ମଞ୍ଚେଶ୍ବର: ମଞ୍ଚେଶ୍ବର ଆଦିମାତା କଲୋନି ଆନନ୍ଦ ସାଗର ପରିବାର ପକ୍ଷରୁ ଅନଲାଇନ ମାଧ୍ୟମରେ ମୁରଲୀ କ୍ଲାସ ଶୁଣୁଥିବା ଆତ୍ମାମାନଙ୍କ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟରେ ଶିବବାବା ଦେଉଥିବା ଜ୍ଞାନ ହିଁ ମନୁଷ୍ୟକୁ ଦେବତା ବନାଇଥାଏ । ମୁରଲୀ ଶୁଣିବା ହେଉଛି ସବୁଠୁ ବଡ଼ କଥା । ମୁରଲୀ ଶୁଣିଲେ ବାବା ସବୁଠୁ ଅଧିକ ଭଲପାଇଥାନ୍ତି ବୋଲି ବିକେ ମଂଜୁ କହିଥିଲେ । ଇଶ୍ବରଙ୍କ ବାର୍ତ୍ତା ସମସ୍ତଙ୍କ ପାଖରେ ପହଁଚିବା ଆବଶ୍ୟକ । କାରଣ ତାହା ହେଉଛି ପ୍ରୋଟିନ ଯୁକ୍ତ ଖାଦ୍ୟ । ତାହା ସବୁଦିନ ଖାଇବା ଦରକାର । ଆମକୁ ଭଗବାନ ଦିଲବରଙ୍କ କଥା ଶୁଣିବା ଆବଶ୍ୟକ । ମୁରଲୀ ବା ଭଗବାନଙ୍କ ମହାବାକ୍ୟ ନିହାତି ଶୁଣିବା , ଚିନ୍ତନ , ମନନ କରିବା, ରିସର୍ଚ୍ଚ କରିବା ଉଚି । ଭଲ ପଏଣ୍ଟକୁ ଚିନ୍ତନ କରି ଡେଭଲପ କିପରି ହେବ ତାହା ଚିନ୍ତା କରିବା ଆବଶ୍ୟକ ବୋଲି ଭଉଣୀ କହିଥିଲେ । ବ୍ରାହ୍ମଣ ଜୀବନରେ କିପରି ସଫଳତା ପାଇବା ତାହା ଉପରେ କହିଥିଲେ । ଜ୍ଞାନ ଶୁଣିବା ଏବଂ ବାବାଙ୍କୁ ଜାଣିବା ସବୁଠୁ ବଡ଼ କାମ । ଭଗବାନଙ୍କର କଥା ମାନିଲେ କିଛି କାମ କଠିନ ହେବ ନାହିଁ । ଜ୍ଞାନ ଯୋଗ ଧାରଣା, ପୁରୁଷାର୍ଥ, ସେବା ଉପରେ ସେ ଅବଗତ କରାଇଥିଲେ । ଯେ ମିଠା ବଚ୍ଚା ସେ ଭଗବାନଙ୍କର ପ୍ରିୟ । ଆମେ ସବୁବେଳେ ମିଠା ବଚ୍ଚା ହେବା ଆବଶ୍ୟକ । ଆମ ଭିତରେ କିଛି କମ ରହିଛି । ତେଣୁ ଆମକୁ ଡାଉଟ କ୍ଲିୟର କରିବା ଭଲ । ଯୋଗ କରିବା ବେଳେ ଶୁଦ୍ଧ ଭାବେ ବସିବା ଆବଶ୍ୟକ । ଆଖି ଖୋଲି ବାବାଙ୍କୁ ଦେଖି ଧ୍ୟାନ କରିବା ଆବଶ୍ୟକ । ସଂକଳ୍ପ ନେଇ ବସିଲେ ମାୟା ଆସିବ ନାହିଁ । ମାୟା ଆସିଲେ ନିଦ ଆସିବ । ବାବା ଦେଇଥିବା ଶକ୍ତିକୁ ଅନୁଭବ କରନ୍ତୁ । ଧାରଣାରେ ଶକ୍ତି ଆସୁଛି କି ନାହିଁ ଚେକ କରନ୍ତୁ । ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟର ଭଉଣୀମାନେ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ନିଜ ନିଜର ଅନୁଭବ ବ୍ୟକ୍ତ କରିଥିଲେ । ବ୍ରହ୍ମାକୁମାର ଭାଇମାନେ ମଧ୍ୟ ନିଜ ନିଜର ଅନୁଭବ ବ୍ୟକ୍ତ କରିଥିଲେ । ବନ୍ଧୁମିଳନ କାର୍ଯ୍ୟକ୍ରମରେ ହିଂମାଶୁ ଭାଇ ବାର୍ଷିକ ବିବରଣୀ ପାଠ କରିଥିଲେ । ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢ଼ାଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିକେ ରଂଜୁ ଭଉଣୀ, ବିକେ ଗୀତା ଭଉଣୀ, ବିକେ ସୁଜାତା ଭଉଣୀ, ବିକେ ମୀରା ଭଉଣୀ, ବିକେ ସୂଚୀ ଭଉଣୀ, ବିକେ ସୂର୍ଯ୍ୟକାନ୍ତି ଭଉଣୀ ଉପସ୍ଥିତ ଥିଲେ ।