ଜାନୁଆରୀ ପହିଲାରୁ ନୂଆ ୟୁନିଫର୍ମ ପିନ୍ଧିବେ ନର୍ସିଂ ଅଧିକାରୀ । ଏନେଇ ସୂଚନା ଦେଇଛନ୍ତି ନର୍ସିଙ୍ଗ ସଂଘ ନିର୍ଦ୍ଦେଶକ ଗୁନୁରାଣୀ ପଟ୍ଟନାୟକ । ବଦଳିଲା ଓଡ଼ିଶା ନର୍ସିଂ କ୍ୟାଡ଼ରର ଡ଼୍ରେସକୋଡ଼ । ନର୍ସଙ୍କ ପୋଷାକରେ ଦେଖିବାକୁ ମିଳିବ ଓଡ଼ିଆ ଅସ୍ମିତାର ଝଲକ । ଏଣିକି ନର୍ସିଂ ଅଫିସରକଙ୍କ ୟୁନିଫର୍ମରେ ଦେଖିବାକୁ ମିଳିବ ସମ୍ବଲପୁରୀ ଛିଟ । ଦିର୍ଘ ଦିନରୁ ଡ଼୍ରେସ କୋଡ଼ ପରିବର୍ତନ ଦେଇ ଦାବି କରି ଆସୁଥିବାବେଳେ ସ୍ବାସ୍ଥ୍ୟ ବିଭାଗ ଏ ଦିଗରେ ବଡ଼ ପଦକ୍ଷେପ ନେଇଛନ୍ତି ।
ନର୍ସିଂ ଅଫିସରଙ୍କ ୟୁନିଫର୍ମରେ ସମ୍ବଲପୁରୀ ଡ଼ିଜାଇନ ରହିବାନେଇ ଚିଠିରେ ଉଲ୍ଲେଖ ରହିଛି । ଡ଼ିଏନଏସ/ ଏନଏସ ଅଧିକାରୀଙ୍କ ୟୁନିଫର୍ମର ବି ବଦଳିକ ରଙ୍ଗା ଅଧିକାରୀଙ୍କ କେଲାରରେ ସ୍ଥାନ ପାଇବ ସମ୍ବଲପୁରୀ ଡ଼ିଜାଇନର ଛିଟା ସିନିୟର ନର୍ସିଂ ଅଫିସରଙ୍କ ଉଷତ ବାଇଗଣୀ ରଙ୍ଗର ଆପ୍ରନା ସେହିପରି ଡ଼୍ରେସ କୋର୍ଡ ପରିବର୍ତ୍ତନ ପାଇଁ ପୂର୍ବରୁ ଦାବି ହେଉଥିଲା । ନର୍ସଙ୍କ ୧୧ ଦଫା ଦାବି ଭିତରେ ଡ୍ରେସ କୋର୍ଡ ପରବର୍ତ୍ତନ ଥିଲା। ସେପଟେ ନୂଆ ବର୍ଷ ଜାନୁଆରୀରୁ ନୂଆ ୟୁନିଫର୍ମ ପିନ୍ଧିବେ ନର୍ସିଙ୍ଗ ଅଧିକାରୀ। ତାରିଖ ଚୂଡାନ୍ତ ନ ହୋଇଥିଲେ ବି ଜାନୁଆରୀ ଏକ ପାଇଁ ପ୍ରସ୍ତାବ ଦିଆଯାଇଛି। ନର୍ସିଙ୍ଗ କର୍ମଚାରୀ ଆନ୍ଦୋଳନ କରି ଡ୍ରେସ ବଦଳିବା ପାଇଁ ଦାବି କରିଥିଲେ। ଏହାକୁ ବଦଳିବା ପାଇଁ ସ୍ୱାସ୍ଥ୍ୟ ସଚିବ ଗତ ନଭେମ୍ବର ୮ ରେ ଅନୁମୋଦନ ଦେଇଛନ୍ତି। ସବୁ ଜିଲ୍ଲାକୁ ଚିଠି ହୋଇଯାଇଛି।