କୋଟିପତି ଏଲନ ମସ୍କଙ୍କୁ ଡୋନାଲ୍ଡ ଟ୍ରମ୍ପଙ୍କ ବନ୍ଧୁ କୁହାଯାଉଛି । ଚଳିତ ନିର୍ବାଚନରେ ଏଲନ ମସ୍କ ଯେପରି ଭାବରେ ଟ୍ରମ୍ପଙ୍କୁ ଖୋଲାଖୋଲି ସମର୍ଥନ କରୁଥିଲେ ସେଥିରୁ ଆମେରିକା ରାଜନୀତି ସାରା ବିଶ୍ରରେ ଚର୍ଚା ହୋଇଥିଲା । ଆମ ଦେଶରେ ଏପରି କୈାଣସି ଶିଳ୍ପପତି ରାଜନେତାଙ୍କୁ ଖୋଲାଖୋଲି ସମର୍ଥନ କରନ୍ତି ନାହିଁ ।
ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଖୋଲାଖୋଲି ଏଥର ମସ୍କଙ୍କ ଟିମ୍ ଟ୍ରମ୍ପଙ୍କ ପାଇଁ ପ୍ରଚାର ପ୍ରସାର କରୁଥିଲେ । ଆମେରିକା ରାଜନୀତିରେ ଯେଉଁ ପ୍ରସଙ୍ଗ ଲୋକଙ୍କ ମନକୁ ଛୁଇଁବ ସେନେଇ ମତ ରଖୁଥିଲେ ଏଲନ ମସ୍କ ।
ନୂତନ ଟେକ୍ନୋଲୋଜିର ଯୁକ୍ତି, ଓ ଅନ୍ୟାନ୍ୟ ରଣନୀତି ମାଧ୍ୟମରେ ଟ୍ରମ୍ପଙ୍କ ପାଇଁ ପ୍ରଚାର କରୁଥିଲେ ମସ୍କ । ଏଲନ ମସ୍କ ପୁରା ନିର୍ବାଚନ ପ୍ରଚାର ମଧ୍ୟରେ ଟ୍ରମ୍ପଙ୍କୁ ସହଯୋଗ କରିଥିବା ଦେଖାଯାଇଥିଲା ।
ଏକ୍ସ ମାଧ୍ୟମରେ ଜୋରସୋରରେ ଏଲନ ମସ୍କ ପ୍ରଚାର କରିଥିଲେ । ଟ୍ୱିଟରକୁ କ୍ରୟ କରିବା ପରେ, ଟ୍ରମ୍ପଙ୍କ ଏକାଉଣ୍ଟକୁ ପୁନଃ ସକ୍ରିୟ କରିଥିଲେ । ଟ୍ରମ୍ପଙ୍କ ନୀତିକୁ ପ୍ରଚାର ପ୍ରସାର କରିବାରେ ପ୍ରତିବନ୍ଧକ ନଥିଲା । ତାଙ୍କ କଥା ସମସ୍ତଙ୍କ ନିକଟରେ ପହଁଚାଇବା ହୋଇଥିଲା ସହଜ । ଟ୍ରମ୍ପଙ୍କ ସରକାର ସମୟରେ ନେଇଥିବା ପଦକ୍ଷେପକୁ ଏଲନ ମସ୍କ ବିଶେଷ ଭାବେ ସମୀକ୍ଷା କରିଥିଲେ। ଯାହାର ଭଲ ପ୍ରଭାବ ଆମେରିକା ଭୋଟରଙ୍କୁ ପ୍ରଭାବିତ କରିଥିଲା ।
ଆମେରିକାର ରାଷ୍ଟ୍ରପତି ହେବାପରେ ଡୋନାଲ୍ଡ ଟ୍ରମ୍ପ ନିଶ୍ଚିତ ରୂପେ ମସ୍କଙ୍କୁ ସହଯୋଗ କରିବେ । ପୃଥିବୀର ସର୍ବାଧିକ କ୍ଷମତାଶାଳୀ ବ୍ୟକ୍ତି ହେଉଛନ୍ତି ଏବେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ । ତାଙ୍କ ସମୟରେ ଏଲନ ମସ୍କଙ୍କ କଂପାନି ନିଶ୍ଚୟ ଆହୁରି ଆଗକୁ ଯିବ । ମସ୍କ ଙ୍କ କଂପାନି ଏବେ ‘ଟେସ୍ଲା’ର ସେୟାର ବଢ଼ିବଢ଼ି ଚାଲିଛି । ମସ୍କଙ୍କ ‘ସ୍ପେସ୍ଏକ୍ସ’, ‘ଷ୍ଟାର୍ଲିଙ୍କ୍’ ଓ ‘ଏକ୍ସ’ ଆଦି ବିଭିନ୍ନ ବ୍ୟବସାୟ ଆଗାମୀ ଦିନରେ ଅଧିକ ଆଦୃତ ହେବ । ବାଇଡେନଙ୍କ ସମୟରେ ସରକାରୀ ନିୟନ୍ତ୍ରଣ ରହୁଥିଲା ଟ୍ରମ୍ପଙ୍କ କମ୍ପାନି ଉପରେ । ଆଗାମୀ ଦିନରେ ନିଶ୍ଚୟ ଲାଭବାନ ହେବେ ମସ୍କ । ମସ୍କଙ୍କ ମଙ୍ଗଳ ଅଭିଯାନ ଆଗାମୀ ଦିନରେ ଇତିହାସ ରଚିପାରେ । ‘ସ୍ପେସ୍ଏକ୍ସ’ ରକେଟ୍ ମଙ୍ଗଳ ଗ୍ରହର ମାଟି ଛୁଇଁପାରେ । ଏହା ମଧ୍ୟ ଆଶା ଅଛି ଯେ ଟ୍ରମ୍ପଙ୍କ ଶାସନ କାଳରେ ମସ୍କଙ୍କ ରକେଟ୍ ମଙ୍ଗଳରେ ମନୁଷ୍ୟକୁ ପହଞ୍ଚାଇଦେଇପାରେ । ଯାହା ହେଉଛି ଏଲନ ମସ୍କଙ୍କ ବଡ଼ ସ୍ବପ୍ନ ।
ଏକଥା ନିଶ୍ବୟ ସ୍ବିକାରଯୋଗ୍ୟ ଯେ ଆମେରିକା ନିର୍ବାଚନରେ ଏଥର ଏଲନ ମସ୍କଙ୍କର ବ୍ୟକ୍ତିଗତ ମତ ଆମେରିକା ଭୋଟରଙ୍କୁ ପ୍ରଭାବିତ କରିଥିଲା । ତାଙ୍କ କଂପାନିରେ କାର୍ଯ୍ୟରତ ସହଯୋଗୀମାନେ ମଧ୍ୟ ତାଙ୍କୁ ସମର୍ଥନ କରିଥିଲେ । ଏଲନ ମସ୍କଙ୍କ ଏକ୍ସ ମାଧ୍ୟମରେ ଟ୍ରମ୍ପଙ୍କ ପ୍ରଚାର ପାଇଁ ଏଥର ମଇଦାନକୁ ସିଧା ଓହ୍ଲାଇଥିଲେ । ସିଧା ସେ ଟ୍ରମ୍ପଙ୍କୁ ସମର୍ଥନ ଦେଇଥିଲେ, କେତେକ ପ୍ରସଙ୍ଗରେ ତାଙ୍କ କାର୍ଯ୍ୟକଳାପ ଟ୍ରମ୍ପଙ୍କ ପ୍ରଚାରକୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଲାଭ ଦେଇଥିଲା।
ଏଥର ନିର୍ବାଚନରେ ଏକ୍ସ ସୋସିଆଲ ମାଧ୍ୟମ ଟ୍ରମ୍ପଙ୍କ ରାଜନୀତିକ ପ୍ରଚାର ପାଇଁ ଏକ ମହତ୍ବପୂର୍ଣ୍ଣ ଅଂଶ ଥିଲା। କିଛି ପାରମ୍ପରିକ ଟିଭି ରିପବ୍ଳିକାନ ଦଳର ପ୍ରାର୍ଥୀ ଟ୍ରମ୍ପଙ୍କୁ ବିରୋଧ କରୁଥିବା ବେଳେ ଡେମୋକ୍ରାଟିକ ଦଳର ପ୍ରାର୍ଥୀ ବାଇଡେନଙ୍କୁ ସମର୍ଥନ କରି ପ୍ରଚାର ପ୍ରସାର କରୁଥିଲେ । ତେବେ ସୋସିଆଲ ମିଡିଆ ଏଥର ଟ୍ରମ୍ପଙ୍କ ସମର୍ଥନରେ ଆସିଥିଲା । କୋଟି କୋଟି ଭୋଟର ଏଥର ଟ୍ରମ୍ପଙ୍କ ପାଇଁ ନିର୍ବାଚନ ବେଳେ ପ୍ରଚାର ପ୍ରସାର କରିଥିଲେ ।
ଭାରତୀୟ ରାଜନୀତିରେ କିନ୍ତୁ ଏଭଳି କେବେ ଦେଖିବାକୁ ମିଳିନାହିଁ । ଟାଟା ହୁଅନ୍ତୁ କି ଅମ୍ବାନି, ଆଦାନି ଖୋଲାଖୋଲି ମୋଦିଙ୍କୁ ସମର୍ଥନ କରନ୍ତି ନାହିଁ । ଯଦିଓ ରାହୁଲ ଗାନ୍ଧୀ ଅଭିଯୋଗ ଆଣନ୍ତି ଯେ ବଡ଼ ବଡ଼ ଶିଳ୍ପପତିଙ୍କୁ ମୋଦି ଦେଶର ସଂପତ୍ତି ଦାନ କରିଦେଉଛନ୍ତି ।
ଗତ ଦଶ ବର୍ଷ ରାହୁଲ ଗାନ୍ଧୀ ଏଭଳି ଅଭିଯୋଗ ଆଣୁଛନ୍ତି । ନରେନ୍ଦ୍ର ମୋଦୀ ସରକାର ବିରୁଦ୍ଧରେ କଂଗ୍ରେସ ନେତାମାନେ ଏବଂ ରାହୁଳ ଗାନ୍ଧୀ ନିୟମିତ ଭାବରେ ଯେଉଁ ଦୋଷ ଦେଉଛନ୍ତି ତାହା ହେଲା ଅମ୍ବାନି, ଆଦାନି ମୋଦିଙ୍କ ବନ୍ଧୁ । ତାଙ୍କୁ ଦେଶର ସମ୍ପତ୍ତି ଦେଉଛନ୍ତି ମୋଦି ।
ମୋଦୀ ସରକାର କେବଳ ଧନୀଙ୍କୁ ପୋଷୁଛନ୍ତି । ଦେଶରେ କେବଳ ଅମ୍ବାନୀ, ଆଦାନୀଙ୍କ ଭଳି ତୁଙ୍ଗ ଧନିକ ଶିଳ୍ପପତିମାନଙ୍କୁ ଲାଭ ଦେଉଛନ୍ତି । ସାଧାରଣ ଲୋକଙ୍କ ସ୍ବାର୍ଥରକ୍ଷା ପାଇଁ କାର୍ଯ୍ୟ କରୁନାହାଁନ୍ତି ମୋଦି । ଏହା ନିର୍ବାଚନ ପ୍ରଚାରରେ କହୁଛନ୍ତି ରାହୁଲ ।
ଏହି କଥା ଗତ ତିନୋଟି ନିର୍ବାଚନରେ ରାହୁଲ ଅଭିଯୋଗ କରୁଥିଲେ ମଧ୍ୟ ଏହାର ପ୍ରଭାବ ଭୋଟରଙ୍କ ଉପରେ ପଡ଼ୁନଥିବା ଦେଖାଯାଉଛି । ଗତ ନିର୍ବାଚନରେ ଯଦିଓ କଂଗ୍ରେସ କିଛି ଆସନ ଅଧିକ ପାଇଛି କିନ୍ତୁ ସରକାର କରିପାରିନାହିଁ ।
ହରିୟାନା ନିର୍ବାଚନରେ ଏହି ପ୍ରସଙ୍ଗକୁ କଂଗ୍ରେସ ନେତାମାନେ ଯଦିଓ ଅଧିକ ପ୍ରଚାର କରିଥିଲେ ତାହାର ପ୍ରଭାବ ପଡ଼ିନଥିବା ଦେଖାଯାଇଥିଲା । ଭାରତର ଭୋଟରମାନେ ଅଧିକ ମୋଦିଙ୍କୁ ପସନ୍ଦ କରନ୍ତି । ମୋଦିଙ୍କ ନୀତିକୁ ପ୍ରଶଂସା କରନ୍ତି । ମୋଦିଙ୍କ ଲୋକପ୍ରିୟତା ବିଶ୍ବର ଅନ୍ୟ ନେତାଙ୍କ ଅପେକ୍ଷା ଅଧିକ ।
ବର୍ଷ ବର୍ଷ ଧରି ରାହୁଳ ଗାନ୍ଧୀ ଯେଉଁ ଅଭିଯୋଗ କରୁଛନ୍ତି ତାହାର ପ୍ରଭାବ ଭୋଟରଙ୍କ ଉପରେ ପଡ଼ୁନାହିଁ । ମୁକେଶ ଅମ୍ବାନୀ ଓ ଗୌତମ ଆଦାନୀ ଯଦି କେବେ ଏଲନ ମସ୍କଙ୍କ ଭଳି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଚାର କରନ୍ତେ ତେବେ ରାହୁଲ ନିଶ୍ଚିତ କୁହନ୍ତେ ଏହା ମୋଦିଙ୍କ ଶିଳ୍ପତନ୍ତ୍ର ଦେଶରେ ଚାଲୁଛି ।
ଆମେରିକା ନିର୍ବାଚନରେ ଏଥର ଯାହା ଘଟିଲା ସମସ୍ତଙ୍କ ଆଖି ଖୋଲିଦେଇଛି । ରାଷ୍ଟ୍ରପତି ନିର୍ବାଚନରେ ଏଲନ୍ ମସ୍କ ଯେଉଁଭଳି ଟ୍ରମ୍ପଙ୍କୁ ସମର୍ଥନ କଲେ ତାହା ବିଶ୍ବାସଯୋଗ୍ୟ ହେଉନାହିଁ । ନିଜର ବୁଦ୍ଧ ଓ ଅର୍ଥବଳ ବିନିଯୋଗ କରିଥିଲେ ସେ ଟ୍ରମ୍ପଙ୍କୁ ଜିତାଇବା ପାଇଁ । ସେଭଳି ଆମ ଦେଶରେ ହେବା ଅସମ୍ଭବ ମନେହୁଏ । ଜାନୁଆରି ୨୦ରେ ଆମେରିକାର ୪୭ତମ ରାଷ୍ଟ୍ରପତି ରୂପେ ଶପଥ ନେବେ ଟ୍ରମ୍ପ । ଏକଥା କୁହାଯାଇପାରେ ଯେ ଟ୍ରମ୍ପଙ୍କୁ ନିଶ୍ଚିତ ଫାଇଦା ଦେବେ ଟ୍ରମ୍ପ । ଏପରିକି ସୋସିଆଲ ମିଡିଆରେ ଟ୍ରମ୍ପଙ୍କୁ କ୍ୟାବିନେଟ ମନ୍ତ୍ରୀ କରିବାକୁ କୋଟି କୋଟି ଲୋକ ଏବେଠୁ ମତାମତ ଦେଇ ଲେଖା ଆରମ୍ଭ କଲେଣି । ଆଗକୁ ଭାରତୀୟ ରାଜନୀତିରେ ଏହାର ପ୍ରଭାବ ପଡ଼ିପାରେ । ଭାରତର ଶିଳ୍ପପତିମାନେ ଖୋଲାଖୋଲି ମୋଦି କିମ୍ବା ରାହୁଲଙ୍କ ସମର୍ଥନ କରୁଛନ୍ତି କି ନାହିଁ ତାହା ଦେଖିବାକୁ ଅପେକ୍ଷା ।