ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ହେ ତୋ ସେଫ୍ ହେ ସ୍ଳୋଗାନ ସୋମବାର ଦିନ ମହାରାଷ୍ଟ୍ରର ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇଛି । ଏହି ସ୍ଳୋଗାନ ଜରିଆରେ ବିଜେପି ତାହାର ବିଧାନସଭା ନିର୍ବାଚନ ପ୍ରଚାରକୁ ବୃଦ୍ଧି କରିଛି । ତେବେ ବିଜେପିର ଏହି ସ୍ଳୋଗାନକୁ କଂଗ୍ରେସ ସମେତ ଅନ୍ୟ ଦଳଗୁଡ଼ିକ ବି ସମାଲୋଚନା କରିଛନ୍ତି ।
ନିକଟରେ ମହାରାଷ୍ଟ୍ରର ଧୂଲେରେ ହୋଇଥିବା ଏକ ସର୍ଭେରେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ ଦଳର ଏକମାତ୍ର ଏଜେଣ୍ଡା ହେଉଛି ଗୋଟିଏ ଜାତି ଧର୍ମ ବା ସଂପ୍ରଦାୟକୁ ଅନ୍ୟଟି ବିରୋଧରେ ଉସୁକାଇବା ।
ଦେଶରେ ବିଭାଜନକୁ ବିରୋଧ କରି ବିଜେପି ଏହି ଏକ ହେ ତୋ ସେଫ୍ ହେ ବା ଏକତା ହିଁ ନିରାପତ୍ତା ଶୀର୍ଷକକୁ ତାହାର ମୁଖ୍ୟ ନିର୍ବାଚନ ପ୍ରଚାର ସ୍ଳେଗାନ ଭାବେ ପ୍ରୟୋଗ କରୁଛି ।
ପ୍ରଧାନମନ୍ତ୍ରୀ ଆହୁରି ବି ଅଭିଯୋଗ ଆଣି କହିଛନ୍ତି ଯେ କଂଗ୍ରେସ ଚାହୁଁନାହିଁ ଯେ ଅନୁସୂଚୀତ ଜାତି ଜନଜାତି ଓ ଅନ୍ୟ ପଛୁଆ ବର୍ଗର ଲୋକ ଉଚିତ ପରିଚୟ ନପାଆନ୍ତୁ ।
ତେବେ ମୋଦୀଙ୍କ ଏହି ନୂଆ ସ୍ଳେଗାନ ଭିତରେ ଅନ୍ୟ ଦଳର ନେତାମାନେ ତାଙ୍କ ପୁରୁଣା ସ୍ଳୋଗାନ କଟେଙ୍ଗେ ତ ବଟେଙ୍ଗେ କୁ ମନେ ପକାଇ କହିଛନ୍ତି ଯେ ତାହା ବିଫଳ ହୋଇଛି ବୋଲି ।