ଶ୍ରୀମନ୍ଦିରର ଅଘଟଣ ଘଟିବା ନୂଆ ନୁହେଁ । ଶ୍ରୀମନ୍ଦିରରେ ଧାଡି ଦର୍ଶନ, ସଂସ୍କାର ପ୍ରକ୍ରିୟାକୁ ନେଇ ଅନେକ ଆଲୋଚନା ହେଉଥିବା ବେଳେ ସବୁ ସୁରକ୍ଷା ବ୍ୟବସ୍ଥାକୁ ଭେଦକରି ମନ୍ଦିରର ଗୁମୁଟ ଭିତରକୁ ପଶିଗଲେ ଅଣହିନ୍ଦୁ । ଯାହାକୁ ନେଇ ଆଜି ବେଶ ଚର୍ଚା ହେଉଛି ।
ଭକ୍ତ ଅଣହିନ୍ଦୁ ଜଣଙ୍କ ଚାଇନିଜ ଭାଷାରେ କଥାବାର୍ତା କରୁଥିବା ବେଳେ ଶ୍ରୀମନ୍ଦିର ପୁଲିସକୁ ଚ୍ୟାଲେଞ୍ଜ କରି ଲୋକଙ୍କ ଭିଡ଼ ଭିତରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିବା ଦେଖିବାକୁ ମିଳିଛି । ମନ୍ଦିର ଭିତରେ ଅଣହିନ୍ଦୁ ପ୍ରବେଶ ବାରଣ ରହିଛି ।
ତେବେ ମହିଳା ଜଣଙ୍କ ସିଂହଦ୍ବାର ମଧ୍ୟଦେଇ ଗୁମୁଟ ମଧ୍ୟକୁ ପ୍ରବେଶ କରିଥିବା ବେଳେ ଶ୍ରୀଜଗନ୍ନାଥ ଟେମ୍ପୁଲ ପୁଲିସ ଉକ୍ତ ମହିଳାଙ୍କୁ ମନ୍ଦିର ଭିତରୁ ବାହାରକୁ ଆଣିଥିବା ଦେଖିବାକୁ ମିଳିଛି । ପରେ ମହିଳା ଜଣଙ୍କୁ ପୁଲିସର ଅସ୍ଥାୟୀ କ୍ୟାମ୍ପକୁ ନିଆଯାଇଥିଲା । ତଦନ୍ତ କରିବା ପରେ ମହିଳାଙ୍କୁ ବ୍ୟାରିକେଡ଼ ବାହାରକୁ ଛାଡ଼ିଦିଆଯାଇଥିଲା ।