ନିବେଶ ଜରିଆରେ ପାଣ୍ଠି ସୃଷ୍ଟି କରିବାକୁ ଆଗ୍ରହୀ ନିବେଶକଙ୍କ ଲାଗି ଏକ ନୂଆ ରଣନୀତି ବେଶ ଚର୍ଚ୍ଚାରେ ରହିଛି । ତାହା ହେଉଛି ମୋମେଣ୍ଟମ ଉନଭେଷ୍ଟିଂ । ଏଥିରେ ସେଭଳି ସମ୍ପତ୍ତିକୁ ଚିହ୍ନଟ ଓ ଚୟନ କରାଯାଉଛି ଯାହା ଆଗକୁ ବଢିବାର ସମ୍ଭାବନା ରହିଛି । ପାରମ୍ପରିକ ନିବେଶଠାରୁ ଏହା ଭିନ୍ନ । ଏଥିରେ ଉଚ୍ଚା ଦାମରେ କିଣିବା ଓ ଉଚ୍ଚା ଦାମରେ ବିକିବା ଉପରେ ଧ୍ୟାନ ଦିଆଯାଇଥାଏ । ବୋଲି ଆକ୍ସିସ ମ୍ୟୁଚୁଆଲ ଫଣ୍ଡର ଫଣ୍ଡ ମ୍ୟାନେଜର କାର୍ତିକ କୁମାର କହିଛନ୍ତି । ଏହି ରଣନୀତିକୁ ନେଇ ନୂଆ ଫଣ୍ଡ ଆସିଲାଣି ଯାହାକୁ ନିବେଶକମାନେ ନିଜ ପୋର୍ଟଫୋଲିଓରେ ଯୋଡ଼ିପାରିବେ ।
ସେ କହିଛନ୍ତି ଯେ ବଜାରରେ ଯେଉଁ ଷ୍ଟକଗୁଡ଼ିକ ବର୍ତମାନ ସ୍ଥିତିରେ ଆଗକୁ ବଢୁଛନ୍ତି ସେଥିରେ ନିବେଶ କରି ସ୍ବଳ୍ପରୁ ମଧ୍ୟମକାଳୀନ ଲାଭ ହାସଲ କରାଯାଇପାରିବ । ଯେହେତୁ ଭାରତୀୟ ବଜାର ଭଲ ପ୍ରଦର୍ଶନ କରୁଛି ତେଣୁ ଏହି ରଣନୀତି ଆଧାରରେ ନିବେଶକମାନେ ଅଧିକ ରିଟଣ୍ଣ ପାଇପାରିବେ । ଏଥିରୁ କିନ୍ତୁ ଲାଭ ସହିତ ବିପଦ ବି ରହିଛି ଯାହାକୁ ସଠିକ ଢଙ୍ଗରେ ପରିଚାଳନା କରିବାକୁ ପଡ଼ିବ ମୋମେଣ୍ଟମ ପୋର୍ଟଫୋଲିଓରେ ଥିବା ଷ୍ଟକ ଗୁଡ଼ିକ ବେଶ ସମ୍ବେଦନଶୀଳ ଯାହା ବଜାରରେ କୌଣସି ଘଟଣା ଘଟିଲେ ତାହା ଦ୍ବାରା ପ୍ରଭାବିତ ହେବା ଆାଙ୍କା ରହିଛି । ମୋମେଣ୍ଟମ ଇନଭେଷ୍ଟିଂ ନିବେଶକମାନଙ୍କୁ ଏକ ସ୍ବତନ୍ତ୍ର ରଶନୀତି ପ୍ରଦାନ କରୁଛି ଯାହା ପୋର୍ଟଫୋଲିଓରେ ସନ୍ତୁଳନ ରକ୍ଷା କରିବାରେ ସହାୟକ ହୋଇପାରିବ । ତେବେ ଏହା କିଭଳି କାର୍ଯ୍ୟ କରୁଛି ତାହା ଭଲ ଭାବେ ବୁଝିବା ପରେ ତାହାକୁ ଗ୍ରହଣ କଲେ ନିବେଶକ ଲାଭବାନ ହୋଇପାରିବେ। ମୋଟ ଉପରେ କହିଲେ ବଜାରରେ ଯେଉଁମାନେ ଆଗକୁ ବଢ଼ୁଛନ୍ତି ସେମାନଙ୍କ ଉପରେ ଧ୍ୟାନ ଦେଇ ଏହି ନିବେଶରେ ଅଧିକ ରିଟର୍ଣ୍ଣ ହାସଲ କରିହେବ।