ସୁପ୍ରିମକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ ସଞ୍ଜୀବ ଖାନ୍ନା । ଜଷ୍ଟିସ ଡ଼ିଓ୍ବାଇ ଚନ୍ଦଚୁଡ଼ ଅବସର ନେବା ପରେ ସୋମବାର ଦିନ ରାଷ୍ଟ୍ରପତି ଭବନରେ ଦେଶର 51 ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ଶପଥ ଗ୍ରହଣ କରାଇଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ଥିଲେ ।
ଜଷ୍ଟିସ ଖାନ୍ନାଙ୍କ ନାମ ପୂର୍ବତନ ପ୍ରଧାନ ବିଚାରପତି ଡ଼ିଓ୍ବାଇ ଚନ୍ଦଚୂଡ଼ ସୁପାରିସ କରିଥିଲେ ।ଯିଏକି ନଭେମ୍ବର 10 ତାରିଖରେ 65 ବର୍ଷ ବୟସରେ ଏହି ପଦରୁ ଅବସର ନେଇଛନ୍ତି । ଜଷ୍ଟିସ ସଞ୍ଜୀବ ଖାନ୍ନା ଆସନ୍ତାବର୍ଷ ମେ ମାସ 13 ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ ଭାର ସମ୍ଭାଳିବେ ।
1960 ମସିହା ମେ 14 ତାରିଖରେ ଜନ୍ମ ହୋଇଥିବା ଜଷ୍ଟିସ ସଞ୍ଜୀବ ଖାନ୍ନା ଦିଲ୍ଲୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଲ ସେଣ୍ଟରରେ ଆଇନ ଅଧ୍ୟୟନ କରିଥିଲେ । ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇବା ପୂର୍ବରୁ ସେ ଜଣେ ତୃତୀୟ ପିଢିର ଓକିଲ ଥିଲେ । ସେ ଜାତୀୟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
2019 ମସିହା ଜାନୁଆରି ମାସରେ ଜଷ୍ଟିସ ଖାନ୍ନା ସୁପ୍ରିମକୋର୍ଟରେ ନିଯୁକ୍ତି ହୋଇଥିଲେ । ସେ ସର୍ବୋଚ୍ଚ ନ୍ୟାୟାଳୟର କାର୍ଯ୍ୟକାଳ ମଧ୍ୟରେ ମଦ ନୀତି ମାମଲାରେ ଆମ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀର ପୁର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଜାମିନ ଆବେଦନ ଶୁଣାଣି କରିବା ସହିତ ଅନେକ ରାଜନୈତିକ ସମ୍ବେଦନଶୀଳ ମାମଲାର ବିଚାର କରିଛନ୍ତି ।
ସମ୍ବାଧାନିକ ଖଣ୍ଡପୀଠରେ ଏକ ଅଂଣ ଭାବରେ ଜଷ୍ଟିସ ଖାନ୍ନା ଧାରା 3870 ରଦ୍ଦ ଏବଂ ନିର୍ବାଚନ ବଣ୍ଡ ମାମଲା ସମେତ ଅନେକ ବିଚାରରେ ସହଯୋଗ କରିଛନ୍ତି ।
ଜଷ୍ଟିସ୍ ଖାନ୍ନାଙ୍କ ବେଞ୍ଚ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ଏବଂ ଭୋଟର ଭେରିଫାଏଡ୍ ପେପର ଅଡିଟ୍ ଟ୍ରେଲ୍ସ (VVPATs) ସହ ଜଡିତ ପ୍ରସଙ୍ଗଗୁଡ଼ିକର ମଧ୍ୟ ମୁକାବିଲା କରିଥିଲା।