ପୂର୍ବତନ ଭାରତୀୟ କ୍ରିକେଟର ତଥା ବ୍ୟାଟିଂ ପ୍ରଶିକ୍ଷକ ବାଙ୍ଗରଙ୍କ ପୁଅ ଆର୍ଯ୍ୟନ ପୁଅରୁ ଝିଅ ହୋଇଛନ୍ତି । ଏଥିଲାଗି ସେ 10 ମାସ ତଳୁ ହର୍ମୋନ ଥେରାପି ନେବା ଆରମ୍ଭ କରିଥିଲେ । ଏବେ ଇନଷ୍ଟାଗ୍ରମାରେ ନିଜ ନୂଆ ରୁପର ରିଲ ଛାଡ଼ି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ନିଜ ନାଁ ଅନନ୍ୟା ରଖିଥିବା ମଧ୍ୟ ସୂଚନା ଦେଇଛନ୍ତି । ବଡିଲା କେଶ ସହ ଝିଅ ରୂପରେ ମଧ୍ୟ ସେ ବେଶ ସୁନ୍ଦର ଦେଖା ଯାଉଛନ୍ତି ।
ରବିବାର ଆର୍ଯ୍ୟନ ସମାଜିକ ଗଣମାଧ୍ୟମରେ ଲୋଖିଛନ୍ତି ଶକ୍ତି ହରାଇଛି କିନ୍ତୁ ଖୁସି ପାଇଛି । 23 ବର୍ଷିୀୟା ଅନନ୍ୟାଙ୍କ ଅନ୍ୟ ଏକ ରିଲ ସାମାଜିକ ଗଣମାଧ୍ୟମରେ ବେଶ ଭାଇରାଲ ହୋଇଛି । ଏଥିରେ ଆର୍ଯ୍ୟନ ପୁର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ତାରକା ବ୍ୟାଟର ବିରାଟ କୋହଳିଙ୍କ ସହ ଦେଖିବାକୁ ମିଳୁଛନ୍ତି । ସଂପ୍ରତି ମାଞ୍ଚେଷ୍ଟରରେ ରହୁଥିବା ଆର୍ଯ୍ୟନ ପିତା ବାଙ୍ଗରଙ୍କ ଭଳି କ୍ରିକେଟ ଖେଳୁଥିଲେ । ସେ ସ୍ଥାନୀୟ କ୍ଳବ ଇସଲାମ ଜିମଖାନାରୁ ଖେଳୁଥିଲେ ଏହି ବାମହାତୀ ବ୍ୟାଟର ମଧ୍ୟ ଲସେଷ୍ଟରସାୟରର ହିଙ୍କରେ କ୍ରିକେଟ କ୍ଲବରୁ ଖେଳିଛନ୍ତି । ହର୍ମୋନ ଥେରାପି କରିବା ପରେ ଆର୍ଯ୍ୟନ କ୍ରିକେଟ ଛାଡ଼ି ଦେଇଥିଲେ । ଗତବର୍ଷ ଅଗଷ୍ଟ ମାସର ସେ ନିଜ ଭାବନାକୁ ନେଇ ଇନଷ୍ଟ୍ରାଗ୍ରାମରେ ଏକ ଲମ୍ବା ପୋଷ୍ଟରେ ଲେଖିଥିଲେ । ସମାଜର ନୀତିନିୟମରେ ମୁଁ ଅଣନିଶ୍ବାସୀ ହୋଇଗଲିଣି । ଶରୀର ଗୋଟେ କଥା କହୁଥିଲେ ବେଲେ ମନ ଅଲଗା କଥା କହୁଛି । ପ୍ରକୃତରେ ମୁଁ କିଏ ଜାଣିପାରୁନି ।
ସୂଚନାଯୋଗ୍ୟ ଯେ ଗତବର୍ଷ ନଭେମ୍ବରରେ ଆଇସିସି ତୃତୀୟଲିଙ୍ଗ ଖେଳାଳିଙ୍କୁ ମହିଳା କ୍ରିକେଟ୍ରେ ଖେଳିବା ଉପରେ ବାସନ୍ଦାଦେଶ ଜାରି କରିଥିଲା। ଅନନ୍ୟା ସଂପ୍ରତି କାଉଣ୍ଟି କ୍ଲବ୍ରେ କ୍ରିକେଟ୍ ଖେଳୁଛନ୍ତି। କିନ୍ତୁ ଇସିବି ତୃତୀୟଲିଙ୍ଗ ଖେଳାଳିଙ୍କୁ ଏଲିଟ ମହିଳା ଲେବଲ୍ କ୍ରିକେଟ୍ରେ ଖେଳିବାରୁ ବାସନ୍ଦ କରିଥିବାରୁ ଏବେ ସେ ଅଡ଼ୁଆରେ ପଡ଼ିଛନ୍ତି।