ଜମ୍ମୁ କଶ୍ବୀରର କିସ୍ତଓ୍ବାଡ଼ ଜିଲ୍ଲାର ଏକ ଦୁର୍ଗମ ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟରରେ ସେନାର ଜଣେ ସ୍ପେସାଲ ଫୋର୍ସ ଯବାନ ସହିଦ ହୋଇଯାଇଛନ୍ତି । ଏବଂ ଆଉ 3 ଜଣ କମାଣ୍ଡୋ ଆହତ ହୋଇଛନ୍ତି । ରବିବାର ଅପରାହ୍ନରେ ହୋଇଥିବା ଗୁଳିବିନିମୟରେ ସ୍ପେଶାଲ ଫୋର୍ସ କମୋଣ୍ଡୋ ନାଏବ ସୁବେଦାର ରାକେଶ କୁମାର ନିହତ ହୋଇଥିବା ବେଳେ ଅନ୍ୟ 3 ଜଣ କମାଣ୍ଡୋ ଆହତ ହୋଇଥିବା ସେନାର ହ୍ବାଇଟ ନାଇଟ କର୍ପସ ପକ୍ଷରୁ ସୂଚନା ଦିଆଯାଇଛି । ଜିଓସି ହ୍ବାଇଟ ନାଇଟ କର୍ପସ ଏବଂ 2 ପାରା ନାଏବ ସୁବେଦାର ରାକେଶ କୁମାର ଆତଙ୍କବାଦୀଙ୍କ ସହ ଭୀଷଣ ସଂଘର୍ଷ ଭିତରେ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି ବୋଲି ସେନା କହିଛି । ରାକେଶ କିଛି ମାସ ହେଲା ଆତଙ୍କବାଦୀ ନିରୋଧ ସ୍ବତନ୍ତ୍ର ଅପରେସନରେ ସାମିଲ ଥିଲେ । କିସ୍ତବାଡ଼ର ଘଞ୍ଚ ଜଙ୍ଗଲ ଅଞ୍ଚଳରେ ଆଜି ଭୋରୁ ପ୍ରାୟ 9 ଘଣ୍ଟା ଧରି ଏହି ଏନାକଉଣ୍ଟର ଚାଲିଥିଲା । ଅନ୍ୟପଟେ ଶ୍ରୀନଗରର ହରଓ୍ବାନ ଅଞ୍ଚଳରେ ଆଉ ଏକ ଏନାକାଉଣ୍ଟର ଆରମ୍ଭ ହୋଇଛି ଏବଂ 2 ଜଣ ଆତଙ୍କୀଙ୍କୁ ସୁରକ୍ଷାବାହିନୀ ଘେରାବନ୍ଦୀରେ ରଖିଛି । ସୂଚନାଯୋଗ୍ୟ ନଭେମ୍ବର 8 ତାରିଖରେ କିସ୍ତଓ୍ବାଡ଼ରେ ଦୁଇ ଜଣ ଗ୍ରାମ ରକ୍ଷୀଙ୍କୁ ହତ୍ୟା କରାଯିବା ପରେ ଏହି ଅଂଚଳରେ ବଡ଼ ଧରଣର କମ୍ବିଂ ଅରପରେସନ ଚାଲିଛି ।