ଯଦି ଆପଣ ପେପସିକୋ , ୟୁନିଲିଭର ଏବଂ ଡ଼େନୋନ ପରି କମ୍ପାନିର ଖାଦ୍ୟ ପଦାର୍ଥ ବ୍ୟବହାର କରୁଛନ୍ତି ତେବେ ସାମାନ୍ୟ ସତର୍କ ହୋଇଯାଆନ୍ତୁ । ନିକଟରେ ଏଟିଏନଆଇ ବି ଆକ୍ସେଦ ଟୁ ନ୍ୟୁଟ୍ରିସନ ଇନିସିଏଟିଭ ନାମକ ଏକ ବିଶ୍ବସ୍ତରୀୟ ଫାଉଣ୍ଡେସନ ରିପୋର୍ଟରେ ଏହି ସବୁ କମ୍ପାନିର କିଛି ଖାଦ୍ୟପଦାର୍ଥକୁ କ୍ଷତିକାରକ ବୋଲି ପ୍ରକାଶ କରିଛି ।
ପେପସିକୋ ଦେଶରେ ପେପସି ସେଭେନଅପ ସ୍ଲାଇସ ଷ୍ଟିଙ୍ଗ , ଚିପ୍ସ କୁର୍କୁରେ ଇତ୍ୟାଦି ବିକ୍ରି କରୋ ସେହିପରି ୟୁନିଲିଭର ହର୍ଲିକ , ରେଡ଼ ଲେଭଲ ଚା, ତାଜମହଲ ଚା, କ୍ଲୋଜଅପ ଟୁଥ ପେଷ୍ଟ , କ୍ଳିନିକ ପ୍ଳସ ସାମ୍ପୁ ଏବଂ ତେଲ କପୋତ ସାବୁନ ବିକ୍ରି କରୋ ଏହା ବ୍ୟତୀତ ଡ଼େନୋନ ଶିଶୁ ଖାଦ୍ୟ ସାମଗ୍ରୀ ବିକ୍ରୟ କରେ ଯେଉଁଥିରେ ପ୍ରୋଟିନେକ୍ସ ମଧ୍ୟ ଅନ୍ତର୍ଭୁକ୍ତ ।
ପେପସିକୋ ୟୁନିଲିଭର ଡ଼େନୋନ ପରି କମ୍ପାନୀଗୁଡ଼ିକ ଭାରତ ସମେତ ସାରା ବିଶ୍ବରେ ଅନେକ ପ୍ରକାରର ଉପାଦ ବିକ୍ରି କରନ୍ତି । ଏଟିଏନଆଇ ପ୍ରକାଶ କରିଥିବା ରିପୋର୍ଟ ଅନୁଯାୟୀ ଏହି କମ୍ପାନୀଗୁଡ଼ିକ ଭାରତ ସମେତ ଅନ୍ୟାନ୍ୟ ଦେଶରେ ଖରାପ ଗୁଣବତ୍ତା ଉପାଦ ବିକ୍ରି କରୁଛନ୍ତି । ଏହଳ ସ୍ପଷ୍ଟ ଯେ ଏହି କମ୍ପାନୀଗୁଡ଼ିକ ଅଧିକ ଲାଭର ଲୋଭରେ ଆମ ଦେଶରେ ଲୋକଙ୍କ ସ୍ବାସ୍ଥ୍ୟ ସହିତ ଖେଳୁଛନ୍ତି ।
ରିପୋର୍ଟ ଅନୁଯାୟୀ ଉଚ୍ଚ ଆୟକାରୀ ଦେଶଗୁଡ଼ିକରେ କମ୍ପାନୀ ବିକ୍ରି କରୁଥିବା ସମାଗ୍ରୀର ଉନ୍ନତ ସ୍ବାସ୍ଥ୍ୟ ତାରକା ମୂଲ୍ୟାୟନ ରହିଛି । ତେବେ ଇଥିଓପିଆ ଘାପା କେନିଆ , ନାଇଜେରିଆ , ପାକିସ୍ଥାନ, ଫିଲିପାଇନ୍ସ , ତାଞ୍ଜନିଆ ଏବଂ ଭିଏତନାମ ଆଦି ଦେଶଣେ ଭାରତ ପରି ନିମ୍ନ ଗୁଣବତ୍ତାର ସମାଗ୍ରୀ ବିକ୍ରି କରାଯାଉଥିବା ସୂଚନା ରହିଛି ।