ବୁଲଡ଼ୋଜର ଆକ୍ସନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଫୈସଲା । ସମସ୍ତ ଘର ଭଙ୍ଗା କାମକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ । କୌଣସି ରାଜ୍ୟର ସରକାର ଅପରାଧୀଙ୍କ ଘର ଭାଙ୍ଗିପାରିବେ ନାହିଁ । ଏଣିକି ଘର ଭାଙ୍ଗିବା ଉପରେ ଲାଗିବ ରୋକ । ଏ ନେଇ ବୁଧବାର ବଡ଼ ରାୟ ଦେଇଛନ୍ତି ସର୍ବୋଚ୍ଚ । ସୁପ୍ରିମକୋର୍ଟ କହିଛନ୍ତି ନ୍ୟାୟପାଳିକାର ସ୍ଥାନ ନେଇ ପାରିବନି କାର୍ଯ୍ୟପାଳିକା । କେବଳ ଅଭିଯୋଗ ଆଧାରରେ ଭଙ୍ଗା ଯାଇପାରିବନି ଅଭିଯୁକ୍ତଙ୍କ ଘର । ଏହା ଦେଶରେ ଆଇନର ଶାସନର ବିରୋଧାଚରଣ ଦୋଷୀ ପ୍ରମାଣିତ ହେଲେ ଆଇନ ଅନୁଯାୟୀ ଦଣ୍ଡ ବିଧାନ ବ୍ୟବସ୍ଥା । କାର୍ଯ୍ୟପାଳିକାର ବିଚାର କରିବା ଓ ଦଣ୍ଡ ଦେବାର ଅଧିକାର ନାହିଁ । କାର୍ଯ୍ୟପାଳିକା ଯଦି ଦଣ୍ଡ ଦିଏ ତେବେ ତାହା କ୍ଷମତା ବଣ୍ଟନର ବିରୋଧାଚରଣ । ଘର ସାଧାରଣ ଲୋକଙ୍କର ଗୋଟିଏ ସ୍ପନ୍ନ । ତାଙ୍କୁ ଗାଙ୍ଗି ଦିଆଯାଇପାରିବ ନାହିଁ ।
ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି, ‘କାହା ମୁଣ୍ଡରୁ ଛାତ କାଢ଼ିବାର ଅଧିକାର ପ୍ରଶାସନର ନାହିଁ । ତେବେ ବେଆଇନ ନିର୍ମାଣ ଓ ସରକାରୀ ଜମି ଜବରଦଖଲ କ୍ଷେତ୍ରରେ ଏହା ଲାଗୁ ନୁହେଁ । କିନ୍ତୁ ଜବରଦଖଲ ଉଚ୍ଛେଦ ପୂର୍ବରୁ କାରଣ ଦର୍ଶାଅ ନୋଟିସ ନିହାତି ଆବଶ୍ୟକ । ଅନ୍ତତଃ ୧୫ ଦିନ କିମ୍ବା ସ୍ଥାନୀୟ ମ୍ୟୁନିସିପାଲ ଆଇନ ଅନୁଯାୟୀ ସମୟ ଦିଆଯିବା ଦରକାର । ବେଆଇନ ଭାବେ ଘର ଭଙ୍ଗା ଯାଇଥିଲେ ମିଳିବ କ୍ଷତିପୂରଣ ।’