ଆଜି କାର୍ତିକ ମାସର ଶେଷ ସୋମବାର । ତେଣୁ ସବୁ ଶୈବପୀଠରେ ଭକ୍ତଙ୍କ ଭିଡ଼ । ବିଶେଷ କରି କଟକ ବାବା ଧବଳେଶ୍ବରଙ୍କ ପୀଠରେ ନାହିଁନଥିବା ଭିଡ଼ । ଶ୍ରଦ୍ଧାଳୁଙ୍କ ଭିଡ଼କୁ ନିୟନ୍ତ୍ରଣ ସହ ସହଜ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାପକ ବ୍ୟବସ୍ଥା ।
ଆଜି କାର୍ତିକ ଶେଷ ସୋମବାରରେ ବାବା ଧବଳେଶ୍ବର ଆଶୁତୋଷ ବେଶରେ ଦର୍ଶନ ଦେଉଛନ୍ତି । ଏହି ବାବାଙ୍କୁ ସ୍ବତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଛି । ରାତି 3 ଟାରୁ ଦ୍ବାରଫିଟାଯାଇ 108 ଗରା ଜଳରେ ମହାସ୍ନା ପରେ ଆରମ୍ଭ ହୋଇଥିଲା ପୂଜାର୍ଚ୍ଚନା ।