ଆଜି ପବିତ୍ର କାର୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି । ପବିତ୍ର ପଞ୍ଚବ ବ୍ରତ ଆଜିଠାରୁ ଆରମ୍ଭ । ଏହି ପଞ୍ଚବ ବ୍ରତକୁ ଭୀଷ୍ମ ପଞ୍ଚକ ବା ବଗ ପଞ୍ଚକ ବୋଲି କୁହାଯାଏ । ପଞ୍ଚକ ବ୍ରତର ପ୍ରଥମ ଦିନରେ ଶୀକ୍ଷେତ୍ରରେ ଳକ୍ଷ୍ମୀ ନାରାୟଣଙ୍କ ଉପାସନା ହେଉଥିବା ବେଳେ ଲକ୍ଷ୍ମୀ ନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ମହାପ୍ରଭୁଙ୍କ ଏହି ଅନନ୍ୟ ବେଶ ଦେଖିବା ପାଇଁ ସମଗ୍ର ଶୀକ୍ଷେତ୍ର ଏବେ ଚଳଚଞ୍ଚଳ ।
ଶ୍ରଦ୍ଧାଳୁଙ୍କ ସମାଗମ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭୋର 4 ଟାରୁ ଶ୍ରୀମନ୍ଦିରରେ ଶ୍ରୀଜିଉ ମାନଙ୍କ ଦ୍ବାରଫିଟା ମଙ୍ଗଳ ଆରତୀ ବଢି ଅବକାଶ ନୀତି ବଢିବା ପରେ ଠାକୁରଙ୍କୁ ଠିଆକିଆ ବା ଳକ୍ଷ୍ମୀନାରାୟଣ ବେଶରେ ଶୃଙ୍ଗାର କରାଯାଏ । ଶ୍ରୀଭୂଜ, ଶ୍ରୀପୟର, ବଳା, ସୁବଣ୍ଣ, କିଆ , ପଦକ ମାଳା, ହରିଡ଼ା ମାଳ ଓ ବିଭିନ୍ନ ସୁବଣ୍ଣ ଅଳଙ୍କାର ଦ୍ବାରା ଚତୁର୍ଧାମୂର୍ତି ସୁସଜ୍ଜିତ ହୋଇ ଅଗଣିତ ଶ୍ରଦ୍ଧଳୁ ଓ ବ୍ରତଧାରିଣୀଙ୍କୁ ଦର୍ଶନ ଦେଉଛନ୍ତି । ଠାକୁରଙ୍କ ଦ୍ବାଦଶ ଯାତ୍ରା ମଧ୍ୟରୁ ଏହି ପଞ୍ଚକ ଯାତ୍ରା ଅନ୍ୟତମ ହୋଇଥିବା ବେଳେ ଆଜିର ଦିନରେ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି । ପଞ୍ଚକ ପାଇଁ ଆଠଗଡ଼ରେ ବାବା ଧବଳେଶ୍ବରଙ୍କ ନିକଟରେ ସ୍ବତନ୍ତ୍ର ରୀତିନୀତି ଅନୁଷ୍ଠିତ ହେଉଛି । ଶ୍ରଦ୍ଧଳୁଙ୍କ ଭିଡ଼ କମିଛି । ଦୂରଦୂରାନ୍ତରୁ ପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତ ଛୁଟିଆସିଛନ୍ତି । ପଞ୍ଚକ ପାଇଁ କେନ୍ଦ୍ରପଡ଼ାରେ ବଳଦେବ ଜୀଉ ମନ୍ଦିରରେ ମଧ୍ୟ ଭକ୍ତଙ୍କ ଗହଳି ଜମିଛି ।