Saturday, May 10, 2025
No Result
View All Result
Odisha 365

Latest News

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
Odisha 365
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
No Result
View All Result
Odisha 365
No Result
View All Result

Latest News

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
  • ଜୀବନଶ yle ଳୀ
Home ଜାତୀୟ

ଝାଡ଼ଖଣ୍ଡରେ ରାତି ପାଇଲେ ନିର୍ବାଚନ : କିଏ ମାରିବ ବାଜି ?

Ramesh Parida by Ramesh Parida
Nov 13, 2024, 12:46 am GMT+0530
FacebookTwitterWhatsAppTelegram

ଝାଡ଼ଖଣ୍ଡରେ କିଏ ଗଢ଼ିବ ସରକାର । କାହା ମେଣ୍ଟ  କରିବ ସରକାର । ନିର୍ବାଚନ ପାଇଁ ଇସ୍ତାହାରେ ବିଜେପି- କଂଗ୍ରେସ ଅନେକ  ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟ ଗଠନର ୨୫ବର୍ଷ ପୂର୍ତ୍ତି ଅବସରରେ ୨୫ ସଂକଳ୍ପ ଦେଇଛି ବିଜେପି । ସେପଟେ ଜେଏମଏମ-କଂଗ୍ରେସ ମଧ୍ୟ ଲୋକଙ୍କୁ ଲୋଭ ଦେଖାଇଛି । ରାତି ପାହିଲେ ଭୋଟ ଦେବେ ଜନତା ।

ଆସନ୍ତାକାଲି ବିଧାନସଭା ନିର୍ବାଚନକୁ ନେଇ ଝାଡ଼ଖଣ୍ଡ ରାଜନୀତି ସରଗରମ ହେବାରେ ଲାଗିଛି। ବିଜେପିକୁ ଚେକ୍‌ ଦେବାକୁ ଏକାଠି ହୋଇଛନ୍ତି ଜେଏମଏମ ଏବଂ କଂଗ୍ରେସ । କାହାକୁ ଭୋଟ ଅଧିକ ମିଳିବ ସେ ନେଇ ଦଳମାନେ ତର୍କ କରୁଛନ୍ତି ।  ନିର୍ବାଚନ ପାଇଁ ଉଭୟ ଦଳ ପରସ୍ପରକୁ ଦୋଷ ଦେଉଛନ୍ତି ।

ଝାଡ଼ଖଣ୍ଡରେ ଏବେ ଜେଏମଏମ ଓ କଂଗ୍ରେସ କ୍ଷମତାରେ ରହିଛନ୍ତି। କିନ୍ତୁ ଆଗାମୀ ଦିନରେ ବିଜେପି ସରକାର ଗଠନ କରିବ ବୋଲି ଦୃଢ଼ ଆଶାବାଦୀ ରହିଛି । ହରିୟାଣା ପରେ ଦଳ ଝାଡ଼ଖଣ୍ଡରେ ସରକାର ଗଠନ କରିବ ବୋଳି କହୁଛି । ଜେଏମଏମ ଏବଂ କଂଗ୍ରେସ ଦୁଇ ଦଳ ଆସନ୍ତା ନିର୍ବାଚନରେ ରାଜ୍ୟର ୮୧ଟି ଆସନରୁ ୭୦ଟିରେ ଲଢ଼ିବେ। ବାକି ୧୧ଟି ଆସନ ଦୁଇ ଦଳ ସହଯୋଗୀ ଆରଜେଡି ଓ ବାମ ଦଳ ପାଇଁ ଛାଡ଼ିଛନ୍ତି।

ଝାଡଖଣ୍ଡରେ ମୁଖ୍ୟତଃ ବିଜେପି ଆଗରେ ରହିବ ବୋଲି ଆଶା କରାଯାଉଛି । ଦୁଇ ନମ୍ବରରେ  ଜେଏମଏମ ରହିବ । ତେଣୁ ଏହି ଦୁଇ ଦଳ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେଉଛି ।

୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ପରାଜିତ ହୋଇଥିଲା ।  ଜେଏମମ, କଂଗ୍ରେସ ଓ ଆରଜେଡି ମେଣ୍ଟ ୮୧ ଆସନରୁ ୪୭ ଆସନ ଲାଭ କରି ସରକାର ଗଢ଼ିଥିଲେ ।

ଝାଡ଼ଖଣ୍ଡ ନିର୍ବାଚନ ପାଇଁ ବିଜେପିର ‘ସଂକଳ୍ପ ପତ୍ର’ରେ ଦଳ ରାଜ୍ୟ ଗଠନର ୨୫ ବର୍ଷ ପୂର୍ତ୍ତି ଅବସରରେ ୨୫ଟି ସଂକଳ୍ପ ଉପସ୍ଥାପନ କରିଛି। ସେଥିମଧ୍ୟରୁ ‘ଗୋଗୋ ଦିଦି’ ଯୋଜନାରେ ମହିଳାଙ୍କୁ ମାସିକ ୨୧୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି। ଆମ ରାଜ୍ୟରେ ସୁଭଦ୍ରା ଯୋଜନା ଭଳି ଗୋଗୋ ଦିଦି ଯୋଜନା ବିଜେପିକୁ ସରକାର ଆଣିବାରେ ସହାୟତା ଦେଇପାରେ ।

ଏହା ସହ ରାଜ୍ୟରେ ବେକାରୀ ମୁକାବିଲା ପାଇଁ ବିଜେପି ୨,୮୭,୦୦୦ ସରକାରୀ ଚାକିରି ସୃଷ୍ଟି କରିବା ସହ ୫,୦୦,୦୦୦ ସ୍ୱରୋଜଗାର ସୁଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି ବିଜେପି । ବିଜେପି ସରକାର ଗଠିତ ହେବା ପରେ ଅନୁପ୍ରବେଶ ରୋକିବା ପାଇଁ ଦଳ ପ୍ରତିଶ୍ରୁତି ଦେଇଛି । ଅଧିକୃତ ଜମି ପୁନରୁଦ୍ଧାର ପାଇଁ କଠୋର ଆଇନ ପ୍ରଣୟନ କରାଯିବ ବୋଲି ମଧ୍ୟ ସଂକଳ୍ପ ପତ୍ରରେ ପ୍ରତିଶ୍ରୁତି ଦିଆଯାଇଛି।

ବିଜେପି ୬୮ଟି ଆସନରେ ଲଢ଼ୁଛି ଏବଂ ଅଲ୍ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟସ୍ ୟୁନିୟନ, ଏଜେଏସୟୁ ପାର୍ଟିକୁ ୧୦ଟି ଆସନ ଲଢ଼ିବାକୁ ବିଜେପି ଛାଡିଛି ।  ରାଞ୍ଚିରେ ଝାଡ଼ଖଣ୍ଡ ନିର୍ବାଚନ ପ୍ରଚାର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ପ୍ରଭାରୀ ହିମନ୍ତ ବିଶ୍ୱ ଶର୍ମା କରି ବିଜେପି ଆଗାମୀ ଦିନରେ ରାଜ୍ୟରେ ସରକାର ଗଠନ କରିବ ବୋଲି କହିଛନ୍ତି। ଆସନ୍ତାକାଲି ରାଜ୍ୟରେ ୪୩ଟି ଆସନରେ ମତଦାନ ହେବାକୁ ଥିବା ବେଳେ ନଭେମ୍ବର ୨୦ ତାରିଖରେ ୩୮ଟି ନିର୍ବାଚନ ମଣ୍ଡଳୀରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ। ରାତି ପାହିଲେ ନିର୍ବାଚନ ପାଇଁ ରାଜ୍ୟରେ ସୁରକ୍ଷା କଡାକଡ଼ି କରାଯାଇଛି ।

ନଭେମ୍ବର ୨୩ରେ ଭୋଟ ଗଣତି ସହ ସହିତ ସେହିଦିନ ହିଁ ଫଳାଫଳ ଘୋଷଣା ହେବ। ଫଳାଫଳ ଆସିବା ପରେ ରାଜନୀତିର ରଙ୍ଗ ପୁଣି ବଦଳି ପାରେ ବୋଲି ରାଜନୈତିକ ବିଶେଷଜ୍ଞ ମତ ରଖିଛନ୍ତି।

ଝାଡ଼ଖଣ୍ଡ ନିର୍ବାଚନରେ ଏବେ ଓଡ଼ିଶା ନେତା ଡେରା ପକାଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ତିନି ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଓ କୃଷ୍ଣଚନ୍ଦ୍ର ମହାପାତ୍ର, ୧୦ ବିଧାୟକ ଓ ୩ ସାଂସଦ ଅନନ୍ତ ନାୟକ, ନବ ଚରଣ ମାଝୀ ଏବଂ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ଆଗରେ ରଖି  ବିଜେପି ଝାଡଖଣ୍ଡ ନିର୍ବାଚନ ମୈଦାନକୁ ଓହ୍ଲାଇଛି ।

ଏହାଛଡା ରାଜ୍ୟ ସରକାରଙ୍କ ଅନ୍ୟ ମନ୍ତ୍ରୀ ବିଧାୟକଙ୍କ ଝାଡଖଣ୍ଡରେ ପ୍ରଚାର କରୁଛନ୍ତି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ସଂଗଠନ ଦାୟିତ୍ବରେ ଥିବା ନେତାମାନେ ଝାଡଖଣ୍ଡ ନିର୍ବାଚନରେ ରଣନୀତି କରି ପ୍ରଚାର କରୁଛନ୍ତି ।

ଝାଡଖଣ୍ଡର ୮୧ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୧୮ ଟି ନିର୍ବାଚନ ମଣ୍ଡଳୀ ଜଗିଛନ୍ତି ଓଡିଶା ନେତା । ପ୍ରତି ନିର୍ବାଚନ ମଣ୍ଡଳୀରେ ଦୁଇଜଣ ନେତା ଓ ଶତାଧିକ ଛାମୁଆ କର୍ମୀ ନିର୍ବାଚନ ପରିଚାଳନା କରୁଛନ୍ତି । ଝାଡଖଣ୍ଡରେ ଓଡିଆ ଭାଷାଭାଷୀ ଭୋଟରଙ୍କ ସଂଖ୍ୟା ପ୍ରାୟ ୨୦ ଲକ୍ଷ ଅର୍ଥାତ ୧୮ ପ୍ରତିଶତ ଥିବାରୁ ଏହି ଭୋଟରମାନେ ବିଜୟରେ ବଡ଼ ଭୂମିକା ନେଇପାରନ୍ତି ।

ଓଡ଼ିଆଙ୍କ ଭୋଟବ୍ୟାଙ୍କ ଉପରେ ନଜର ରଖିଛି ଓଡିଶା ବିଜେପି । ଝାଡଖଣ୍ଡ ଆଦିବାସୀ ସମ୍ପ୍ରଦାୟର ଭୋଟରମାନେ ବିଜେପି ପ୍ରତି ମନ ରଖିଛନ୍ତି । ଝାଡଖଣ୍ଡ ନିର୍ବାଚନରେ ରାଜ୍ୟପାଳ ରଘୁବର ଦାସଙ୍କ ଦବଦବା ରହିଛି ।  ଝାଡଖଣ୍ଡ ପ୍ରତ୍ୟକ୍ଷ ନିର୍ବାଚନରେ ତାଙ୍କର ରଣନୀତି ମଧ୍ୟ କାମ କରୁଛି । ତାଙ୍କ ବୋହୁ ମଧ୍ୟ ଏଥର ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।

ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରରେ ବିଜେପି ମେଂଟ ସରକାର ଗଠନ କରିବ କି କଂଗ୍ରେସ ମେଂଟ ସରକାର ଗଠନ କରିବ ତାହା ଦେଖିବାକୁ ଅପେକ୍ଷା ।

 

ShareTweetSendShare

RelatedNews

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ
Latest News

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ମକ ଡ୍ରିଲ କଣ ? ଯୁଦ୍ଧ ପୂର୍ବରୁ କେବେ ହୋଇଥିଲା ଦେଶରେ ମକ୍ ଡ୍ରିଲ୍
Latest News

ମକ ଡ୍ରିଲ କଣ ? ଯୁଦ୍ଧ ପୂର୍ବରୁ କେବେ ହୋଇଥିଲା ଦେଶରେ ମକ୍ ଡ୍ରିଲ୍

ଅନିଲ କପୁରଙ୍କ ମା’ ନିର୍ମଳାଙ୍କ ପରଲୋକ
Latest News

ଅନିଲ କପୁରଙ୍କ ମା’ ନିର୍ମଳାଙ୍କ ପରଲୋକ

Latest News

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଆଜି ମହାପ୍ରଭୁଙ୍କ ଖସାପଡା ନିତି

ପୁରୀ କେବଳ ‘ଜଗନ୍ନାଥ ଧାମ’

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.