ରାଜ୍ୟରେ ସରକାର ପରିବର୍ତନ ପରେ ଏବେ ବିଭିନ୍ନ ପ୍ରକଳ୍ପର ନାମଫଳକରେ ବଡ଼ ପରିବର୍ତନ ଦେଖିବାକୁ ମିଳୁଛି । ସବୁଜ ହୋର୍ଡ଼ିଙ୍ଗ ବଦଳରେ ଲାଗିଲାଣି । ଏବେ ବଡ଼ ବଡ଼ ଗେରୁଆ ସାଇନ ବୋର୍ଡ଼ । ମାଲାକନଗିରି ବିମାନ ବନ୍ଦର ମ୍ମୁଖରେ ମଧ୍ୟ ଏପରି ଏକ ବିରାଟ ସବୁଜ ହୋର୍ଡ଼ିଙ୍ଗ ଲାଗିଥିବା ବେଳେ ଏବେ ସେହି ହୋର୍ଡ଼ିଙ୍ଗ ଗେରୁଆ ପାଲଟିଛି । ତେବେ ବିମାନ ବନ୍ଦର ର କାମରେ ବିଶେଷ ଅଗ୍ରଗତି ହେଉନାହିଁ । ମାଲକାନଗିରି ବିମାନବନ୍ଦର ସମ୍ମୁଖରେ ଲାଗି ଥିବା ଏହି ବିରାଟ ହୋର୍ଡ଼ିଙ୍ଗଟିରେ ରଙ୍ଗ ପରିବର୍ତନ ସହ ନବୀନଙ୍କ ବଦଳରେ ଏବେ ମୋହନ ମାଝୀ ଓ ନରେନ୍ଦ୍ର ମୋଦି ହୋର୍ଡ଼ିଙ୍ଗରେ ସ୍ଥାନ ପାଇଛନ୍ତି । ତେବେ ଏୟାରପୋର୍ଟ ଭିତରେ କିନ୍ତୁ ଯଥା ପୂର୍ବଂ ତଥା ପରଂ ସ୍ଥିତି । ସତେ ଯେମିତି ମାଲକାନଗିରି ବିମାନବନ୍ଦର ପ୍ରତି କାହାରି ଆନ୍ତରିକତା ନାହିଁ । କିଛି ଶିଶୁ ଶ୍ରମିକଙ୍କୁ ନେଇ କାଁ ଭାଁ କର୍ମଚାରୀ କାମ କରୁଛନ୍ତି । ନିର୍ବାଚନ କୁ ଆଖି ଆଗରେ ରଖି ଗତ ଜାନୁଆରୀରେ ତରବରିଆ ଭାବେ ବିମାନ ବନ୍ଦର ଉଦଘାଟନ କରି ଥିଲେ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ତେବେ ଏଥିପାଇଁ ନା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଅନୁମୋଦନ ମିଳିଥିଲା ନା ଆବଶ୍ୟକ ଭିତ୍ତିଭୁମି ପ୍ରସ୍ତୁତ ହୋଇଥିଲା । ରିଫୁଏଲିଙ୍ଗ ବ୍ୟବସ୍ଥା, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା ନଥାଇ ଶୁଭାରମ୍ଭ ହୋଇ ଥିଲା ବିମାନ ବନ୍ଦର । ମାତ୍ର ୧୪ ମାସ ସମୟରେ ମାଲାକନଗିରି ସହ ଉପକଣ୍ଠ ରେ ଥିବା ବାଟପାଲି ଗାଁ ନିକଟରେ ୨୩୪ ଏକର ଜମିରେ ପ୍ରାୟ ୭୪ କୋଟି ଟଙ୍କା ବିନିମୟରେ ବିମାନବନ୍ଦର କାମ ଶେଷ ହୋଇଥିଲା । ୫୫ ପରିବାର ଏହି ବିମାନବନ୍ଦର ଲାଗି ଜମିହରାଇ ଥିବା ବେଳେ ବିମାନବନ୍ଦରର ମୁଖ୍ୟ ରାସ୍ତା ପାଇଁ କିନ୍ତୁ ଏ ଯାଏଁ ଜମି ଅଧିଗ୍ରହଣ ହୋଇ ନାହିଁ ।