ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଇଭିଏମରେ ନେତାଙ୍କ ଭାଗ୍ୟ ସିଲ ହୋଇଛି । କିଏ ଜିତିବ କିଏ ହାରି ତାର ଫଇସଲା ହେବ ନଭେମ୍ବର 23ରେ । ତେବେ ରାଜ୍ୟ ନିର୍ବାଚନର ଫଳାଫଳ ଓଡ଼ିଶା ରାଜନୀତିରେ ବଡ଼ ପ୍ରଭାବ ପକାଇବା ବୋଲି କୁହାଯାଉଛି । ତେବେ ଝାଡ଼ଖଣ୍ଡ ରାଜନୀତିର ରଘୁବର ଦାସ ଏବଂ ଅଜୟ କୁମାର ହେଉଛନ୍ତି ଦୁଇ ଚର୍ଚ୍ଚିତ ଚେହେରା । ଜଣେ ମଜଭୁତ ସଂଗଠକ ଆଉଜଣେ ଲୋକପ୍ରିୟ । ଆଉ ଏବେ ଦୁହିଁଙ୍କ ନଜର ପୂର୍ବ ଜାମସେଦପୁର ଆସନ ଉପରେ । କାହାକୁ ମିଳିବ ବିଜୟ । ତାହା କିଛି ଦିନ ପରେ ସ୍ପଷ୍ଟ ହେବ । କିନ୍ତୁ ଫଳାଫଳ ଓଡ଼ିଶା ରାଜନୀତି ଉପରେ ବଡ଼ ପ୍ରଭାବ ପକାଇବ ବୋଲି କୁହାଯାଇଛି । ଓଡ଼ିଶା ରାଜ୍ୟପାଳ ରଘୁବର ଦାସ ନିର୍ବାଚନୀ ମଇଦାନରେ ନଥିଲେ ବି ତାଙ୍କ ବୋହୁ ପୂଣ୍ଣମା ସାହୁ ଦାସ ପୂର୍ବ ଜାମସେଦପୁର ଆସନରୁ ଲଢିଛନ୍ତି । କୁହାଯାଉଛି ବୋହୂଙ୍କ ହାରଜିତ ହିଁ ରଘୁବର ଦାସଙ୍କ ପାଇଁ ସମ୍ମାନର କଥା ହେବ । ଝାଡ଼ଖଣ୍ଡ ରାଜନୀତିରେ ବେଶ ଚର୍ଚିତ ଚେହେରା ହେଉଛନ୍ତି ଅଜୟ କୁମାର । ରାନଜୀତିକୁ ଆସିବା ପୂର୍ବରୁ ଏନକାଉଣ୍ଟର ସ୍ବେଶାଲିଷ୍ଟ ଭାବେ ପରିଚିତ ଥିଲେ ଅଜୟ । ରାଜନୀତିରେ ମଧ୍ୟ ତାଙ୍କର ବେଶ ପ୍ରଭାବ ରହିଛି । 2011 ରେ ଜାମସେଦପୁର ଲୋକସଭା ଆସନରୁ ସାଂସଦ ହୋଇଥିବା ବେଳେ 2014 ର ପରାଜୟର ମୁହଁ ଦେଖିଥିଲେ । ତେବେ ୨୦୨୪ ଝାଡ଼ଖଣ୍ଡ ନିର୍ବାଚନରେ ପ୍ରଦର୍ଶନ ତାଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବାକୁ ଯାଉଛି । କୁହାଯାଉଛି, ନିର୍ବାଚନ ଜିତିଲେ ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ପଦ ବଜାୟ ରଖିବେ ଅଜୟ କୁମାର । ଆଉ ହାରିଲେ ହରାଇବେ ପଦ। ଅଜୟ କୁମାରଙ୍କ ପାଇଁ ରାଜ୍ୟ କଂଗ୍ରେସର ନେତା ଝାଡ଼ଖଣ୍ଡରେ ଜୋରଦାର ପ୍ରଚାର କରିଥିଲେ । ସେହିପରି ରାଜ୍ୟ ବିଜେପିର ଶୀର୍ଷ ନେତା ମଧ୍ୟ ରଘୁବର ଦାସଙ୍କ ବୋହୂଙ୍କ ପାଇଁ କରିଥିଲେ ଘନଘନ ପ୍ରଚାର । ନଭେମ୍ବର ୨୩ରେ ଫଳାଫଳ ଯାହା ହେଉ ନାଁ କାହିଁକି, ଓଡିଶା ରାଜନୀତି ଉପରେ ଏହାର ପ୍ରଭାବ ପଡ଼ିବ ବୋଲି କୁହାଯାଉଛି ।