ପ୍ରଧାନମନ୍ତ୍ରୀ ମୋଦି ଆସନ୍ତାବର୍ଷ ଚାଇନା ଗସ୍ତ କରିପାରନ୍ତି। ଆସନ୍ତା ବର୍ଷ ଚାଇନାରେ ଆୟୋଜିତ ହେବାକୁ ଥିବା ଏସସିଓ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ନୂଆଦିଲ୍ଲୀରେ ଥିବା ଚାଇନା ଦୂତାବାସର ଅଧିକାରୀମାନେ ଭାରତୀୟ ଗଣମାଧ୍ୟମ ସହିତ କଥାବାର୍ତ୍ତା ବେଳେ ଏସବୁ ଆଲୋଚନା ଚାଲିଥିବା ଜଣାପଡିଛି । କିଛି ଦିନ ହେଲା ଭାରତ-ଚୀନ ସୀମାଏଲଏସିରେ ସ୍ଥିତି ସୁଧୁରିଛି । ଯାହାକୁ ନେଇ ଦୁଇ ଦେଶ ଭିତରେ ବିଶ୍ବାସ କିଛିଟା ଦୃଢ଼ ହୋଇଛି । ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ, ଚାଇନା ନାଗରିକଙ୍କୁ ଭିସା ପ୍ରଦାନ, ଅନେକ ମୋବାଇଲ ଆପ ଉପରେ ପ୍ରତିବନ୍ଧକ ହଟାଇବା, ଚାଇନା ସାମ୍ବାଦିକମାନଙ୍କୁ ଭାରତରେ ରିପୋର୍ଟ କରିବାକୁ ଏବଂ ଅଧିକ ଭାରତୀୟ ଫିଲ୍ମର ସ୍କ୍ରିନିଂ କରିବାକୁ ଅନୁମତି ଦିଆଯାଇଛି।
ଆସନ୍ତା ବର୍ଷ ପ୍ରଧାନମନ୍ତ୍ରୀ ମୋଦି ବେଜିଂକୁ ଆସି ସାଂଘାଇ ସହଯୋଗ ସଂଗଠନ ବୈଠକରେ ଯୋଗଦେବେ ବୋଲି ଘୋଷଣା କରିଛନ୍ତି। ଗତ ମାସରେ ପାକିସ୍ତାନରେ ଏସସିଓ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଭାରତ ପକ୍ଷରୁ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଏହି ବୈଠକକୁ ଯାଇନଥିଲେ ।
ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କୁ ସୁଦୃଢ କରିବା ପାଇଁ ଉଭୟ ଦେଶ ନିରନ୍ତର ଉଦ୍ୟମ କରୁଛନ୍ତି । ଗତ ମାସରେ ରୁଷିଆର କାଜାନ ସହରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ କଥାବାର୍ତା ହୋଇଥିଲା । ଏହା ପୂର୍ବରୁ ଭାରତ ଏବଂ ଚାଇନା ମଧ୍ୟରେ ଏଲଏସି ଉପରେ ପୂର୍ବ ସ୍ଥିତିକୁ ଫେରାଇ ଆଣିବା ପାଇଁ ନିଜସ୍ବ ସୈନ୍ୟ ପ୍ରତ୍ୟାହାର କରିଛନ୍ତି ।