୀ କହିଥିଲେ, ମନ୍ଦିର ନିର୍ମାଣରେ ନାଇଜେରିଆ ସରକାରଙ୍କ ସହାୟତା ପାଇଁ ଭାରତୀୟଙ୍କ ପକ୍ଷରୁ କୃତଜ୍ଞତା ଜଣାଇଥିଲେ ।

ସମଗ୍ର ବିଶ୍ୱରେ ଭାରତ ଚର୍ଚ୍ଚାର ପ୍ରସଙ୍ଗ ହୋଇଥିବା ସୂଚାଇ ଶ୍ରୀ ମୋଦୀ କହିଥିଲେ, ସ୍ୱାଧୀନତା ପରବର୍ତ୍ତୀ ସମୟରେ ଭାରତ ଅନେକ ଗୁଡ଼ିଏ ସଂଘର୍ଷ କରିଛି । ଚନ୍ଦ୍ରାୟନ, ମଙ୍ଗଳାୟନ ଏବଂ ସ୍ୱଦେଶୀ ଯୁଦ୍ଧ ବିମାନର କୃତିତ୍ୱ ପାଇଁ ପ୍ରତ୍ୟେକ ଭାରତୀୟ ଗର୍ବ ଅନୁଭବ କରୁଛନ୍ତି । ‘ମହାକାଶରୁ ନିର୍ମାଣ କ୍ଷେତ୍ର, ଡିଜିଟାଲ ଟେକ୍ନୋଲୋଜି ଏବଂ ସ୍ୱାସ୍ଥ୍ୟସେବା ଆଦିରେ ଭାରତ ଏବେ ବିଶ୍ୱଶକ୍ତି ମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛି” ଶ୍ରୀ ମୋଦୀ କହିଥିଲେ । ସେ କହିଥିଲେ, ସ୍ୱାଧୀନତାର ୬୦ ବର୍ଷ ମଧ୍ୟରେ ଭାରତର ଅର୍ଥନୀତି ମାତ୍ର ଏକ ଟ୍ରିଲିଅନ ଡଲାର ଅତିକ୍ରମ କରିଥିବା ବେଳେ କେବଳ ଗତ ଏକ ଦଶନ୍ଧିରେ ୨ ଟ୍ରିଲିଅନକୁ ଅତିକ୍ରମ କରିଛି, ଯାହାକି ଭାରତକୁ ବିଶ୍ୱରେ ଆଜି ପଞ୍ଚମ ବୃହତ ଅର୍ଥନୀତିରେ ପରିଣତ କରିଛି । ଭାରତର ଅର୍ଥନୀତି ଅତି ଶୀଘ୍ର ୫ ଟ୍ରିଲିଅନ ଡଲାରକୁ ଅତିକ୍ରମ କରିବ ଏବଂ ଦେଶ ବିଶ୍ୱରେ ତୃତୀୟ ବୃହତ୍ତମ ଅର୍ଥନୀତି ହେବ ବୋଲି ଶ୍ରୀ ମୋଦୀ ଆଶା ପ୍ରକାଶ କରିଥିଲେ ।

ଭାରତୀୟ ମାନେ ବିପଦକୁ ମୁକାବିଲା କରନ୍ତି ବୋଲି ଉଲ୍ଲେଖ କରି ସେ କହିଥିଲେ, ଭାରତ ବିଭିନ୍ନ କ୍ଷେତ୍ରରେ ଦ୍ରୁତ ଗତିରେ ଅଗ୍ରସର ହେଉଛି । ଭାରତରେ ୧.୫ ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍ ପଂଜିକୃତ ହୋଇଥିବା ଦର୍ଶାଇ ସେ କହିଥିଲେ, ଏହା ସୁବିଧା ଜୀବନରୁ ବାହାରକୁ ବାହାରି ଭାରତୀୟ ଯୁବପିଢ଼ି କରିଥିବା କଷ୍ଟର ପ୍ରତ୍ୟକ୍ଷ ଫଳ । “ବିଗତ ଦଶ ବର୍ଷରେ ଭାରତରେ ୧୦୦ରୁ ଅଧିକ ୟୁନିକର୍ନ ଅଛି” ଶ୍ରୀ ମୋଦୀ କହିଥିଲେ ।

ସେବା କ୍ଷେତ୍ରରେ ଭାରତ ବେଶ୍ ପରିଚିତ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ, ସରକାର ମଧ୍ୟ ସୁବିଧା କ୍ଷେତ୍ରରୁ ବାହାରକୁ ବାହାରି ଭାରତକୁ ବିଶ୍ୱସ୍ତରୀୟ ନିର୍ମାଣ ହବ୍ ରେ ପରିଣତ କରିବାକୁ ନିର୍ମାଣ କ୍ଷେତ୍ରକୁ ବେଶ୍ ଗୁରୁତ୍ୱ ଦେଇଛନ୍ତି । ସେ କହିଲେ, ଏହାର ପ୍ରମାଣ ଏହାଯେ ଭାରତ ଆଜି ବିଶ୍ୱରେ ଅନ୍ୟତମ ବୃହତ୍ତମ ମୋବାଇଲ ଫୋନ୍ ନିର୍ମାତା ରାଷ୍ଟ୍ର ହୋଇପାରିଛି ଏବଂ ଭାରତରେ ୩୦ କୋଟିରୁ ଅଧିକ ମୋବାଇଲ ଫୋନ୍ ନିର୍ମାଣ ହୋଇଛି । ସେ ପୁଣି କହିଥିଲେ, ବିଗତ ଏକ ଦଶନ୍ଧିରେ ଭାରତର ମୋବାଇଲ ଫୋନ୍ ରପ୍ତାନି ୭୫ ଗୁଣା ହୋଇପାରିଛି । ଭାରତର ପ୍ରତିରକ୍ଷା ରପ୍ତାନିରେ ଖୁସି ପ୍ରକାଶ କରି ଶ୍ରୀ ମୋଦୀ କହିଥିଲେ, ଏହା ୩୦ ଗୁଣା ବୃଦ୍ଧି ପାଇଛି ଏବଂ ଆଜି ଭାରତ ୧୦୦ରୁ ଅଧିକ ରାଷ୍ଟ୍ରକୁ ପ୍ରତିରକ୍ଷା ଯନ୍ତ୍ରାଂଶ ରପ୍ତାନି କରୁଛି । ପ୍ରଧାନମନ୍ତ୍ରୀ କହିଥିଲେ, ଭାରତର ମହାକାଶ କ୍ଷେତ୍ର ବିଶ୍ୱବ୍ୟାପୀ ପ୍ରଶଂସା ପାଇଛି । ଭାରତ ନିଜସ୍ୱ ଗଗନଯାନରେ ଭାରତୀୟ ମହାକାଶଚାରୀଙ୍କୁ ପଠାଇବାକୁ ନିଷ୍ପତ୍ତି ନେଇଥିବା ସେ କହିଥିଲେ । ଭାରତ ମଧ୍ୟ ମହାକାଶରେ ଏକ ମହାକାଶ କେନ୍ଦ୍ରର ବିକାଶ କରିବାକୁ ଯାଉଛି ବୋଲି ସେ କହିଥିଲେ ।

Tags: INDIAnewsodisha
ShareTweetSendShare

RelatedNews

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ
Latest News

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା
Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

Latest News

ଭାରତୀୟ ଗୁଇନ୍ଦା ସାଟେଲାଇଟ୍, ଯାହା ଭାରତକୁ ଦିନରାତି ସୁରକ୍ଷା ପ୍ରଦାନ କରୁଛି

ଭାରତୀୟ ଗୁଇନ୍ଦା ସାଟେଲାଇଟ୍, ଯାହା ଭାରତକୁ ଦିନରାତି ସୁରକ୍ଷା ପ୍ରଦାନ କରୁଛି

POK ଖାଲି କର, ଭାରତର ଧମକକୁ ମାନିବ କି ପାକିସ୍ତାନ

POK ଖାଲି କର, ଭାରତର ଧମକକୁ ମାନିବ କି ପାକିସ୍ତାନ

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.